Odisha Elections 2024

ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର କକ୍ଷ ଖୋଲିଲାନି

ମହାକାଳପଡ଼ା,୧୩ା୪ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମା’ଙ୍କ ପୀଠ ପରିସରରେ ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ଭଳିକିଭଳି ଦୋକାନ ପସରା ମେଲାଇଲେଣି। ଏହି ଝାମୁଯାତ୍ରାରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି ବୋଲି ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ସେନା ପ୍ରମୁଖ ବିରଞ୍ଚତ୍ ନାରାୟଣ ଦାସ ଅଭିଯୋଗ କରିଛନ୍ତ। ଅପରପକ୍ଷରେ ପାଣିପାଗ ବିଭାଗ ପୂର୍ବାନୁମାନ ସୂଚନା ଅନୁସାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ନିଆଁ ବର୍ଷିବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଓ ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ଚିକିତ୍ସା କକ୍ଷ ଖୋଲାଯାଇ ନାହିଁ।
ପୂର୍ବବର୍ଷ ଝାମୁଯାତ୍ରାରେ ପ୍ରବଳ ଟାଣଖରା ଓ ଭିଡ଼ ମଧ୍ୟରେ ମାନସିକଧାରୀ ପାଟୁଆଙ୍କ ସମେତ ୫ ଜଣ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଅସ୍ଥାୟୀ ଚିକିତ୍ସା କକ୍ଷ ବ୍ୟବସ୍ଥା ନ ଥିବାରୁ ରୋଗୀମାନଙ୍କୁ ମନ୍ଦିର ପରିସରରେ ଥିବା ବାରଣ୍ଡାରେ ହାତରେ ସାଲାଇନ ବୋତଲ ଧରି ଚିକିତ୍ସା କରାଯାଇଥିଲା। ଶକ୍ତିପୀଠ ଝାମୁଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ହେବା ସମ୍ଭାବନା ଥିବାରୁ ମନ୍ଦିର ପରିଚାଳନା ଟ୍ରଷ୍ଟ ଧନ ଜୀବନ ଓ ଦୋକାନୀମାନଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ଜରୁରୀ ବୋଲି ଭୁଲିଯାଇଛି। ଏହି ଝାମୁଯାତ୍ରାରେ ଯଦିଓ କିଛି ଅଭାବନୀୟ ଘଟଣା ଘଟେ, ଏଥିପାଇଁ ଦାୟୀ କିଏ ରହିବ ବୋଲି ସ୍ଥାନୀୟ ବୁଦ୍ଧିଜିବୀ କ୍ଷୋଭ ପ୍ରକାଶ କରିଛନ୍ତି। ଅଦ୍ୟାବଧି ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ଅଗ୍ନି ନିରାପତ୍ତା ପାଇଁ ବିଧିବଦ୍ଧ ଲିଖିତ ଭାବେ ନିକଟ ମହାକାଳପଡ଼ା ଅଗ୍ନିଶମ ବାହିନୀ ଅଧିକାରୀଙ୍କୁ ଅବଗତ କରାଯାଇନାହିଁ ବୋଲି ଅଧିକାରୀ ଶିଶିର କୁମାର ଦାସ କହିଛନ୍ତି। ୨୦୧୯ରେ ଝାମୁଯାତ୍ରା ପରିସରରେ ମଧ୍ୟାହ୍ନ ସମୟରେ ଏକ ହୋଟେଲରେ ରୋଷେଇ ହେଉଥିବା ବେଳେ ଏକ ଗ୍ୟାସ୍‌ ସିଲିଣ୍ଡର ଲିକେଜ ହେବା ଯୋଗୁ ଅସ୍ଥାୟୀ ଦୋକାନରେ ନିଆଁ ଲାଗି ଜଳି ଯାଇଥିଲା। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ମୃତ୍ୟୁମୁଖରୁ ସ୍ଥାନୀୟ ଯାତ୍ରୀ ଓ ବ୍ୟବସାୟୀମାନେ ବର୍ତ୍ତି ଯାଇଥିଲେ। ମା’ଙ୍କ ଝାମୁଯାତ୍ରା ଦେଖିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ମହିଳା ଶ୍ରଦ୍ଧାଳୁମାନଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ନିର୍ମାଣ ହେଲାନାହିଁ। ଅନ୍ୟପକ୍ଷରେ ପୋଖରୀରେ ମଧ୍ୟ ପାଣି ପଶିଲା ନାହିଁ। ଏ ନେଇ ମନ୍ଦିର ଟ୍ରଷ୍ଟି ଓ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗୁନାହିଁ ବୋଲି ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଝାମୁଯାତ୍ରା ଦିନ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବାଲୁକାରେ ନିର୍ମିତ ମା’ ରାମଚଣ୍ଡୀଙ୍କ ପ୍ରତିମୂର୍ତ୍ତି ଏବଂ ମା’ ରାମଚଣ୍ଡୀଙ୍କ ଅଲୌକିକ କାହାଣୀ ଉପରେ ପର୍ଯ୍ୟବସିତ ଦରିଆରାଣୀ ପୁସ୍ତକକୁ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେନା ପକ୍ଷରୁ ସୂଚନା ମିଳିଛି। ଏହି ଝାମୁଯାତ୍ରା ଅବ୍ୟବସ୍ଥା ନେଇ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଅବଗତ କରାଯାଇଛି। ଜିଲାପାଳ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri