୪୧,୮୭୫ ନମୁନାରୁ ଜଣେ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୬।୪ ଏକଦା ମ୍ୟାଲେରିଆପ୍ରବଣ ଭାବେ ଦୁର୍ନାମ ମୁଣ୍ଡାଇଥିଲା ଶିଳ୍ପ ଜିଲା ଢେଙ୍କାନାଳ। ତେବେ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଅନବରତ ପ୍ରୟାସ ପରେ ଏହି ମାରାତ୍ମକ ଜ୍ୱର ଏବେ ନିୟନ୍ତ୍ରଣକୁ ଆସିପାରିଛି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୪୧,୮୭୫ ନମୁନା ପରୀକ୍ଷଣ କରାଯାଇଥିବାବେଳେ ମାତ୍ର ଜଣେ ରୋଗୀ ଚିହ୍ନଟ ହେବା ଶୁଭସଙ୍କେତ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାସ କହିଛନ୍ତି।
ଢେଙ୍କାନାଳରେ ସୋମବାର ଜିଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାକୁ ସିଡିଏମ୍‌ଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ରଥଗଡ଼ା କୃଷକ ବଜାର ପର୍ଯ୍ୟନ୍ତ ଯାଇଥିଲା। ଡାକବାଜି ଯନ୍ତ୍ର, ପ୍ଲାକାର୍ଡ ମାଧ୍ୟମରେ ସ୍ବାସ୍ଥ୍ୟ କର୍ମଚାରୀମାନେ ଜନସଚେତନତା ସୃଷ୍ଟି କରିଥିଲେ। ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମ ସହକାରୀ ଜିଲା ଭେକ୍ଟର ବାହିତ ରୋଗ ନିରାକରଣ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଭେକ୍ଟରବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ଜିଲାର ମ୍ୟାଲେରିଆ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଜିଲାରେ ୨୦୨୨ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୪୧ ହଜାର ୮୭୫ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ତନ୍ମଧ୍ୟରେ ଜଣେ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମ୍ୟାଲେରିଆରେ କାହାରି ମୃତ୍ୟୁ ଘଟିନାହିଁ। ୨୦୧୬ରେ ୧ଲକ୍ଷ ୯୮ହଜାର ୫୫୮ ଜଣଙ୍କ ନମୁନା ପରୀକ୍ଷଣରୁ ୧୫୦୧ ଜଣ, ୨୦୧୭ରେ ୧ଲକ୍ଷ ୬୫ହଜାର ୪୧୮ଜଣଙ୍କ ନମୁନା ପରୀକ୍ଷଣରୁ ୧୨୪୩ ଜଣ, ୨୦୧୮ରେ ୧ଲକ୍ଷ ୬୫ହଜାର ୮୧୬ଜଣଙ୍କ ନମୁନା ପରୀକ୍ଷଣରୁ ୨୪୪ ଜଣ, ୨୦୧୯ରେ ୧ଲକ୍ଷ ୬୭ହଜାର ୬୭୪ଜଣଙ୍କ ନମୁନା ପରୀକ୍ଷଣରୁ ୮୯ଜଣ, ୨୦୨୦ରେ ୧ଲକ୍ଷ ୬୮ହଜାର ୨୧୬ଜଣଙ୍କ ନମୁନା ପରୀକ୍ଷଣରୁ ୮୨ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ୨୦୨୧ରେ ୧ଲକ୍ଷ ୭୭ହଜାର ୨୮୭ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବାବେଳେ ମାତ୍ର ୪୪ ରୋଗୀ ଚିହ୍ନଟ ହୋଇଥିଲେ। ଏହି ବର୍ଷଗୁଡ଼ିକରେ ମ୍ୟାଲେରିଆ ମୃତ୍ୟୁସଂଖ୍ୟା ଶୂନ୍ୟ ରହିଛି। ଜିଲାରେ ମ୍ୟାଲେରିଆ ନିରାକରଣ ପାଇଁ ୪ଲକ୍ଷରୁ ଊର୍ଦ୍ଧ୍ୱ ମଶାରି ବଣ୍ଟାଯାଇଛି। ଦୁର୍ଗମ ଅଞ୍ଚଳରେ ‘ଦମନ’ କାର୍ଯ୍ୟକ୍ରମ ଜାରିରହିଛି। ଗ୍ରାମାଞ୍ଚଳରୁ ଜିଲା ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନରେ ନିଃଶୁଳ୍କ ମ୍ୟାଲେରିଆ ଚିକିତ୍ସା ଉପଲବ୍ଧ ରହିଛି ବୋଲି ସୂଚନା ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ବାସ୍ଥ୍ୟ ରୋଗ ପ୍ରତିରୋଧ ଅଧିକାରୀ ଡା. ଗୁରୁପ୍ରସାଦ ଜେନା, ଜିଲା ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ସହକାରୀ ଜିଲା ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନନ୍ଦକିଶୋର ମଲ୍ଲିକ, ଡିଡିଏମ୍‌ ଜିତେନ୍ଦ୍ରନାଥ ସାହୁ, ସମରେନ୍ଦ୍ର ଶତପଥୀ, ସ୍ବାସ୍ଥ୍ୟ ମିଶନ ସହକାରୀ ପରିଚାଳକ ନିଳିମା ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri