ଅବହେଳିତଙ୍କ ମୁହଁରେ ଫୁଟାଉଛି ହସ

କେନ୍ଦୁଝର ଖଣିଖାଦାନ ଅଞ୍ଚଳରେ ରହୁଥିବା ଅନେକ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ। କେବେ କୋଭିଡ୍‌ ମୁକାବିଲା କରିବା ତ ଆଉ କେବେ ପ୍ରଦୂଷଣମୁକ୍ତ କେନ୍ଦୁଝର ଗଢ଼ିବା ଲକ୍ଷ୍ୟରେ ବୃକ୍ଷରୋପଣ କରିବା ଆଉ ପୁଣି କେବେ ଅସହାୟଙ୍କ ସହାୟତା ଲାଗି ରକ୍ତଦାନ କରିବାକୁ ବି ପଛାଇ ନ ଥାଆନ୍ତି । ସେମାନେ ହେଉଛନ୍ତି କେନ୍ଦୁଝରରେ ଥିବା ‘ଖୁସି ଦ ଇନ୍‌କ୍ରିଡେବଲ ଭାରତ’ ନାମକ ୟୁଥ୍‌ କ୍ଲବ୍‌ର ସଦସ୍ୟମାନେ।
୨୦୨୦ରେ ଯେତେବେଳେ କୋଭିଡ୍‌ରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା, ବିଶେଷକରି ଅବହେଳିତ ପିଲାମାନଙ୍କ ସମସ୍ୟା ବଢ଼ିଲା; ସେତେବେଳେ କିଛି ଯୁବକ ମିଶି ଆରମ୍ଭ କରିଥିଲେ ଏହି କ୍ଲବ। ବର୍ତ୍ତମାନ ଏଥିରେ ପାଖାପାଖି ୩୦ ଜଣ ସଦସ୍ୟ ସକ୍ରିୟ କାମ କରୁଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ପରୋକ୍ଷରେ ସହାୟତାର ହାତ ବଢ଼ାଇ ଏହି ଅଭିଯାନରେ ସାମିଲ ହୋଇ କାମ କରିଚାଲିଛନ୍ତି ା ବିଭିନ୍ନ ହାଟିଂ ବା ବସ୍ତିରେ ରହୁଥିବା ବିଶେଷକରି ଖଣିଦ୍ୱାରା କ୍ଷତିଗ୍ରସ୍ତ ଏବଂ ଅବହେଳିତ ବଡ଼ବିଲ ପୌରାଞ୍ଚଳରେ ରହୁଥିବା ଗରିବ ଅବହେଳିତ ଶିଶୁଙ୍କୁ ମାଗଣା ଶିକ୍ଷାଦାନ କରିବା ସହ ସେମାନଙ୍କ ସମସ୍ୟା ବୁଝି ସମାଧାନ କରିବା ଭଳି କାମରେ ଲାଗିଛନ୍ତି ଏହି ୟୁଥ କ୍ଲବର ସଦସ୍ୟା ସଦସ୍ୟମାନେ। କାହାରି ଅନୁଦାନରେ ନୁହେଁ, ନିଜର ପାରିଶ୍ରମିକ ଅର୍ଥରୁ କିଛି କିଛି ଦେଇ ଏହି ସଦସ୍ୟମାନେ ଉକ୍ତ କାମକୁ ଆଗେଇ ନେଉଛନ୍ତି। ତେବେ ଏହି କାର୍ଯ୍ୟ ଅନ୍ୟମାନଙ୍କୁ କିପରି ପ୍ରେରଣା ଯୋଗାଇବ ଏବଂ ଅଧିକରୁ ଅଧିକ ଲୋକ ଏଭଳି କାର୍ଯ୍ୟ ପାଇଁ ଆଗେଇ ଆସିବେ, ସେହି ଲକ୍ଷ୍ୟ ନେଇ ଏକ ଓ୍ବେବ୍‌ ପୋର୍ଟାଲ୍‌ ଗଠନ କରିଛନ୍ତି।
ସଂସ୍ଥାର ସଭାପତି ଅତୁଲ ଗିରି ଓ ସାଧାରଣ ସମ୍ପାଦକ ମନୀଷ ଠାକୁର ଅନ୍ୟ ସମସ୍ତ ସଦସ୍ୟମାନଙ୍କ ସହାୟତାରେ ଏହି ଅଭିଯାନକୁ ଆଗେଇ ନେଉଛନ୍ତି ା ବର୍ତ୍ତମାନ ସୁଦ୍ଧା ସେମାନେ ୫୦୦ରୁ ଊର୍ଦ୍ଧ୍ୱ ଗରିବ ତଥା ଆଦିବାସୀ ଅବହେଳିତ ପିଲାଙ୍କୁ ପାଠପଢ଼ା ଉପକରଣ, କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିଛନ୍ତି। ଏହା ସହ ପରିବେଶ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ନିଃସ୍ବାର୍ଥପର ଭାବରେ କାମ କରିବା ସହ ପିଲାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିଆସୁଛନ୍ତି ା କେବଳ ଏତିକି ନୁହେଁ, ଶିଶୁ ଶ୍ରମ ବିରୋଧୀ ଅଭିଯାନ, ବୃକ୍ଷରୋପଣ, ପୋଷାକ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ ଆଦି ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟ କରି ସ୍ଥାନୀୟ ଅଞ୍ଚଳରେ ତଥା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି କ୍ଲବ। ତେବେ ଏଭଳି ସମାଜଧର୍ମୀ କାର୍ଯ୍ୟ ପାଇଁ କ୍ଲବ୍‌ ବିଭିନ୍ନ ସ୍ଥାନରୁ ସମ୍ମାନିତ, ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛି।
– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri