ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଖୋଲିବ ଆଶ୍ରୟସ୍ଥଳ

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉଏକ ପାଦ ଆଗକୁ ବଢାଇଛି। କିନ୍ନରମାନେ ଯେପରି ଅନ୍ୟମାନଙ୍କ ଭଳି ସ୍ବାଭାବିକ ଭାବେ ଜୀବିକା ନିର୍ବାହ କରିବେ, ଭିକ୍ଷାବୃତ୍ତି ଛାଡ଼ି ସ୍ବାବଲମ୍ବୀ ହୋଇ ପାରିବେ ସେ ନେଇ ବିଏମ୍‌ସି ଯୋଜନା କରୁଛି। ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ଅଭିଯାନର ଏକ ଅଂଶ ସ୍ବରୁପ ଖୁବ୍‌ଶୀଘ୍ର ସହରରେ ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଆଶ୍ରୟସ୍ଥଳ ଖୋଲାଯିବ। ଏଥିପାଇଁ ସହରର ୨ଟି ସ୍ଥାନ ଚିହ୍ନଟ କରାଯିବ। ପ୍ରତ୍ୟେକ ସ୍ଥାନରେ ୨୫ଜଣ ଲେଖାଏ ମୋଟ ୫୦ଜଣ କିନ୍ନର ରହିବାର ବ୍ୟବସ୍ଥା ହେବ। ମେ’ ଶେଷ ସୁଦ୍ଧା ଆଶ୍ରୟସ୍ଥଳକୁ କାର୍ଯ୍ୟକ୍ଷମ କରାଯିବ। ସେଠାରେ କିନ୍ନରଙ୍କ ଦକ୍ଷତା ବିକାଶ କରାଯିବା ସହ ଧୂପକାଠି, ଫିନାଇଲ୍‌ ଆଦି ସାମଗ୍ରୀ ତିଆରି ମାଧ୍ୟମରେ ରୋଜଗାର ସୃଷ୍ଟି ହେବ। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯିବ। ଏଥିସହ ରହଣୀ ସମୟରେ ପ୍ରତ୍ୟେକଙ୍କୁ ୩,୪୦୩ଟଙ୍କା ଲେଖାଏ ପ୍ରେତ୍ସାହନ ରାଶି ପ୍ରଦାନ କରାଯିବ। ବିଏମ୍‌ସି ଡେପୁଟି କମିଶନର କମଳାକାନ୍ତ ବେହେରା କହିଛନ୍ତି, ଆଜି ବି ଅନେକ ଲୋକ କିନ୍ନରଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ସେମାନଙ୍କ ରହଣୀ ପାଇଁ ସେପରି ଅନୁକୂଳ ପରିବେଶରେ ଘର ଖୋଜିବାକୁ ପଡୁଛି। ତେବେ ଖୁବ୍‌ଶୀଘ୍ର ସେମାନଙ୍କ ପାଇଁ ଆଶ୍ରୟ ଗୃହ ଚିହ୍ନଟ କରାଯିବ। ପରିଚାଳନା ଦାୟିତ୍ୱରେ ଥିବା ସଂଗଠନଗୁଡିକ ଏମାନଙ୍କୁ ଦକ୍ଷତା ବିକାଶ ନେଇ ତାଲିମ୍‌ ଦେବେ।

କାହିଁକି ଭିକାରିମୁକ୍ତ ହୋଇପାରୁ ନାହିଁ ସ୍ମାର୍ଟସିଟି?

ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଯାଯାବର ଓ ଅନ୍ୟ ଭିକ୍ଷୁକଙ୍କ ପାଇଁ ୩ଟି ଆଶ୍ରୟ (ଭିକ୍ଷୁକ ଆଶ୍ରୟସ୍ଥଳୀ) ଏବଂ ୭ଟି ସହରାଞ୍ଚଳ ଆଶ୍ରୟସ୍ଥଳୀ (ଏସ୍‌ୟୁଏଚ) ରହିଛି। ଏସ୍‌ୟୁଏଚ୍‌ରେ ସମୁଦାୟ ୩୫୬ରୁ ଊଦ୍ଧର୍‌ବ ବ୍ୟକ୍ତି ରହିବାର ସୁବିଧା ଥିବାବେଳେ ଏବେ ସେଠାରେ ୨ଶହ ଜଣ ଅଛନ୍ତି। ସେହିପରି ୩ଟି ଆଶ୍ରୟ ଗୃହରେ ୩୦୦ଜଣ ରହିବାର ସୁବିଧା ଥିବାବେଳେ ଏବେ ପ୍ରାୟ ୨୬୦ଜଣ ବ୍ୟକ୍ତି ରହିଛନ୍ତି। ଅପରପକ୍ଷେ ଚନ୍ଦ୍ରଶେଖରପୁର ଏସ୍‌ୟୁଏଚ୍‌ ମହିଳା ଭିକ୍ଷୁକଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଏଗୁଡିକର ପରିଚାଳନା ଦାୟିତ୍ୱ ମଧ୍ୟ ଓଡ଼ିଶା ପତିତାଉଦ୍ଧାର ସମିତି, ବିକାଶ, ଭିଜେଏସ୍‌ଏସ୍‌ ଭଳି ସଂଗଠନକୁ ଦିଆଯାଇଛି। ଏହାସତ୍ତ୍ୱେ ସ୍ମାର୍ଟସିଟି ଭୁବନେଶ୍ୱର ଭିକ୍ଷୁକମୁକ୍ତ ହୋଇପାରୁ ନାହିଁ। ତେବେ ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର କମଳାକାନ୍ତ ବେହେରା କହିଛନ୍ତି, ରାଜଧାନୀକୁ ଭିକ୍ଷୁକମୁକ୍ତ କରିବା ପାଇଁ ବିଏମ୍‌ସି ବହୁ ପ୍ରୟାସ କରୁଛି। ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କୁ ବିଭିନ୍ନ ତାଲିମ ଦିଆଯାଉଛି। ଏହାଦ୍ୱାରା ସେମାନେ ଭିକ୍ଷା ନ ମାଗି ନିଜେ କିଛି ଉପାର୍ଜନ କରି ସମ୍ମାନର ସହ ବଞ୍ଚତ୍ପାରିବେ। ମାତ୍ର ଅଧିକାଂଶ ବ୍ୟକ୍ତି କିଛିଦିନ ରହିବା ପରେ କାମ ଖୋଜିବାକୁ ଯିବାକୁ କହି ପୁଣିଥରେ ଭିକ୍ଷାବୃତ୍ତି କରୁଛନ୍ତି। ଏଭଳି ବ୍ୟକ୍ତିଙ୍କୁ ଟଙ୍କା କିମ୍ବା ଖାଦ୍ୟ ନ ଦେବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସହଜରେ ଅର୍ଥ ଏବଂ ଖାଇବା ମିଳି ଯାଉଥିବାରୁ ସେମାନେ କାମ ନ କରି ଭିକ୍ଷା ମାଗିବାକୁ ଶ୍ରେୟ ମଣୁଛନ୍ତି। ଫଳରେ ବିଏମ୍‌ସିର ଯୋଜନା ସଫଳ ହୋଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri