Categories: ଜାତୀୟ

ଆସାମ ବନ୍ୟାର କରୁଣ ଦୃଶ୍ୟ: ଭାଇରାଲ ହେଉଛି ଅସହାୟ ଗଣ୍ଡାର ଫଟୋ

ଗୁଆହାଟୀ,୧୮।୭: ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଅଧିକାଂଶ ଲୋକେ ବାସଶୂନ୍ୟ ହୋଇଯିବା ସହ ଏଠାରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନର ବନ୍ୟପ୍ରାଣୀମାନେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି। ଉଦ୍ୟାନରେ ବନ୍ୟାପାଣି ପଶିଯିବା ଫଳରେ ଶୁକ୍ରବାର ଏକ ଗଣ୍ଡା ଜାତୀୟ ରାଜପଥ-୩୭ ଉପରେ ବିଶ୍ରାମ କରୁଥିବା ଦେଖାଯାଇଥିଲା। ତେବେ ଗଣ୍ଡାଟି ଅସୁସ୍ଥ ଥିବାରୁ ଏଭଳି ଭାବେ ରାସ୍ତା କଡ଼ରେ ପଡି ରହିଥିବା କହିଛନ୍ତି କାଜିରଙ୍ଗା ଜାତୀୟ ଉଦ୍ୟାନର ନିର୍ଦ୍ଦେଶକ। ଏହାକୁ ଖୁବ୍‌ଶୀଘ୍ର ଉଦ୍ୟାନକୁ ଫେରାଇ ନେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ତେବେ ଗଣ୍ଡାଟି ଯେଭଳି ଅବସ୍ଥାରେ ରାସ୍ତା କଡ଼ରେ ବିଶ୍ରାମ ନେଉଥିଲା ତାହା ଦେଖି ଯେ କେହି ବିଚଳିତ ହେବା ସ୍ବାଭାବିକ କଥା। ଏବେ ଏହି ଗଣ୍ଡାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share