Categories: ଫୁରସତ

କୁନି ହାତରେ ବାଳକ ଟେକୁଛନ୍ତି ଟ୍ରାକ୍ଟର

ଖେଳକୁଦ କରିବା ବୟସରେ ବଡ଼ କାରନାମା କରି ଚର୍ଚ୍ଚାରେ ଜଣେ ବାଳକ। ନିଜର କୁନି ହାତରେ ଟ୍ରାକ୍ଟରକୁ ଟେକି ପାରୁଛନ୍ତି ସେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓଟିକୁ ଯିଏ ବି ଦେଖୁଛି ଚକିତ ହୋଇଯାଉଛି।

ଭିଡିଓରେ ଦେଖାଯାଉଛି ଯେ ଏକ ଟ୍ରାକ୍ଟରରେ କିଛି ପିଲା ବସିଛନ୍ତି। ଏହି ସମୟରେ ଜଣେ ବାଳକ ଟ୍ରାକ୍ଟରର ଆଗପଟୁ ଏହାକୁ ଟେକୁଛନ୍ତି। ଏପରି କରିବା ଆଦୌ ସହଜ ନ ଥିଲେ ହେଁ ପିଲାଟିର ଶକ୍ତି ଦେଖି ଅନେକ ପ୍ରଶଂସା କରୁଛନ୍ତି। ଏପରିକି ତାଙ୍କୁ ‘ବାହୁବଲୀ’ ଆଖ୍ୟା ଦିଆଯାଉଛି।

ଇତିମଧ୍ୟରେ ୬୫ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଥିବା ବେଳେ ୪ ଲକ୍ଷ ପସନ୍ଦ କରିଛନ୍ତି।

Share