ଅସହିଷ୍ଣୁତାର ସମାଜ ଗଢ଼ୁଛେ

ବ୍ରିଟେନ୍‌ ଟିଭି ଚ୍ୟାନେଲ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି) ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ଗତ ମାସ ୧୭ତାରିଖରେ ‘ଇଣ୍ଡିଆ: ଦି ମୋଦି କ୍ୱେଶ୍ଚେନ୍‌’ ନାମରେ ଏକ ଡକ୍ୟୁମେଣ୍ଟାରି ପ୍ରସାରଣ କରିଥିଲା। ପରେ ଜାନୁୟାରୀ ୨୪ରେ ଏହାର ୨ୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାଦୀୟ ନୀତି ଏବଂ ଶାସନର ଦ୍ୱିତୀୟ ପାଳିର କାର୍ଯ୍ୟଧାରା ସଂକ୍ରାନ୍ତରେ ପ୍ରସାରଣ କରାଯାଇଥିଲା, ଯାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା ଏବେ ମଧ୍ୟ ଜାରି ରହିଛି। ଏହି ସନ୍ଧିକ୍ଷଣରେ ଆୟକର ବିଭାଗ ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ବିବିସି କାର୍ଯ୍ୟାଳୟରେ ସର୍ଭେ କରିଛି ବୋଲି କୁହାଯାଉଛି। ଆୟକର ବିଭାଗର ଏହି ପଦକ୍ଷେପ ଗଣମାଧ୍ୟମର କଣ୍ଠରୋଧ କରାଯିବାର ପ୍ରୟାସ ବୋଲି ବୁଦ୍ଧୀଜୀବୀ ମହଲରେ କୁହାଯାଉଛି। ଏହି ପ୍ରସଙ୍ଗରେ ଓଡ଼ିଶା ଗଣମାଧ୍ୟମର କିଛି ବରିଷ୍ଠ ସାମ୍ବାଦିକଙ୍କ ମତକୁ ନେଇ ପ୍ରସ୍ତୁତ ସ୍ବତନ୍ତ୍ର ଉପସ୍ଥାପନା।
(ରିପୋର୍ଟ: ସୁନୀତ୍‌ ମିଶ୍ର, ଭୁବନେଶ୍ୱର)

 

ଏହା ଗଣମାଧ୍ୟମକୁ ଗାଗିଙ୍ଗ କରାଯାଇଛି। ଏହା ଏକ ଭେଣ୍ଡେଟା ବୋଲି କୁହାଯିବ। ବିବିସି ହେଉଛି ଏକ ନୋ-ପ୍ରଫିଟ୍‌ ସଂସ୍ଥା। ଏହା ଏକ କମ୍ପାନୀ ନୁହେଁ ଯେ, ଏଥିରୁ କେହି ଜଣେ ବହୁ ଲାଭ ନେଇଯିବ। ବିବିସିର ଅଧିକାଂଶ ଟଙ୍କା ବ୍ରିଟିଶ ସରକାର ଦିଅନ୍ତି। ଆଉ କିଛି ସେମାନଙ୍କ ଲାଇସେନ୍ସରୁ ଆସେ। ଏଠି ଯଦି କମର୍ସିଆଲରୁ କିଛି ସଂଗ୍ରହ ହୁଏ ତାହା ବହୁତ କମ୍‌। ମୋଦିଙ୍କ ଉପରେ ବିବିସି କରିଥିବା ଡକ୍ୟୁମେଣ୍ଟାରିର ଏହା ହେଉଛି କ୍ରୋଧ। ଯେଉଁ କଥା ନେଇ ସେମାନେ ଆଇଟି ରେଡ୍‌ କରୁଛନ୍ତି, ସେହି କଥାଟି ଆଦାନୀ ଏବଂ ବଡ଼ ବଡ଼ କମ୍ପାନୀ କ୍ଷେତ୍ରରେ କରୁଛନ୍ତି କି? ବହୁ କମ୍ପାନୀ ଏପରିକି ଆଇଟି କମ୍ପାନୀଗୁଡ଼ିକ ଦେଶରେ ବହୁତ କଥା କରୁଛନ୍ତି, ତାକୁ ଏମାନେ ଦେଖୁନାହାନ୍ତି। ବିବିସିକୁ କେବଳ ଭୟଭୀତ କରିବା ଲାଗି ଏଭଳି କରାଯାଇଛି। ହେଲେ ବିଦେଶୀ ଗଣମାଧ୍ୟମ ସଂସ୍ଥାଗୁଡିକ ଏହାକୁ ବହୁ ମାତ୍ରାରେ ବିରୋଧ କରିଛନ୍ତି। ଯେତେବେଳେ ଭାରତ ଜି-୨୦ର ଅଧ୍ୟକ୍ଷ ହୋଇଛି, ସେତିକିବେଳେ ଏକ ବିଦେଶୀ ଗଣମାଧ୍ୟମ ବିରୋଧରେ ଏଭଳି ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଆମେ ଏକ ଅସହିଷ୍ଣୁ ସୋସାଇଟି ଭାବେ ନିଜକୁ ପ୍ରୋଜେକ୍ଟ କରୁଛେ।
– ରବି ଦାସ, ବରିଷ୍ଠ ସାମ୍ବାଦିକ

 

ବର୍ତ୍ତମାନ ତ ଗୋଟେ ଭେଣ୍ଡେଟା ବେସ୍‌ଡ ଆକ୍ସନ୍‌ ଚାଲିଛି। ବିବିସି କାର୍ଯ୍ୟାଳୟ ଉପରେ ସର୍ଭେ ମଧ୍ୟ ସେମିତି ଗୋଟେ କୁହାଯାଇପାରେ। ଯଦି କୌଣସି ଗଣମାଧ୍ୟମ ସଂସ୍ଥା ବିରୋଧରେ ସେମିତି ଦୋଷାବହ ଅଭିଯୋଗ ନ ଆସିଛି, ତେବେ ତାହା ଉପରେ ଏହିଭଳି କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ନୁହେଁ। ଏହା ଜମାବି ଠିକ୍‌ ନୁହେଁ। ଏହା ଗଣମାଧ୍ୟମର ସ୍ବାଧୀନତା ଏବଂ ମତ ଉପରେ ବଡ଼ ଆଘାତ। ଏଥିସହିତ ଗଣମାଧ୍ୟମ ନିଜ ସୀମା ଅତିକ୍ରମ କରିବା ଉଚିତ୍‌ ନୁହେଁ କି ନିଜ ସୀମାମଧ୍ୟକୁ କାହାକୁ ପୂରାଇ ନିଜ ସ୍ବାଧୀନତାକୁ କ୍ଷତବିକ୍ଷତ କରିବାର ଅଧିକାର ଦେବା ଠିକ୍‌ ନୁହେଁ। ଗଣମାଧ୍ୟମ ମଧ୍ୟ ବିଭିନ୍ନ କାରଣ ଯୋଗୁ ନିଜ ନିୟମକାନୁନ ଭିତରେ ରହିପାରୁ ନାହିଁ, ଯାହାଦ୍ୱାରା ନିଜ ଅଧିକାର ମଧ୍ୟ ହରାଉଛି। ତେଣୁ ଗଣମାଧ୍ୟମ ନିଜ ସୀମାରେ ରହି ନିଜ ଅଧିକାର ଲାଗି ଲଢେଇ କରିବା ଆବଶ୍ୟକ। – ଗୋପାଳକୃଷ୍ଣ ମହାପାତ୍ର , ବରିଷ୍ଠ ସାମ୍ବାଦିକ

କୌଣସି ଗଣମାଧ୍ୟମ ସଂସ୍ଥା ଉପରେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ପକ୍ଷରୁ ନିଆଯାଏ, ଅନେକ ସମୟରେ ଆମେ ଏହାକୁ ମିଡିଆ ଉପରେ ଆକ୍ରମଣ ବୋଲି ଅନୁଭବ କରୁ। କିନ୍ତୁ ନିୟମ ଦୃଷ୍ଟିରୁ ଦେଖିବାକୁ ଗଲେ କୌଣସି ଗଣମାଧ୍ୟମ ସଂସ୍ଥା ମଧ୍ୟ ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ବିବିସି ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଭାରତର କୌଣସି ଗଣମାଧ୍ୟମ ସଂସ୍ଥା ଉପରେ ଯେତେବେଳେ କିଛି କାର୍ଯ୍ୟାନୁଷ୍ଠାନ ହୋଇଛି ତାହାକୁ ଗୋଟିଏ ଦୃଷ୍ଟିରେ ଦେଖିବା ଅନ୍ତତଃ ଉଚିତ୍‌ ନୁହେଁ। ଏହାର କାରଣ ହେଉଛି, ଭାରତର ଅନେକ ମିଡିଆ ସଂସ୍ଥା ଉପରେ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାରଗୁଡ଼ିକ ପରୋକ୍ଷରେ ହେଉ ପ୍ରତ୍ୟକ୍ଷରେ ନାନା ପ୍ରକାର କଟକଣା ସୃଷ୍ଟି କରିଥାଆନ୍ତି। ତାକୁ ଅନେକ ସମୟରେ ମିଡିଆ ଉପରେ ଅଂଙ୍କୁଶ ବୋଲି କୁହାଯାଏ। ବିବିସିର ଅତୀତର କାର୍ଯ୍ୟାକଳାପକୁ ଦେଖିଲେ ଏହି ସଂସ୍ଥା ସବୁବେଳେ ଭାରତକୁ ବଦନାମ୍‌ କରିବା ଲାଗି ରିପୋର୍ଟ ଛପାନ୍ତି। ଅତୀତରେ ଇନ୍ଦିରା ଗାନ୍ଧୀ ବିବିସିକୁ ଭାରତରେ ବ୍ୟାନ୍‌ କରିଥିଲେ। ଏପରି କି ବିବିସିର ଅର୍ଥନୈତିକ କାର୍ଯ୍ୟକଳାପ ନେଇ ତାଙ୍କ ନିଜ ସରକାର ତଦନ୍ତ କରି ଦୋଷୀ ସାବ୍ୟସ୍ତ କରିଛନ୍ତି। ବିବିସି ନିକଟରେ ଗୁଜରାଟ ଉପରେ ଯେଉଁ ଡକ୍ୟୁମେଣ୍ଟାରି କରିଥିଲା, ସେମାନଙ୍କ ଦେଶର ଏମ୍‌ପି ଏହାକୁ ନିନ୍ଦା କରିବା ସହିତ ସମାଲୋଚନା କରିବା ସହ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କରାଯାଇଛି। ନରେନ୍ଦ୍ର ମୋଦି କାହା ପାଇଁ ବ୍ୟକ୍ତି ହୋଇପାରନ୍ତି, ହେଲେ ସେ ଦେଶର ପ୍ରଧାନମନ୍ତ୍ରୀ। ତେଣୁ ତାଙ୍କ ପ୍ରତି ଏଭଳି ଭିତ୍ତିହୀନ ଭାବେ ଅଭିଯୋଗ କରାଯିବା, ଭାରତକୁ ଟାର୍ଗେଟ କରିବା ସହିତ ସମାନ। ଅନେକ ସମୟରେ ବିଦେଶୀ ମିଡିଆ ସଂସ୍ଥା ଭାରତ ବାବଦରେ ଏଜେଣ୍ଡା ରଖି କାମ କରନ୍ତି ବୋଲି କୁହାଯାଏ, ସେହି କଥାରେ ମଧ୍ୟ ସତ୍ୟତା ରହିଛି।
– ରାଜାରାମ ଶତପଥୀ, ବରିଷ୍ଠ ସାମ୍ବାଦିକ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri