Categories: ଖେଳ

ଲାଇଭ୍‌ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆକୁ ଆସିଲା ବିଷଧର ସାପ, ଦେଖନ୍ତୁ ଭିଡିଓ

ଗୁଆହାଟୀ,୩।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ୧୬ ରନ୍‌ରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ସିରିଜ୍‌କୁ ମଧ୍ୟ କବ୍‌ଜା କରିଛି। ଏହି ମ୍ୟାଚ୍‌ରେ ଏକ ରୋଚକ ଘଟଣା ଘଟିଥିଲା। ଭାରତ ବ୍ୟାଟିଂ କରୁଥିବାବେଳେ ଅଷ୍ଟମ ଓଭରରେ ଏକ ବିଷଧର ସାପ ପାଇଁ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଥିଲା। କ୍ରିକେଟ ପଡ଼ିଆରେ କୁକୁର, ବିଲେଇ, ମହୁମାଛି ହେତୁ ମ୍ୟାଚ ବନ୍ଦ ହୋଇଥିବାର ପ୍ରାୟତଃ ଦେଖାଯାଏ। କିନ୍ତୁ ଲାଇଭ ମ୍ୟାଚ ସମୟରେ ପଡ଼ିଆରେ ବିଷାକ୍ତ ସାପ ଯୋଗୁ ମ୍ୟାଚ ପ୍ରଥମ ଥର ପାଇଁ ବନ୍ଦ ହୋଇଥିଲା।
ଅଷ୍ଟମ ଓଭର ଆରମ୍ଭ ହେବା ମାତ୍ରେ ସମସ୍ତ ଖେଳାଳି ଅଟକି ଯାଇଥିଲେ। ସଙ୍ଗେ ସଙ୍ଗେ ଏକ ବଡ ସାପ ପଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଗ୍ରାଉଣ୍ଡସ୍‌ମ୍ୟାନ୍‌ ସଙ୍ଗେ ସଙ୍ଗେ ସାପକୁ ଆୟତ କରିଥିଲେ। ଏହି ଘଟଣାରେ ସମସ୍ତ ଖେଳାଳି ଏବଂ ଦର୍ଶକ ସୁରକ୍ଷିତ ଥିଲେ ଏବଂ କାହାରି କିଛି କ୍ଷତି ହୋଇ ନ ଥିଲା।

Share