ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ ପାଣିରେ ଭସାଇବା ଲାଗି ସୋଲ ବନ୍ଧାଯାଇ କଣ୍ଟାକୁ ଭିତରକୁ ଦିଆଯାଏ। କଣ୍ଟାରେ ଜିଆ ଗୁନ୍ଥି ଲୋକଟି ଗାଡ଼ିଆରେ ମାଛଧରେ। ଯେତେବେଳେ ମାଛ ଜିଆକୁ ଟାଣେ ସୋଲ ଉପର ତଳ ହେବା ଜାଣି ଧରାଳି ତତ୍‌କ୍ଷଣାତ୍‌ ତାହାକୁ ଭୂଇଁ ଉପରକୁ ଛାଟେ ଓ ମାଛ ପାଏ। ମାଛ ଧରିବା ସକାଶେ ବନିଶି ମାଧ୍ୟମ ହୋଇଥିବା ବେଳେ ଜିଆ ଥୋପର କାମ କରେ। ଆଜିର ରାଜନୈତିକ ପାଣିରୁ ମାଛ ମାରିବା ପାଇଁ ପ୍ରାୟ ପ୍ରତ୍ୟେକ ଦଳ ବନିଶି ଧରି ବସିଛନ୍ତି।
କୌତୂହଳର ବିଷୟ ହେଉଛି ଅଳ୍ପ ଗଭୀର ପାଣିକୁ ଦୃଷ୍ଟି ପକାଇଲେ ମାଛଙ୍କର ମେଳି ସ୍ପଷ୍ଟ ଦିଶିଯାଉଛି। ଯେତେବେଳେ ଜଣେ ଶିଳ୍ପପତିଙ୍କ ଝିଅ ବାହାଘର ମଉଜ ମଜଲିସ୍‌ ଆରମ୍ଭ ହେଲା ସେତେବେଳେ ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌, ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର ଓ ଏନ୍‌ସିପି (ଶରଦଚନ୍ଦ୍ର ପାଓ୍ବାର) ସାଂସଦ ସୁପ୍ରିୟା ସୁଲେ ଏକ ସଙ୍ଗେ ମଞ୍ଚ ଉପରେ ନାଚିବାର ଦୃଶ୍ୟ ଦେଶବାସୀ ଦେଖିଲେ। ସେତେବେଳେ ସମସ୍ତଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଥିବ। ଯେଉଁ ଦେଶବାସୀ ବୁଝିବାକୁ ଚାହିଁବେ ନାହିଁ ସେମାନଙ୍କୁ ବୁଝାଇବା ଅସମ୍ଭବ। ଯେଉଁ ନାଗରିକ ଏହି ଖେଳର ଅଳ୍ପ ଭିତରକୁ ଦେଖିବେ ସେଥିରୁ ବୁଝିପାରିବେ ଯେ ଏହି ବିବାହ ଘଟଣା କେବଳ ନୁହେଁ, ସମଗ୍ର ଦେଶର ରାଜନେତା, ଶିଳ୍ପପତି, ଅମଲାତନ୍ତ୍ରୀ ଏବଂ ନ୍ୟାୟାଧୀଶମାନେ ମିଳିମିଶି ସୁଖଶାନ୍ତିରେ ଅଛନ୍ତି। ଏମାନଙ୍କ ମଧ୍ୟରେ କୌଣସି ଦ୍ୱେଷ କିମ୍ବା ମତଭେଦ ଥିଲାଭଳି ମନେ ହୁଏନାହିଁ। ତାହାର ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ଯେଉଁଥିରୁ ମୁଖ୍ୟ କାରଣ ହେଉଛି ଯେ, ଆଜିର ରାଜନେତାମାନଙ୍କ ହୃଦୟରେ ଦେଶବାସୀଙ୍କ ପାଇଁ ତିଳେମାତ୍ର ଦରଦ ନାହିଁ। ସମ୍ଭବତଃ ସେଥିପାଇଁ ଗୋଟିଏ ମାଛ ପରେ ଆଉ ଗୋଟେ ମାଛ ଧରିଲା ଭଳି ଉଭୟ ସରକାରୀ ଓ ଅଣସରକାରୀ ଦଳଗୁଡ଼ିକ ବନିଶି ପକାଇବାରେ ବ୍ୟସ୍ତ।
ନିକଟ ଅତୀତକୁ ଦେଖିଲେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଜିଆ ଭଳି ଦେଶରେ ପକାଇବା ପାଇଁ ସରକାର ଚିନ୍ତା କରୁଥିବାବେଳେ ଅଣସରକାରୀ ଦଳଗୁଡ଼ିକ ସେହି ଜିଆକୁ ଖାଇବା ପାଇଁ ସମ୍ପୂର୍ଣ୍ଣ ଡ୍ରାମା କରି ଦେଶବାସୀଙ୍କୁ ବାଉଳା କରୁଛନ୍ତି। ପ୍ରଥମେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭଳି କାର୍ଯ୍ୟରୁ ଏହି ଖେଳ ଦୃଷ୍ଟିକୁ ଆସିଲା। ଅବଶ୍ୟ ତା’ପୂର୍ବରୁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ନିଷ୍ପତ୍ତିଗୁଡ଼ିକର କୁଫଳ ଆଜି ପର୍ଯ୍ୟନ୍ତ ଦେଶ ସହିବାକୁ ବାଧ୍ୟ ହେଉଛି। ପରବର୍ତ୍ତୀ ସମୟରେ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ଠାରୁ ଏବର ବନ୍ଦେ ମାତରମ୍‌, ନ୍ୟାଶନାଲ ହେରାଲ୍ଡ ମାମଲା ଏବଂ ଆଜି ଭିତରେ ମହାତ୍ମା ଗାନ୍ଧୀଙ୍କ ନାମକୁ କାଢ଼ି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରୁ ‘ଜି ରାମ୍‌ଜି’ ପୁନଃ ନାମିତ କରିବାର ଜିଆ ପୋଖରୀ ପାଣିକୁ ଗୋଳିଆ କରିଚାଲିଛି। ଅଣ ସରକାରୀ ଓ ବିରୋଧୀ ଦଳଗୁଡ଼ିକ ସେହି ଗୋଳିଆ ପାଣିର ଖୁବ୍‌ ଭଲ ଲାଭ ଉଠାଇ ନାଚଗୀତରେ ମଜ୍ଜିରହିବା ସହିତ ପ୍ରବଳ ଫାଇଦାରେ ରହୁଛନ୍ତି। ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର ଦୁଇ ମୁଖ୍ୟ ସୁନିଶ୍ଚିତ ବନ୍ଧା ହେବେ ବୋଲି ତଳତଳିଆ ସରକାରୀ ସମର୍ଥକ ଛାତିପିଟି କହୁଥିବା ବେଳେ ଉପରର ଖେଳ ବୁଝିଲା ଭଳି ବୁଦ୍ଧି ସେମାନଙ୍କର ଜନ୍ମି ନାହିଁ ବୋଲି ସେହି ମାମଲା ଖାରଜ ଖବର ପଢ଼ିଥିବା ସମସ୍ତ ନାଗରିକ ଭଲ ଭାବେ ବୁଝି ପାରିଥିବେ। ଯଦି ଯୁକ୍ତିତର୍କରେ ମୁଣ୍ଡ ନ ପୂରାଇ ଯେକୌଣସି ଭାରତୀୟ ନାଗରିକ ଆଜିର ରାଜନୈତିକ ପରିବେଶକୁ ଦେଖିପାରିବ, ସ୍ପଷ୍ଟ ଭାବେ ଆଭ୍ୟନ୍ତରୀଣ ମୁଝାମଣା ସମ୍ପର୍କରେ ହୃଦ୍‌ବୋଧ କରିପାରିବ। ଏଥିପାଇଁ କୌଣସି ମହାନ୍‌ ବିଦ୍ୱାନ୍‌ ହେବାର ପ୍ରୟୋଜନ ନାହିଁ। ବିରୋଧୀ ଦଳର ମୁଖିଆ ସାଜିଥିବା ବ୍ୟକ୍ତି ବିଭିନ୍ନ ଅପ୍ରାସଙ୍ଗିକ ବିଷୟକୁ ଉଠାଇ ଦେଶର ଦୃଷ୍ଟିକୁ ଏପାଖସେପାଖ କରିବାରେ ସଫଳତା ପାଇପାରୁଛନ୍ତି। ସେଭଳି ବିରୋଧୀଙ୍କୁ ଅତି ଭଲ ଭାବେ ପୋଷି ରଖିବାର କଳା କେନ୍ଦ୍ରକୁ ଜଣା, ସେଥିପାଇଁ ଇଡି ଦ୍ୱାରା ଦାଏର କରାଯାଇଥିବା ନ୍ୟାଶନାଲ୍‌ ହେରାଲ୍ଡ ମାମଲାକୁ ସରକାରୀ ସପକ୍ଷବାଦୀ ବିଚାରପତି ଅତି ସହଜରେ ପ୍ରମାଣ ନାହିଁ କହି ଖାରଜ କରିଦେଲେ। ଏହିଭଳି ପରିସ୍ଥିତିରେ ଆଜି ଭାରତର ଜନସାଧାରଣ ପୋଖରୀ ଭିତରେ ଡୁବ ମାରୁଛନ୍ତି। ତଳ ସ୍ତରରେ ଆମେସବୁ ଯୁକ୍ତିତର୍କ, ହଣାକଟା ଏବଂ ମାର୍‌ପିଟ କରି ଭାବୁଛୁ ଆମେ ଆମ ନେତାଙ୍କୁ ରକ୍ଷାକଲୁ। ଉପରସ୍ତରରେ ନେତା ସମସ୍ତେ ଚତୁରେ କୋଳାକୋଳି। ପୋଖରୀରେ ‘ଜିଆ ଖାଉଛି ମାଛକୁ’ ଦୃଶ୍ୟ ଭାରତର ସାଧାରଣ ନାଗରିକ ଦେଖୁଛି। କିନ୍ତୁ ବୁଝିବାରେ ଅସଫଳ ଯେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ କିଭଳି ଭାବେ ଖସୁଛି। ଦେଶର ଅର୍ଥନୀତି କେଉଁଠାରେ ପହଞ୍ଚିପାରିଛି ଏବଂ ଭାରତ ତା’ର ଆଜି ବୈଦେଶିକ ନୀତିରେ ସମ୍ପୂର୍ଣ୍ଣ ଅସଫଳତା ପ୍ରଦର୍ଶନ କରାଇ ପୃଥିବୀରେ ମିତ୍ରବିହୀନ ରାଷ୍ଟ୍ର ଭାବେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri