ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ମୋରଡା,୨୪।୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ବରକନ୍ଦ ପଞ୍ଚାୟତର ବଇଞ୍ଚତ୍ଡିହାଠାରେ ସୋମବାର ମଧ୍ୟାହ୍ନରେ ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ରୁଚିସ୍ମିତା ପାଳ। ଏନେଇ ସେ ମୋରଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ରୁଚିସ୍ମିତା ବାପଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ମୁହଁରେ ଧଳା ରୁମାଲ ବାନ୍ଧି ତାଙ୍କ ପାଖକୁ ଆସି ଠିକଣା ପଚାରିବା ବାହାନାରେ ବେକରୁ ସୁନାର ରାଣୀହାର ଛିଣ୍ଡାଇ ନେଇ ପଳାଇଥିଲେ। ଏହାପରେ କିଛିଦୂରରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ଯୁବକଙ୍କ ସହ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଏନେଇ ମୋରଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।