Posted inଫୁରସତ

ହଠାତ୍‌ ଅଫିସରେ ପଶିଗଲା ସାପ, ନିର୍ଭୟରେ ଧରି ପକାଇଲେ ଯୁବତୀ, ଭାଇରାଲ ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ସ୍ତବ୍ଧ କରିଦିଏ କିମ୍ବା ପ୍ରଶଂସାରେ ପୋତି ପକାଇବାକୁ ବାଧ୍ୟ କରେ। କେତେବେଳେ ଜଣେ ବ୍ୟକ୍ତି ନିଜ ସାହସରେ ହୃଦୟ ଜିତିଥାଏ, ଆଉ କେତେବେଳେ ତାଙ୍କ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ଭାଇରାଲ ହେଉଥିବା ଭିଡିଓଟି ଠିକ୍‌ ଏକ ଉଦହାରଣ।

 

ଏଥିରେ ଜଣେ ଯୁବତୀ ତାଙ୍କ ଅଫିସରେ ଏତେ ବୁଦ୍ଧିମତା ଏବଂ ଶାନ୍ତ ସହିତ ଏକ ସାପକୁ ଧରିଥିଲେ ଯେ, ଦେଖଣାହାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଭିଡିଓରେ ଯୁବତୀ ଜଣକ ଅଫିସର ଏକ କୋଣକୁ ଯାଉଛନ୍ତି। ସେଠାରେ କମ୍ପ୍ୟୁଟର ଟେବୁଲ ପଛରେ ଏକ ସାପ ଲୁଚି ରହିଥିଲା। ଅନ୍ୟ କେହି ଭୟରେ ଚିତ୍କାର କରିଥାନ୍ତେ କିମ୍ବା ପଳାଇ ଯାଇଥାନ୍ତେ, କିନ୍ତୁ ଏହି ଯୁବତୀ ଜଣକ ଶାନ୍ତ ଏବଂ ଆତ୍ମବିଶ୍ୱାସୀ ଭାବରେ ସେ ଧିରେ ଧିରେ ତଳକୁ ନଇଁ ପଡ଼ି ହଠାତ୍‌ ହାତ ବଢ଼ାଇ ସାପର ଲାଞ୍ଜକୁ ଧରୁଛନ୍ତି।

ସେ ସାପକୁ ଯେଉଁଭଳି ଭାବରେ ଧରିଛନ୍ତି ତାହା କୌଣସି ବିଶେଷଜ୍ଞଙ୍କଠାରୁ କମ୍‌ ନୁହନ୍ତି। ସାପଟି ଅନେକ ଥର ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରୁଛି କିନ୍ତୁ ଯୁବତୀ ଜଣକ ବହୁ ସତର୍କତାର ସହ ସାପଟିକୁ ଧରିଛନ୍ତି। କିଛି ସେକେଣ୍ଡ ପାଇଁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେଉଛି। ସାପଟି ଖସିଯିବାକୁ ଚେଷ୍ଟା କରୁଛି କିନ୍ତୁ ଯୁବତୀ ଜଣକ ପୁଣି ସାପଟିକୁ ଧରି ନେଉଛନ୍ତି। ଶେଷରେ ସେ ସାପଟିକୁ ଏକ ବସ୍ତାରେ ରଖୁଛନ୍ତି ଏବଂ ସମସ୍ତଙ୍କ ସମ୍ମୁଖରେ ହସି ହସି ତାକୁ ଉଠାଇ ଅଫିସରୁ ବାହାରକୁ ଚାଲିଯାଉଛନ୍ତି।

ପରେ ଏହି ସାପଟିକୁ ଏକ ସୁରକ୍ଷିତ, ଜଙ୍ଗଲିଆ ଅଞ୍ଚଳରେ ନେଇ ଯୁବତୀ ଜଣକ ଛାଡ଼ି ଦେଉଛନ୍ତି। ଯାହା ଫଳରେ ମଣିଷ କିମ୍ବା ସାପ କାହାକୁ କ୍ଷତି ନ ପହଞ୍ଚୁ। ପୂରା ଅଫିସର କର୍ମଚାରୀ କରତାଳି ଦେଇ ଯୁବତୀଙ୍କ ଏପରି କାମକୁ ପ୍ରଶଂସା କରିଛନ୍ତି।

ଭିଡିଓ ଭାଇରାଲ ପରେ ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଶେୟାର କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପୁଅଙ୍କ ପାଖରେ ବି ଏତେ ସାହସ ନାହିଁ। ଅନ୍ୟ ଜଣେ ୟୁଜର ମଜା କରି ଲେଖିଛନ୍ତି, ‘ଯଦି ଏହା ମୋ ଅଫିସରେ ହୋଇଥାନ୍ତା, ମୁଁ ତୁରନ୍ତ ଛୁଟି ନେଇ ଘରକୁ ଦୌଡ଼ିଥାନ୍ତି।’ ସେହିପରି ଆଉ କିଛି ୟୁଜର କହିଛନ୍ତି, ଯୁବତୀ ଜଣକ ଅତ୍ୟନ୍ତ ଶାନ୍ତ ରହି ସାପ ଧରିଛନ୍ତି ସେଇଟା ଗୁରୁତ୍ୱପୂର୍ଣ୍ଣ, ଯାହା ବିପଦପୂର୍ଣ୍ଣ ପରିସ୍ଥିତିଠାରୁ ଢେର ଊର୍ଦ୍ଧ୍ୱରେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri