ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି। ଗୁରୁଙ୍କ ଏପରି ମହାନତା ରହିଥିଲା ଯେ ତାଙ୍କ ମୃତ୍ୟୁ ପରେ ମଧ୍ୟ ଛାତ୍ରୀଛାତ୍ର ଓ ଗ୍ରାମବାସୀ ତାହାକୁ ଭୁଲି ନ ପାରି ଝୁରି ହେଉଛନ୍ତି। ଗୁରୁଙ୍କୁ ସର୍ବଦା ପାଖରେ ପାଇବା ଉଦ୍ଦେଶ୍ୟରେ ଗାଁ ମଝିରେ ନିଜର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଦ୍ୱିତିକୃଷ୍ଣ ମିଶ୍ରଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଘଟଣା ସମଗ୍ର ସମାଜ ଲାଗି ଏକ ବିରଳ ଉଦାହରଣ ସୃଷ୍ଟି କରିଛି।
ସେ ୧୯୪୭ ମସିହା ଡିସେମ୍ବର ୧ ତାରିଖରେ ଛତ୍ରପୁର ବ୍ଲକ ଭାଗିରଥିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୨୩ ଜୁନ ୧୩ ରେ ପୁରୁଷୋତ୍ତମପୁର ରଥସାହିସ୍ଥିତ ନିଜ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ଏହି ଶିକ୍ଷକତାର ଜୀବନ କାଳରେ ୧୯୭୧ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୪ ବର୍ଷଧରି ଏହି ତାରିଣି ପଲ୍ଲୀ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ଶିକ୍ଷକତା କରିଥିଲେ। କେବଳ ଶିକ୍ଷକତାରେ ସେ ସୀମିତ ନ ଥିଲେ ସେ ନିଜର ମୃତ୍ୟ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ଗ୍ରାମକୁ ଆସି ଘରକୁ ଘର ବୁଲି ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ। ଏଭଳି ମହତ କାର୍ଯ୍ୟଲାଗି ସେ ଗ୍ରାମବାସୀଙ୍କ ମନରେ ଅମର ହୋଇ ରହିଯାଇଥିବାର ଗ୍ରାମବାସୀ କହିଛନ୍ତି।
ଗୁରୁଦିବସ ଉସବରେ ନୌସେନାର ଅବସରପ୍ରାପ୍ତ କର୍ମଚାରୀ ପୁରାତନଛାତ୍ର ରମାକାନ୍ତ ସାହୁ ପୌରହିତ୍ୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଖଣ୍ଡଦେଉଳୀ ଶହୀଦ ଭଗତ ସିଂ କଲେଜର ଅଧକ୍ଷା ମିନତି ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସ୍ବର୍ଗତ ଶିକ୍ଷକଙ୍କ ପୁତ୍ର ଆଇନଜୀବୀ ସିମାଞ୍ଚଳ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସିଠ, ଉମାକାନ୍ତ ବେହେରା, ଶିକ୍ଷକ ବି ଶୁକ୍ରୁ ପ୍ରଧାନ, ରଇବାରୀ ବେହେରା, ଜୟ ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଧାନ ଶିକ୍ଷକ ଦ୍ୱିତିକୃଷ୍ଣ ମିଶ୍ରଙ୍କ ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କରି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜନିଜର ଭବିଷ୍ୟତ ଗଢିତୋଳିବା ଲାଗି ବିଭିନ୍ନ ପରାମର୍ଶମାନ ଦେଇଥିଲେ। ଏହାକୁ ଡି.ଦେବହରି ରେଡି, ଦୀପକ ସାହୁ, ସିମାଞ୍ଚଳ ରେଡିଙ୍କ ସମେତ ସମସ୍ତ ପୁରାତନ ଛାତ୍ର ଓ ଗ୍ରାମବାସୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri