ବ୍ରହ୍ମପୁରରେ ସ୍ଥାପନ ହେଉ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ

ବ୍ରହ୍ମପୁର ଅଫିସ,୨ା୯: ବ୍ରହ୍ମପୁରରେ କ୍ରମଶଃ ନୂଆସାହି ବସ୍ତି ସାଙ୍ଗକୁ ଜନସଂଖ୍ୟା ବଢ଼ି ଚାଲିଛି। ଏହାସହ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରେଶମ ନଗରୀରେ ଶତାଧିକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ତେବେ ବେସରକାରୀ ସ୍କୁଲଗୁଡିକରେ ମାତ୍ରାଧିକ ଫି ନେଇ ଶୋଷଣ କରାଯାଉଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାଦାନ ହେଉନଥିବା ଅନେକ ଅଭିଭାବକଙ୍କ ପକ୍ଷରୁ ବହୁବାର ଅଭିଯୋଗ ହୋଇଛି। କେଉଁ ଆବାହମାନ କାଳରୁ ମହାନଗରରେ ମାତ୍ର ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଅଛି। ସେଠାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବ୍ୟବସ୍ଥା ରହିଛି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଉନ୍ନତମାନର ଶିକ୍ଷାଦାନ ଯୋଗୁ ପିଲାଙ୍କ ଆଗ୍ରହ ବଢ଼ୁଛି। ତେଣୁ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ମହଲରୁ ଦାବି କରାଯାଇଛି।
କେନ୍ଦ୍ର ଏନଡିଏ ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି। ତେଣୁ ବ୍ରହ୍ମପୁରରେ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଲାଗି ପଦକ୍ଷେପ ନେବାର ଲୋକେ ଆଶା କରିଛନ୍ତି। ଅନ୍ୟପକ୍ଷରେ ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକରେ ଅନେକ ଉପାନ୍ତ ଅଞ୍ଚଳ ରହିଛି। ଆଦିବାସୀ ଓ ଅନୁସୂଚିତ ଜାତିର ପିଲାଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ସେହି ବ୍ଲକରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲାର ଭାଜପା ନେତାମାନେ ମନ୍ତ୍ରୀଙ୍କ ଉପରେ ଚାପ ପକଇ କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇଛି। ଆଗାମୀ ଶିକ୍ଷାବର୍ଷରୁ ଯେଭଳି ସ୍ଥାପନ ହୋଇପାରିବ ସେଥିପାଇଁ ନେତାମାନେ ଉଦ୍ୟମ କରିବାକୁ ସଚେତନ କରାଯାଇଛି।
ଆଲୋଚନା ପ୍ରସଙ୍ଗରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ କହିଛନ୍ତି, ୨୦୨୧ ସେପ୍ଟେମ୍ବର ୨୯ରେ ବ୍ରହ୍ମପୁରରେ ଦ୍ୱିତୀୟ ଏବଂ ଚିକିଟି ନିର୍ବାଚନ ମଣ୍ଡଳୀରେ ନୂତନ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। କେବଳ କେନ୍ଦ୍ରୀୟ ବିଦ୍ୟାଳୟ ନୁହେଁ ଗଞ୍ଜାମ ଜିଲାରେ ଲକ୍ଷ ଲକ୍ଷ କୁଶଳୀ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇ ଜୀବିକା ନିର୍ବାହ କରୁଛନ୍ତି ଓ ପ୍ରଶଂସିତ ହେଉଛନ୍ତି। ସେମାନଙ୍କୁ ଉନ୍ନତମାନର ତାଲିମ ଦେବା ପାଇଁ ବ୍ରହ୍ମପୁରରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ବିକାଶ ପରୀକ୍ଷଣ ପ୍ରତିଷ୍ଠାନ ଖୋଲିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ଉପରୋକ୍ତ ପ୍ରସ୍ତାବ ଅନୁଧ୍ୟାନ କରାଯାଉଛି ଓ ପଦକ୍ଷେପ ନିଆଯିବାର ମନ୍ତ୍ରୀଙ୍କଠାରୁ ସୂଚନା ମିଳିଥିବା ସାବତ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri