ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍‌ନୀ

ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍‌ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ ଶରୀରରେ ଘୁଷୁରି କିଡ୍‌ନୀ ଲଗାଯାଇଛି।

ନ୍ୟୁୟର୍କର ସର୍ଜନମାନେ ଘୁଷୁରିର କିଡ୍‌ନୀକୁ ଜଣେ ରୋଗୀଙ୍କ ଶରୀରରେ ସଫଳତା ପୂର୍ବକ ପ୍ରତ୍ୟାର୍ପିତ କରିଛନ୍ତି। ତାଙ୍କ ଅଙ୍ଗ ସମ୍ପୂର୍ଣ୍ଣ ଭାବେ କାମ କରିଛି। ଡାକ୍ତରୀ ବିଜ୍ଞାନରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଯାହା ଦ୍ୱାରା ଗୁରୁତର ରୋଗୀଙ୍କ ଅଙ୍ଗରେ ଏକ ବଡ଼ ଏବଂ ନୂତନ ଯୋଗାଣ ନିଶ୍ଚିତ ହୋଇପାରିବ ବୋଲି ଆଶା କରାଯାଉଛି। ତଥାପି ଏହି ପ୍ରତିରୋପଣ ହେତୁ ଘୁଷୁରି କିଡ୍‌ନୀ ପ୍ରତିରୋପଣର ଦୀର୍ଘକାଳୀନ ପରିଣାମ ସମ୍ପର୍କରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ କୁହନ୍ତି, ଏହି ଚିକିତ୍ସା ପ୍ରଣାଳୀ ଆରୋଗ୍ୟ ପ୍ରକ୍ରିୟାର ଏକ ମାଇଲ୍‌ଖୁଣ୍ଟ ଅଟେ।

ୟୁଏଏସ୍‌ ଟୁଡେ ଏହି ଟ୍ରାନ୍ସପ୍ଲାଣ୍ଟ ରିପୋର୍ଟ ପ୍ରକାଶ କରିଥିଲା। ଏ ପର୍ଯ୍ୟନ୍ତ କୌଣସି ଡାକ୍ତରୀ ବହିରେ ଏହାର ସମୀକ୍ଷା କରାଯାଇନାହିଁ କିମ୍ବା ପ୍ରକାଶିତ ହୋଇନାହିଁ। ଜନ୍‌ ହପ୍‌କିନ୍ସ ସ୍କୁଲ ଅଫ୍‌ ମେଡିସିନ୍‌ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ପ୍ରଫେସର ଡ. ଡୋରୀ ସେଗେଭ କହିଛନ୍ତି, ଅଙ୍ଗର ଦୀର୍ଘାୟୁ ବିଷୟରେ ଆମକୁ ଅଧିକ ଜାଣିବାକୁ ହେବ। ଅନୁସନ୍ଧାନକାରୀମାନେ ଦୀର୍ଘଦିନ ଧରି ମଣିଷ ଶରୀରରେ ପ୍ରତିରୋପଣ ପାଇଁ ଉପଯୁକ୍ତ ଘୁଷୁରି ଅଙ୍ଗ ବିକାଶ କରିବାକୁ ଚେଷ୍ଟା କରିଥିଲେ। ଏହି ଅଙ୍ଗଗୁଡ଼ିକରେ ହାର୍ଟ, ଫୁସ୍‌ଫୁସ୍‌ ଏବଂ ଯକୃତ ମଧ୍ୟ ଅନ୍ତର୍ଭୁକ୍ତ।

ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷା ତାଲିକାରେ ବର୍ତ୍ତମାନ ୧୦୦୦୦୦ରୁ ଅଧିକ ଆମେରିକୀୟ ଅଛନ୍ତି। ଯେଉଁଥିରେ କିଡ୍‌ନୀ ଆବଶ୍ୟକ କରୁଥିବା ଲୋକ ହେଉଛନ୍ତି ୯୦,୨୪୦ ଜଣ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri