Posted inଜାତୀୟ

ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ରାୟପୁର/ନୂଆଦିଲ୍ଲୀ,୧୯।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ସପ୍ତାହେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ରବିବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଅନୁଷ୍ଠିତ ଦଳୀୟ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ୩୧୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମାର୍‌କାମ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏଆଇସିସି ସାଧାରଣ ସମ୍ପାଦକ ପି.ଏଲ୍‌. ପୁନିଆ ଏବଂ ବଘେଲ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ବଘେଲ ପ୍ରସ୍ତାବ ଆଗତ କରିଥିବାବେଳେ ଏହାକୁ ସିପିସି ସଦସ୍ୟ ଓ ଅନ୍ୟମାନେ ସମର୍ଥନ ଜଣାଇଥିଲେ। ରାହୁଲଙ୍କୁ ଦଳର ମୁଖ୍ୟ ନିଯୁକ୍ତ କରିବା ଲାଗି ପୂର୍ବରୁ ରାଜସ୍ଥାନ କଂଗ୍ରେସରେ ମଧ୍ୟ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଥିଲା।
ଏଆଇସିସି ମୁଖ୍ୟ ନିର୍ବାଚନ ସହମତିରେ କରିବା ସପକ୍ଷରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ମତ ଦେଇଛନ୍ତି। ରାହୁଲ ଅଧ୍ୟକ୍ଷ ହୁଅନ୍ତୁ ବା ନ ହୁଅନ୍ତୁ, ତାଙ୍କୁ ଦଳରେ ସବୁବେଳେ ସର୍ବୋଚ୍ଚ ସ୍ଥାନ ମିଳିବ କାରଣ ସେ ଦଳରେ ସମସ୍ତଙ୍କର ‘ସ୍ବୀକୃତ ନେତା’ ବୋଲି ଚିଦାମ୍ବରମ କହିଛନ୍ତି। ଯଦିଓ ରାହୁଲ ଏଆଇସିସି ଅଧ୍ୟକ୍ଷ ହେବା ଲାଗି ଅନାଗ୍ରହ ପ୍ରକାଶ କରିଆସିଛନ୍ତି, ତେବେ ସେ ମନ ପରିବର୍ତ୍ତନ କରିପାରନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ କହିଛନ୍ତି। ସାଂଗଠନିକ ନିର୍ବାଚନ ଲାଗି ଭୋଟର ତାଲିକା ପ୍ରକାଶ କରିବାକୁ ପୂର୍ବରୁ ଦଳର ବରିଷ୍ଠ ନେତା ଶଶୀ ଥରୁର, ମନୀଷ ତିଓ୍ବାରୀ, କାର୍ତ୍ତି ଚିଦାମ୍ବରମ୍‌, ପ୍ରଦ୍ୟୁତ୍‌ ବୋର୍ଦୋଲୋଇ, ଅବଦୁଲ ଖାଲେକ୍‌ ପ୍ରମୁଖ ଦାବି କରିଥିଲେ। ତେବେ ଦଳ ଅଧ୍ୟକ୍ଷ ନିର୍ବାଚନରେ ସ୍ବଚ୍ଛତାକୁ ନେଇ କୌଣସି ବିବାଦ ନ ଥିବା ଚିଦାମ୍ବରମ କହିଛନ୍ତି। ଇଲେକ୍ଟୋରାଲ କଲେଜର ଭୋଟର ତାଲିକା ପ୍ରକାଶ କରିବା ବ୍ୟବସ୍ଥା କୌଣସି ରାଜ୍ୟରେ ନାହିଁ। ତେବେ ପ୍ରଦେଶ କଂଗ୍ରେସ କମିଟି ସ୍ତରରେ ଇଲେକ୍ଟୋରାଲ ରୋଲ୍‌ ଏହାର ସଦସ୍ୟମାନଙ୍କ ନିମନ୍ତେ ଉପଲବ୍ଧ ହେବାକୁ ଥିବାବେଳେ ସର୍ବଭାରତୀୟ ସ୍ତରରେ ଏହି ତାଲିକା ଏଆଇସିସି କାର୍ଯ୍ୟାଳୟରେ ଦେଖିବାକୁ ମିଳିବ। ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ତାଲିକାର କପି ପ୍ରଦାନ କରାଯିବ ବୋଲି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗସ୍ତରେ ପ୍ରଭାତୀ ପରିଡ଼ା, ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି କହି….

କେସିଙ୍ଗା,୯।୨(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦…

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri