ରାସ୍ତାରେ ଧସିଲା ପାହାଡ଼, ଭାଙ୍ଗିଲା ବିରାଟ ଗଛ

ଧରାକୋଟ,୩ା୧୦: ଚଳିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଜନଜୀବନ ବେଶ୍‌ ପ୍ରଭାବିତ ହୋଇଛି। ଗୁରୁବାର ରାତିରେ ଜାତୀୟ ରାଜପଥ ୫୯ର ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ରାସ୍ତା ଉପରେ ବିରାଟ ଗଛ ପଡ଼ିଯିବାରୁ ରାସ୍ତା ଦୀର୍ଘ ସମୟ ଅବରୋଧ ହୋଇ ରହିଥିଲା। ଉଭୟ ସୋରଡ଼ା ଓ ଧରାକୋଟ ପଟୁ ଗାଡ଼ିମୋଟର ଲମ୍ବାଲାଇନ ଲାଗିରହିଥିଲା। ଘଟଣାସ୍ଥଳରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଭାରପ୍ରାପ୍ତ ବିଡିଓ ସୁଶୀଲ ପଟ୍ଟନାୟକ ପହଞ୍ଚି ଗଛ କାଟିବା ପରେ ଜାତୀୟ ରାଜପଥ ୫୯ରେ ଯାତାୟାତ ସ୍ବାଭାବିକ ହୋଇଥିଲା ।

ଠିକ୍‌ ସେହିପରି କୁସଗୁମା ବିଦ୍ୟାଳୟ ନିକଟରେ ରାସ୍ତା ଉପରେ ପଡ଼ିଥିବା ଗଛ କାଟିବାରୁ ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷରେ ସାବା ପଞ୍ଚାୟତ ଦେଇ ଯାଇଥିବା ପଟାଶାଳଠାରୁ ଟି.ଗୋବିନ୍ଦପୁର ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ୧୨ କିମି ରାସ୍ତାର ଘୋଡ଼ାଆମ୍ବ ନିକଟରେ ଲଗାଣ ବର୍ଷାରେ ବଡ଼ ବଡ଼ ପଥର ଖଣ୍ଡ ଖସି ରାସ୍ତା ଉପରେ ପଡ଼ିଥିବା ଦେଖାଯାଇଥିଲା। ସେହିପରି ଘୋଡ଼ାଆମ୍ବଠାରୁ ଟି. ଗୋବିନ୍ଦପୁର ରାସ୍ତାରେ ଦୁଇଟି ଗଛ ଉପୁଡ଼ି ପଡ଼ିଥିବାରୁ ଏହାକୁ କାଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri