Posted inଜାତୀୟ

ସଂସଦରେ ଦେଖାଯିବ ବିରଳ ମୁହୂର୍ତ୍ତ: ଏମ୍‌ପି ଆସନରେ ବସିବେ ବାଚସ୍ପତି

ନୂଆଦିଲ୍ଲୀ,୬ା୩(ପି.ଟି.):ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ଏମ୍‌ପିମାନେ ପକ୍ଷପାତ ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବିରେ ନୋଟିସ ଦେଇଥିବାରୁ ଆସନ୍ତା ସୋମବାର ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏକ ବିରଳ ମୁହୂର୍ତ୍ତ ଦେଖିବାକୁ ମିଳିବ। ବାଚସ୍ପତି ବିର୍ଲା ଗୃହ ପରିଚାଳନା ନ କରି ଏମ୍‌ପିମାନଙ୍କ ଗହଣରେ ବସିବେ। ଆସନ୍ତା ୯ରେ ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରେ ବିର୍ଲାଙ୍କ ବହିଷ୍କାର ପ୍ରସ୍ତାବ ଉପରେ ଲୋକ ସଭାରେ ଆଲୋଚନା ହୋଇପାରେ। ନିୟମ ଅନୁଯାୟୀ ବିର୍ଲା ନିଜ ସପକ୍ଷରେ ଯୁକ୍ତି ରଖିବା ଏବଂ ପ୍ରସ୍ତାବ ବିରୋଧରେ ଭୋଟ ଦେବା ଅଧିକାର ପାଇବେ ବୋଲି ସମ୍ବିଧାନ ବିଶେଷଜ୍ଞ ପି.ଡି.ଟି. ଆଚାରୀ କହିଛନ୍ତି। ବିରୋଧୀ ଦଳ ବହିଷ୍କାର ନୋଟିସ୍‌ ଦାଖଲ କରିବା ଦିନ ବିର୍ଲା ଗୃହରେ ଅଧ୍ୟକ୍ଷତା କରିବା ବନ୍ଦ କରିଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁଖୋଇ-୩୦ ଯୁଦ୍ଧବିମାନ କ୍ରାଶ୍: ୨ଜଣଙ୍କ ମୃତ୍ୟୁ, ପାହାଡ଼ରେ ପିଟି….

ନୂଆଦିଲ୍ଲୀ,୬।୩:  ସୁଖୋଇ-୩୦ ବିମାନ ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ…

ଘରେ ପଶିଗଲା ୧୮ ଚକିଆ ଟ୍ରକ୍, ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କରମୂଳ ହାତିବାରି ଗ୍ରାମ ରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏକ ୧୮…

ମାତ୍ର ୬ ବଲ୍‌ରେ ମ୍ୟାଚ୍‌ର ମୋଡ଼ ବଦଳାଇଦେଲେ ବୁମ୍‌ରା: ପରାଜୟ ମୁହଁରୁ ଭାରତକୁ ଆଣିଲେ ଟାଣି

ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପର ଏହି ସେମିଫାଇନାଲ ମ୍ୟାଚ ଉଭୟ ଇନିଂସରେ…

ଇତିହାସ ରଚିଲା ଭାରତ: ଭାଙ୍ଗିଗଲା ବିଶ୍ୱରେକର୍ଡ, କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା…

ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ କ୍ରିକେଟ ଇତିହାସର ସବୁଠାରୁ ରୋମାଞ୍ଚକର ଏବଂ ଉଚ୍ଚ ସ୍କୋରିଂ ମ୍ୟାଚ ମଧ୍ୟରୁ ଗୋଟିଏ…

ମ୍ୟାଚ ସମୟରେ ଦ୍ବନ୍ଦରେ ପଡିଗଲେ ସୂର୍ଯ୍ୟକୁମାର ଯାଦବ, ଗୌତମ ଗମ୍ଭୀରଙ୍କୁ ସାହାଯ୍ୟ ମାଗିବା ପରେ ଚମତ୍କାର….

ନୂଆଦିଲ୍ଲୀ,୬।୩:ଭାରତ ୭ ରନରେ ଜିତି ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ବ୍ୟାଟସମ୍ୟାନମାନେ ଦମଦାର ପ୍ରଦର୍ଶନ କରି ୨୦ ଓଭରରେ ୭ ୱିକେଟରେ ୨୫୩ ରନ କରିଥିଲେ…

ଛାଡ଼ପତ୍ର ଦେଲା କିଏ: ରାଜଧାନୀରେ ଆଲୋଚନା ହେଉଛି, କାହାର ପୂରିଲା ବେଳକାଳ

ଭୁବନେଶ୍ୱର,୬।୩(ସୁନିତ୍‌ ମିଶ୍ର):୨୦୧୪ ମସିହାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସମର୍ଥିତ ଏନ୍‌ଡିଏ ସରକାର ଆସିଥିଲା। ଏହା ପରଠାରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅନେକ…

ଭୋଜି ଖାଇ ଫେରୁଥିବା ବେଳେ କଲଭର୍ଟ ତଳକୁ ଖସିଲା ବାଇକ୍, ୨……

ନନ୍ଦପୁର,୬।୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକରେ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ବୁଧବାର ସାପ୍ତାହିକ ହାଟର ମୋଡରେ ପୂର୍ତ୍ତବିଭାଗ…

ମୋତେ ନୁହେଁ, ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଏହି ଖେଳାଳିଙ୍କୁ ଦେବା ଥିଲା ଉଚିତ୍‌: ଖୋଲାଖୋଲି ଏମିତି କହିଦେଲେ ସଞ୍ଜୁ ସାମସନ

ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆକ୍ରମଣାତ୍ମକ ୪୨ ବଲରୁ ୮୯ ରନ ପାଇଁ ସଞ୍ଜୁ ସାମସନଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri