Posted inଜାତୀୟ

ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ରାୟପୁର/ନୂଆଦିଲ୍ଲୀ,୧୯।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ସପ୍ତାହେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ରବିବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଅନୁଷ୍ଠିତ ଦଳୀୟ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ୩୧୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମାର୍‌କାମ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏଆଇସିସି ସାଧାରଣ ସମ୍ପାଦକ ପି.ଏଲ୍‌. ପୁନିଆ ଏବଂ ବଘେଲ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ବଘେଲ ପ୍ରସ୍ତାବ ଆଗତ କରିଥିବାବେଳେ ଏହାକୁ ସିପିସି ସଦସ୍ୟ ଓ ଅନ୍ୟମାନେ ସମର୍ଥନ ଜଣାଇଥିଲେ। ରାହୁଲଙ୍କୁ ଦଳର ମୁଖ୍ୟ ନିଯୁକ୍ତ କରିବା ଲାଗି ପୂର୍ବରୁ ରାଜସ୍ଥାନ କଂଗ୍ରେସରେ ମଧ୍ୟ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଥିଲା।
ଏଆଇସିସି ମୁଖ୍ୟ ନିର୍ବାଚନ ସହମତିରେ କରିବା ସପକ୍ଷରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ମତ ଦେଇଛନ୍ତି। ରାହୁଲ ଅଧ୍ୟକ୍ଷ ହୁଅନ୍ତୁ ବା ନ ହୁଅନ୍ତୁ, ତାଙ୍କୁ ଦଳରେ ସବୁବେଳେ ସର୍ବୋଚ୍ଚ ସ୍ଥାନ ମିଳିବ କାରଣ ସେ ଦଳରେ ସମସ୍ତଙ୍କର ‘ସ୍ବୀକୃତ ନେତା’ ବୋଲି ଚିଦାମ୍ବରମ କହିଛନ୍ତି। ଯଦିଓ ରାହୁଲ ଏଆଇସିସି ଅଧ୍ୟକ୍ଷ ହେବା ଲାଗି ଅନାଗ୍ରହ ପ୍ରକାଶ କରିଆସିଛନ୍ତି, ତେବେ ସେ ମନ ପରିବର୍ତ୍ତନ କରିପାରନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ କହିଛନ୍ତି। ସାଂଗଠନିକ ନିର୍ବାଚନ ଲାଗି ଭୋଟର ତାଲିକା ପ୍ରକାଶ କରିବାକୁ ପୂର୍ବରୁ ଦଳର ବରିଷ୍ଠ ନେତା ଶଶୀ ଥରୁର, ମନୀଷ ତିଓ୍ବାରୀ, କାର୍ତ୍ତି ଚିଦାମ୍ବରମ୍‌, ପ୍ରଦ୍ୟୁତ୍‌ ବୋର୍ଦୋଲୋଇ, ଅବଦୁଲ ଖାଲେକ୍‌ ପ୍ରମୁଖ ଦାବି କରିଥିଲେ। ତେବେ ଦଳ ଅଧ୍ୟକ୍ଷ ନିର୍ବାଚନରେ ସ୍ବଚ୍ଛତାକୁ ନେଇ କୌଣସି ବିବାଦ ନ ଥିବା ଚିଦାମ୍ବରମ କହିଛନ୍ତି। ଇଲେକ୍ଟୋରାଲ କଲେଜର ଭୋଟର ତାଲିକା ପ୍ରକାଶ କରିବା ବ୍ୟବସ୍ଥା କୌଣସି ରାଜ୍ୟରେ ନାହିଁ। ତେବେ ପ୍ରଦେଶ କଂଗ୍ରେସ କମିଟି ସ୍ତରରେ ଇଲେକ୍ଟୋରାଲ ରୋଲ୍‌ ଏହାର ସଦସ୍ୟମାନଙ୍କ ନିମନ୍ତେ ଉପଲବ୍ଧ ହେବାକୁ ଥିବାବେଳେ ସର୍ବଭାରତୀୟ ସ୍ତରରେ ଏହି ତାଲିକା ଏଆଇସିସି କାର୍ଯ୍ୟାଳୟରେ ଦେଖିବାକୁ ମିଳିବ। ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ତାଲିକାର କପି ପ୍ରଦାନ କରାଯିବ ବୋଲି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri