ଗୋପାଳଙ୍କ ପାଇଁ ନିଯୁକ୍ତ ହେଲେ ସରକାରୀ ଓକିଲ

ସମ୍ବଲପୁର,୨୭।୭(ଶୁଭାଶିଷ ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ବୁଧବାର ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା ଜିଲା ଜଜ୍‌ ଦିଗମ୍ବର ପୃଷ୍ଟିଙ୍କ ନିକଟରେ ହାଜର କରାଯାଇଥିଲା। ଅଭିଯୁକ୍ତ ଗୋପାଳ କୋର୍ଟ ଦ୍ୱାରରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ପ୍ରାୟ ୧୫ମିନିଟ୍‌ ଧରି କୋର୍ଟ କାର୍ଯ୍ୟ ଚାଲିଥିଲା। ଗୋପାଳ ନିଜ ପକ୍ଷରୁ ଓକିଲ ଦେଇପାରିବେ ନାହିଁ ବୋଲି ଅସାମର୍ଥ୍ୟତା ପ୍ରକାଶ କରି କୋର୍ଟଙ୍କୁ ଗୁହାରି କରିଥିଲେ। ଏହାସହ ମାମଲା ଲଢିବାକୁ ମଧ୍ୟ ରାଜି ହୋଇଥିଲେ। ଜିଲା ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ନିୟମ ଅନୁସାରେ ଷ୍ଟେଟ ଡିଫେନ୍ସ କାଉନ୍‌ସିଲ ପକ୍ଷରୁ ଆଇନଜୀବୀ ନରେଶ ନାଏକଙ୍କୁ ଗୋପାଳଙ୍କ ଓକିଲ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ମାମଲାର ପରବର୍ତ୍ତୀ ବିଚାର ପାଇଁ ଅତିରିକ୍ତ ଜିଲା ଜଜ୍‌ ସୁବାସ ଚନ୍ଦ୍ର ଧଳଙ୍କ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଅଗଷ୍ଟ ୯ରେ ଅତିରିକ୍ତ ଜିଲା ଜଜ୍‌ଙ୍କ କୋର୍ଟରେ ମାମଲାର ଶୁଣାଣି ହେବ। ଏହାପରେ କଡା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ କ୍ରାଇମ୍‌ବ୍ରାଞ୍ଚ ଫେରାଇ ନେଇଥିଲା। ଅନ୍ୟପଟେ ଗୋପାଳଙ୍କ ପାଇଁ ନିଯୁକ୍ତି ହୋଇଥିବା ଓକିଲ ନାଏକ କହିଛନ୍ତି, ଗୋପାଳଙ୍କ ମାମଲା ଲଢିବା ପାଇଁ ମୋତେ ନିଯୁକ୍ତି ଦିଆଯାଇଛି। ମାମଲାକୁ ନେଇ ଚାର୍ଜଶିଟ୍‌ରେ ଥିବା ତଥ୍ୟ ପ୍ରମାଣ ଦେଖିବା ପରେ କିଛି କହିହେବ। ଆସନ୍ତା ୯ ତାରିଖ ଭିତରେ ପ୍ରସ୍ତୁତି କରିବାକୁ ପଡିବ ବୋଲି ସେ କହିଥିଲେ। ପୂର୍ବରୁ ଜୁଲାଇ ୧୩ରେ କ୍ରାଇମ୍‌ବ୍ରାଞ୍ଚ ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୁକ୍ତ ଗୋପାଳଙ୍କୁ ହାଜର କରିଥିଲା। ପ୍ରାୟ ୧୦ ମିନିଟ ଧରି କୋର୍ଟ କାର୍ଯ୍ୟ ଚାଲିଥିଲା। ସେତେବେଳେ ଏହି ମାମଲା ଜିଲା ଜଜ୍‌ଙ୍କ ପାଖକୁ ହସ୍ତାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ଝାରସୁଗୁଡ଼ା ଜିଲା ବ୍ରାଜରାଜନଗର ଗସ୍ତରେ ଯାଇଥିବା ବେଳେ ଗାନ୍ଧୀ ଛକରେ ମନ୍ତ୍ରୀ ନବ ଦାସଙ୍କୁ ତତ୍କାଳୀନ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ୍‌ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲେ। ଗିରଫ କରାଯିବା ପରେ ପ୍ରଥମେ ଗୋପାଳଙ୍କୁ ଝାରସୁଗୁଡ଼ା ଜେଲରେ ରଖାଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି। ହତ୍ୟାକାଣ୍ଡର ୧୧୮ଦିନ ପରେ କ୍ରାଇମବ୍ରାଞ୍ଚ ୫୩୪ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ୮୯ ଜଣଙ୍କ ସାକ୍ଷ୍ୟ ଓ ଜେରା କରାଯାଇଥିବା ରିପୋର୍ଟ ରହିଛି। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ହତ୍ୟା କରିଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି ା ଏପରି କି ଅଭିଯୁକ୍ତ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଯଦି ବ୍ୟକ୍ତିଗତ କାରଣ ତା’ହେଲେ ପାରିବାରିକ କିମ୍ବା ଚାକିରି କ୍ଷେତ୍ରକୁ ନେଇ ତାହା ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ଘଟଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ହତ୍ୟା ରହସ୍ୟ ଉପରୁ ପରଦା ହଟାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri