Categories: ଫୁରସତ

ଏକ ପ୍ଲାଷ୍ଟିକ୍‌ ବାଲ୍‌ଟିର ଦାମ୍‌ ଜାଣିଲେ…

ଦାମୀ ବ୍ରାଣ୍ଡ୍‌ର ଜିନିଷ ନିଶ୍ଚୟ ଦେଖିଥିବେ କିମ୍ବା କିଣିଥିବେ ମଧ୍ୟ। ମାତ୍ର ଫ୍ୟାଶନ ଏବଂ ଟ୍ରେଣ୍ଡ ନାମରେ ଯେ, ଲୁଟ୍‌ କରାଯାଉଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଅନ୍‌ଲାଇନ୍‌ ଶପିଂରେ ଆମାଜନର ନାଁ ଶୁଣିଥିବେ। କୁହାଯାଏ, ଏହି କମ୍ପାନୀର ସାମଗ୍ରୀ ଭଲ ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥାଏ। ମାତ୍ର ଏବେ ଏହି କମ୍ପାନୀ ଲୋକଙ୍କୁ ଲୁଟିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ବାଲ୍‌ଟିର ଦାମ୍‌ ୨୫୦୦୦ ଟଙ୍କାରୁ ଅଧିକ।

ବାସ୍ତବରେ ଏହି ବାଲ୍‌ଟି ସାଧାରଣ ବାଲ୍‌ଟି ପରି ଦେଖାଯାଉଛି। ଯାହା ବଜାରରେ ୨୫୦ରୁ ୩୦୦ ଟଙ୍କା ମୂଲ୍ୟରେ ମିଳିଥାଏ। କିନ୍ତୁ ଆମାଜନରେ ଏହି ବାଲ୍‌ଟିର ଦାମ୍‌ ୨୫,୯୯୯ ଟଙ୍କା। ଲୋକେ ଏହି ଦାମ୍‌କୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆମାଜନ କାହିଁକି ଏକ ସାଧାରଣ ଲାଲ ବାଲ୍‌ଟିକୁ ୨୬୦୦୦ ବିକ୍ରି କରୁଛି?

ପ୍ରକୃତରେ ଆମାଜନର ଏହି ବାଲ୍‌ଟିର ଦାମ୍‌ ୩୫,୯୦୦ ଟଙ୍କା ଥିଲା। ଏଥିରେ ୨୮ ପ୍ରତିଶତ ରିହାତି ଲାଗୁ ପରେ ଏହାର ମୂଲ୍ୟ ୨୫,୯୯୯ ଅର୍ଥାତ୍‌ ୨୬୦୦୦ ଟଙ୍କାରେ ପହଞ୍ଚିଛି। ପ୍ରଥମେ ଲୋକେ ଭାବୁଥିଲେ ଏହାର ମୂଲ୍ୟ ଭୁଲ୍‌ ଲେଖା ହୋଇଛି, କିନ୍ତୁ ଯେତେବେଳେ ଏହି ବାଲ୍‌ଟି ୨୬,୦୦୦ ଟଙ୍କାରେ ବିକ୍ରି ହେଲା ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ। ବିବେକ ରାଜୁ ନାମକ ଜଣେ ଟୁଇଟର ୟୁଜର ଏହାର ଫଟୋ ଏବଂ ମୂଲ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଲୋକେ ଏହାକୁ ଦେଖିବାକୁ ପରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ବାଲ୍‌ଟି ଅନ୍ୟ ବାଲ୍‌ଟିଠାରୁ ସବୁଠୁ ଊର୍ଦ୍ଧ ଦାମ୍‌ ତାଲିକାରେ ରହିବ।

Share