ଗ୍ରହାଣୁ ଧୂଳିରେ ଜୀବନର ଜାତକ

ବେନୁ ଗ୍ରହାଣୁ ନମୁନାର ବିଶ୍ଳେଷଣ ଜରିଆରେ ବୈଜ୍ଞାନିକମାନଙ୍କୁ ସୃଷ୍ଟିର ପ୍ରାରମ୍ଭ କାଳରେ ଘଟିଥିବା ସୌରଜଗତ ଜନ୍ମ ତଥା ଆମ ଗ୍ରହ ପୃଥିବୀରେ ଜୀବନର ଅଭ୍ୟୁଦୟ କିପରି ହୋଇଥିଲା ସୂଚନା ମିଳିବ। ଆହୁରି ମଧ୍ୟ ଏହା ଦ୍ୱାରା ପୃଥିବୀ ଅଭିମୁଖେ ସମ୍ଭାବ୍ୟ ସଂଘର୍ଷ ପଥରେ ଅଗ୍ରସର ହେଉଥିବା କିଛି ଗ୍ରହାଣୁଙ୍କ ସମ୍ପର୍କରେ ମଧ୍ୟ ଜାଣିବା ପାଇଁ ସୁଯୋଗ ମିଳିବ। ଏପରି କିଛି ବିପଜ୍ଜନକ ଗ୍ରହାଣୁର ସନ୍ଧାନ ମିଳିଲେ ସେମାନଙ୍କୁ ଯଥେଷ୍ଟ ପୂର୍ବରୁ ଠାବକରି ତଥା ପୃଥିବୀରେ ଧକ୍କା ଜନିତ ବିପଦ ଘଟାଇବା ପୂର୍ବରୁ ସେଗୁଡ଼ିକୁ ଶକ୍ତିଶାଳୀ ରକେଟ୍‌ ଦ୍ୱାରା ଆଘାତପୂର୍ବକ ଧ୍ୱଂସ କରିପାରିଲେ ଯାଇ ଆମର ଗ୍ରହ ପୃଥିବୀକୁ ସୁରକ୍ଷିତ ରଖିହେବ। ସୁତରାଂ ସୁଦୂର ଗ୍ରହାଣୁଙ୍କ କ୍ଷେତ୍ରରେ ଏଭଳି କଠିନ ଓ ଉଚ୍ଚ ଜ୍ଞାନକୌଶଳଯୁକ୍ତ କାର୍ଯ୍ୟକୁ ବାସ୍ତବତାରେ ରୂପାୟନ କରିବା ପାଇଁ ହେଲେ ଆମକୁ ସେମାନଙ୍କ ଗଠନ, କ୍ରମବିକାଶ ତଥା ଅନ୍ତରୀକ୍ଷରେ ଅବସ୍ଥାନ ଓ ଗତି ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସମ୍ୟକ୍‌ ତଥା ନିରନ୍ତର ଜ୍ଞାନ ଆହରଣ କରିବାକୁ ପଡ଼ିବ।
ରହସ୍ୟମୟ ଗ୍ରହାଣୁ ବେନୁ : ଗତ ୧୯୯୯ ମସିହାରେ ଆମ ସୌରମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ବିଦ୍ୟମାନ ଗ୍ରହାଣୁ ବଳୟରେ ଆବିଷ୍କାର କରାଯାଇଥିବା ଏହି କ୍ଷୁଦ୍ର ଗ୍ରହାଣୁଟି ପ୍ରତି ୬ ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହୋଇଥାଏ। ଏହା ଦେଖିବାକୁ ଆକାରରେ ଏକ ନଟୁ ସଦୃଶ। ଏହା ଏତେ ଛୋଟ ଯେ ଏହାର ବ୍ୟାସ ମାତ୍ର ଅଧ କିଲୋମିଟର ପରିମିତ। ନିଜ କକ୍ଷପଥରେ ସୂର୍ଯ୍ୟଠାରୁ ଏହାର ହାରାହାରି ଦୂରତା ୧୬.୮ କୋଟି କିଲୋମିଟର ଏବଂ ଏହା ସୂର୍ଯ୍ୟକୁ ଥରେ ପରିକ୍ରମା କରିବା ପାଇଁ ପ୍ରାୟ ୧.୨ ବର୍ଷ ସମୟ ନେଇଥାଏ। ଏହା ମାତ୍ର ୪.୩ ଘଣ୍ଟା ସମୟ ଅନ୍ତରାଳରେ ନିଜ ଅକ୍ଷ ଚାରିପଟେ ଏକ ସମ୍ପୂର୍ଣ୍ଣ ଘୂର୍ଣ୍ଣନ ସମାପ୍ତ କରିଥାଏ; ସୁତରାଂ ଏହାର ଦିନ ଓ ରାତିର ଅବଧି ପ୍ରାୟ ଦୁଇ ଦୁଇ ଘଣ୍ଟା। ଏହାର ଜନ୍ମ ପ୍ରାୟ ୪.୫ କୋଟି ବର୍ଷ ପୂର୍ବେ ହୋଇଥିଲା। ଏହା ଗ୍ରହାଣୁ ବଳୟର କୌଣସି ବଡ଼ କାର୍ବନ୍‌ଯୁକ୍ତ ଗ୍ରହାଣୁ ଭାଙ୍ଗିଯିବା ଦ୍ୱାରା ତା’ର ଭଗ୍ନାବଶେଷରୁ ସୃଷ୍ଟି ହୋଇଥିବାର ବିଶ୍ୱାସ କରାଯାଏ। ଏହାର ପୃଷ୍ଠଦେଶ ଅତ୍ୟନ୍ତ ରୁକ୍ଷ ଓ ବନ୍ଧୁର, ଯାହା କେବଳ ଶିଳା ଓ ପଥର ଦ୍ୱାରା ଢଙ୍କା। ଏହାର ସବୁଠାରୁ ବଡ଼ ପଥରର ଲମ୍ବ ୭୨ ଫୁଟ। ଗ୍ରହାଣୁଟିର ସ୍ବଳ୍ପ ମହାକର୍ଷଣ ବଳ ହେତୁ ଏହାର କୌଣସି ବାୟୁମଣ୍ଡଳ ଧାରଣର ସାମର୍ଥ୍ୟ ନାହିଁ। ଏହାର ଦିନ ସମୟରେ ସର୍ବାଧିକ ତାପମାତ୍ର ୧୧୬ ଡିଗ୍ରୀ ସେଲସିୟସ୍‌ ହୋଇଥିଲାବେଳେ ରାତି ସମୟର ସର୍ବନିମ୍ନ ତାପମାତ୍ରା -୧୦୦ ଡିଗ୍ରୀ ସେଲସିୟସ୍‌। ସୌରଜଗତର ଜନ୍ମ ତଥା ପୃଥିବୀରେ ଜୀବନସୃଷ୍ଟିର ପ୍ରାରମ୍ଭ କାଳରେ ଥିବା କିଛି ଜୈବିକ ଅଣୁ ସମୟର କରାଳ ସ୍ରୋତରେ ପରିବର୍ତ୍ତିତ ନ ହୋଇ ଅକ୍ଷତ ରୂପରେ ଏହି ବେନୁ ଗ୍ରହାଣୁରେ ଏବେବି ବିଦ୍ୟମାନ ଥିବାର ବିଶ୍ୱାସ କରାଯାଏ।
୩.୫x୧୦୧୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାର ଏକ ଝୋଳ : ଆମର ବିଶ୍ୱ ୧୩୮୦ କୋଟି ବର୍ଷ ପୂର୍ବେ ‘ବିଗ୍‌ ବ୍ୟାଙ୍ଗ୍‌’ ନାମକ ଏକ ବିଶାଳ ବିସ୍ଫୋରଣ ଦ୍ୱାରା ସୃଷ୍ଟି ହୋଇଥିଲା ବୋଲି ବୈଜ୍ଞାନିକମାନଙ୍କ ମତ। ସେତେବେଳେ ବିଶ୍ୱ ଅତ୍ୟନ୍ତ ଉତ୍ତପ୍ତ ଓ ଅତିଶୟ ଘନ ପିଣ୍ଡ ରୂପରେ ରହିଥିଲା ଏବଂ ପଦାର୍ଥର ସଂରଚନା ଓ ରୂପରେଖ ଏବେଠାରୁ ବହୁ ଗୁଣରେ ଭିନ୍ନ ଥିଲା। ବିଗ୍‌ ବ୍ୟାଙ୍ଗ୍‌ର ମାତ୍ର ୧୦-୧୨ ସେକେଣ୍ଡ ସମୟ ପରେ ପଦାର୍ଥ କ୍ୱାର୍କ, ଗ୍ଲୁଅନ୍‌ ଓ ଇଲେକ୍ଟ୍ରନ୍‌ ଭଳି ଅନ୍ୟ କଣିକା ସମୂହର ଏକ ବିଚିତ୍ର ଘନ ତରଳିକୃତ ଅବସ୍ଥାରେ ଥିଲା। ସେତେବେଳେ ଏହି ବିଚିତ୍ର ଝୋଳର ତାପମାତ୍ରା ଥିଲା ୩.୫x୧୦୧୫ ଡିଗ୍ରୀ ସେଲସିୟସ୍‌। ଏହାର ୧୦-୬ ସେକେଣ୍ଡ ପରେ ଅବପରମାଣବିକ କଣିକାରୁ ଯେପରି ପ୍ରୋଟୋନ୍‌ ଓ ନିଉଟ୍ରନ୍‌ ମାନ ସୃଷ୍ଟି ହେଲେ ଏବଂ ଏହାର ଆଉ ୩ ମିନିଟ୍‌ ପରେ ତାପମାତ୍ରା ୧୦୧୫ ଡିଗ୍ରୀ ସେଲସିୟସକୁ ଖସି ଆସିବାରୁ ଏହିସବୁ କଣିକା ପରସ୍ପର ସହିତ ସଂଯୋଜିତ ହୋଇ ପରମାଣୁର ପ୍ରଥମ ନିଉକ୍ଲିୟସ୍‌ ଜନ୍ମ ନେଲା। ବିଗ୍‌ ବ୍ୟାଙ୍ଗ୍‌ର ୩,୦୦,୦୦୦ ବର୍ଷ ପରେ ତାପମାତ୍ରା ୬୦,୦୦୦ ଡିଗ୍ରୀ ସେଲସିୟସ୍‌ ଥିଲାବେଳେ ପ୍ରଥମ ‘ପରମାଣୁ’ ସଷ୍ଟି ହେଲା। ଏହାର ଆଉ ୧ ଅୟୁତ କୋଟି ବର୍ଷ ପରେ ନିହାରିକାମାନ ସୃଷ୍ଟି ହେଲେ। ପୁଣି, ନୀହାରିକାରୁ ତାରାଗଣ ଏବଂ ତାରାରୁ ଗ୍ରହ ଓ ଗ୍ରହାଣୁ ସମୂହ ଜନ୍ମ ନେଲେ। ଘଟଣାକ୍ରମେ ପ୍ରାୟ ୪୫୦ କୋଟି ବର୍ଷ ତଳେ, ଆମର ସୌରଜଗତ ସୃଷ୍ଟି ହୋଇ ପୃଥିବୀ ଭଳି କିଛି ଅଦ୍ୱିତୀୟ ଗ୍ରହରେ ଜୀବନର ସୂତ୍ରପାତ ହେଲା ଏବଂ ଏହିପରି ଭାବରେ ଆମର ଦୃଶ୍ୟମାନ ବିଶ୍ୱ ବିକଶିତ ହେଲା। ନାସାର ସଦ୍ୟତମ ଅଭିଯାନ ଆଗାମୀ ଦିନରେ ‘ବେନୁ’ ଗ୍ରହାଣୁରୁ ଆସିଥିବା ସେଭଳି କିଛି ଦୁର୍ଲଭ ପଦାର୍ଥର ବିଶ୍ଳେଷଣ ଜରିଆରେ ବିଶ୍ୱ ତଥା ସୌରଜଗତ ସୃଷ୍ଟିର ପ୍ରାରମ୍ଭକାଳର ସେହି ଅଭାବନୀୟ ଇତିହାସକୁ ଦୃଷ୍ଟିପାତ କଲେ ସଙ୍ଗେ ସଙ୍ଗେ ଆମ ଗ୍ରହ ପୃଥିବୀରେ ଜଳ ଓ ଜୀବନର ସୃଷ୍ଟି ସମ୍ପର୍କରେ ଥିବା ରହସ୍ୟ ବଳୟର ପର୍ଦ୍ଦାଫାଶ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?