ଆମେରିକାରେ ସଶସ୍ତ୍ର ବିକ୍ଷୋଭ ଆଶଙ୍କା

ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଜାନୁୟାରୀ ୬ ଭଳି ହିଂସାତ୍ମକ ବିକ୍ଷୋଭ ଓ ଟ୍ରମ୍ପ୍‌ ସପକ୍ଷ ରାଲି ବାହାରିବା ସମ୍ଭାବନା ଥିବାରୁ ୫୦ଟି ରାଜ୍ୟର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରାଜଧାନୀ ସହରଗୁଡ଼ିକରେ ବାରିକେଡ୍‌ ନିର୍ମାଣ କରାଯିବା ସହ ହିଂସାତ୍ମକ ଆକ୍ରମଣ ରୋକିବା ଲାଗି ନ୍ୟାଶନାଲ୍‌ ଗାର୍ଡମାନଙ୍କୁ ଡକାଯାଇଛି। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦ରେ ଶପଥ ନେବାକୁ ଥିବାବେଳେ ୧୬ରୁ ପ୍ରତି ରାଜ୍ୟ ରାଜଧାନୀରେ ବିକ୍ଷୋଭ ଆରମ୍ଭ ହେବା ସମ୍ଭାବନା ଥିବା ଏଫ୍‌ବିଆଇ ସତର୍କ କରିଦେଇଛି। ଟ୍ରମ୍ପ୍‌ଙ୍କ ମିଛ ଭୋଟ ଜାଲିଆତି ଅଭିଯୋଗକୁ ତାଙ୍କ ସମର୍ଥକମାନେ ବିଶ୍ୱାସ କରୁଥିବାରୁ ସେମାନେ ହିଂସାକାଣ୍ଡ ଘଟାଇପାରନ୍ତି।
ମିଚିଗାନ, ଭର୍ଜିନିଆ, ଓ୍ବିସ୍‌କନ୍‌ସିନ୍‌, ପେନ୍‌ସିଲଭାନିଆ ଏବଂ ଓ୍ବାଶିଂଟନରେ ସୁରକ୍ଷା ବଢ଼ାଇବା ପାଇଁ ନ୍ୟାଶନାଲ ଗାର୍ଡଙ୍କୁ ନିୟୋଜିତ କରାଯାଇଥିବାବେଳେ ଟେକ୍ସାସ୍‌ ଶନିବାରଠାରୁ ଶପଥ ଗ୍ରହଣ ଉତ୍ସବ ପର୍ଯ୍ୟନ୍ତ ଏହାର ରାଜଧାନୀକୁ ବନ୍ଦ କରିଦେଇଛି। ହିଂସାକାରୀ ଉଗ୍ରପନ୍ଥୀମାନେ ଅଷ୍ଟିନ୍‌ରେ ଯୋଜନାବଦ୍ଧ ସଶସ୍ତ୍ର ବିକ୍ଷୋଭ ଜରିଆରେ ଆପରାଧିକ କାର୍ଯ୍ୟ କରିପାରନ୍ତି। ରବିବାର ସବୁ ରାଜ୍ୟରେ ସରକାର ବିରୋଧୀ ବୁଗାଲୁ ମୁଭ୍‌ମେଣ୍ଟ ନାମରେ ରାଲି ବାହାରିବାକୁ ଥିବାରୁ ପୋଲିସ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ଟ୍ରମ୍ପ୍‌ ସ୍ବାସ୍ଥ୍ୟ ଅଧିକାରୀଙ୍କ ଇସ୍ତଫା

ଆମେରିକା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ଥିବା ସ୍ବାସ୍ଥ୍ୟସେବା ଅଧିକାରୀ ଭାରତୀୟ ବଂଶୋଦ୍ଭବ ସୀମା ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୪ ବର୍ଷ ଧରି ଆଡ୍‌ମିନିଷ୍ଟ୍ରେଟର ଅଫ ସେଣ୍ଟର ଅଫ ମେଡିକେୟାର ଏବଂ ମେଡିକେଡ୍‌ ପଦରେ ଥିବା ସୀମା ଗୁରୁବାର ତାଙ୍କ ଇସ୍ତଫା ପତ୍ର ଟ୍ରମ୍ପ୍‌ଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୀମା ଗତ ବର୍ଷ ମେ’ରେ ହ୍ବାଇଟ୍‌ ହାଉସ୍‌ର ପ୍ରମୁଖ ସଦସ୍ୟ ଭାବେ କରୋନାଭାଇରସ ଟାସ୍କ ଫୋର୍ସରେ ଟ୍ରମ୍ପ୍‌ଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri