ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ରାଇରଙ୍ଗପୁର,୨୦।୮(ଡି.ଏନ୍‌.ଏ): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ୍‌ ଥାନା ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଇନ୍‌ ଥାନା ଅନ୍ତର୍ଗତ ରୋହିଣୀକୁଦ ଗ୍ରାମର କ୍ଷୀରୋଦ ମହାନ୍ତ। ତେବେ ଆହତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ରାଇରଙ୍ଗପୁରର ବଡବଜାର ନିକଟସ୍ଥ ରେଳ ଫାଟକ ନିକଟରେ ଏକ ପିକ୍‌ଅପ ଭ୍ୟାନ୍‌ ସହ ଏକ ସ୍କୁଟି ଧକ୍କା ହୋଇଥିଲା। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।