ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟକୁ ସଫଳତାର ସହିତ ପ୍ରତିରୋପଣ କରାଯାଇଛି। ଏହା ଦ୍ୱାରା ଚିକିତ୍ସା ବିଜ୍ଞାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି।

ଚିକିତ୍ସା ବିଜ୍ଞାନ ପାଇଁ ଏହା ଏକ ବଡ଼ ଖବର। ଏହା ଦ୍ୱାରା ହୃଦୟ ପ୍ରତିରୋପଣ କ୍ଷେତ୍ରରେ ବିପ୍ଳବ ଆସିବାର ଆଶା ରହିଛି। ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ହାର୍ଟ ପ୍ରତିରୋପଣ ପାଇଁ ଏହା ଏକ ନୂତନ ପଥ ଖୋଲିଛି। ଆମେରିକାର ଔଷଧ ନିୟାମକ ଏଫଡିଏ ଏହି ଅସ୍ତ୍ରୋପଚାର ପାଇଁ ଅନୁମୋଦନ ପ୍ରଦାନ କରିଥିଲା। ଘୁଷୁରି ହାର୍ଟ ପ୍ରତିରୋପଣ ପାଇଁ ଏହି ଜରୁରୀକାଳୀନ ଅନୁମୋଦନ କ୍ରମେ ୫୭ ବର୍ଷୀୟ ପୀଡିତାର ଜୀବନ ବଞ୍ଚାଇବା ପାଇଁ ଶେଷ ବିକଳ୍ପ ଥିଲା।

ଏହି ଐତିହାସିକ ଅସ୍ତ୍ରୋପଚାର ଶୁକ୍ରବାର ଶେଷ ହୋଇଥିଲା। ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି ଏହି ଅସ୍ତ୍ରୋପଚାର ବିଷୟରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ଏହି ଅସ୍ତ୍ରୋପଚାର ଦ୍ୱାରା ପ୍ରାଣୀ ଅଙ୍ଗକୁ ମନୁଷ୍ୟ ମଧ୍ୟରେ ପ୍ରତିରୋପଣ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ବିବୃତି ଅନୁଯାୟୀ ପୀଡିତା ଡେଭିଡ ବେନେଟଙ୍କ ଅବସ୍ଥା ଗୁରୁତର ଥିଲା। ତେଣୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଡେଭିଡଙ୍କ ଅବସ୍ଥାରେ ବର୍ତ୍ତମାନ ସୁଧୁରୁଛି ଏବଂ ନୂତନ ଅଙ୍ଗ କିପରି କାମ କରୁଛି ତାହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବେନେଟଙ୍କର ହାର୍ଟ ପ୍ରତିରୋପଣ ସାଧାରଣ ଭାବେ ହେବା ସମ୍ଭବ ନ ଥିଲା। ତେଣୁ ଡାକ୍ତରମାନେ ଏହି ବଡ ନିଷ୍ପତ୍ତି ନେଇ ଏକ ଘୁଷୁରୀର ହୃଦୟକୁ ପ୍ରତିରୋପଣ କରିବାକୁ ଯୋଜନା କରିଥିଲେ।

ଗୋଟିଏ ପଟେ ମୃତ୍ୟୁ। ଅନ୍ୟ ପଟେ ଏକ ନୂତନ ଜୀବନ ପାଇଁ ଆଶା। ମେରିଲ୍ୟାଣ୍ଡରେ ରହୁଥିବା ଡେଭିଡ ଅସ୍ତ୍ରୋପଚାରର ଗୋଟିଏ ଦିନ ପୂର୍ବରୁ କହିଥିଲେ ଯେ ତାଙ୍କ ସାମ୍ନାରେ କେବଳ ଦୁଇଟି ରାସ୍ତା ଅଛି। ଗୋଟିଏ ପଟେ ମୃତ୍ୟୁ ଏବଂ ଅନ୍ୟ ପଟେ ଏହି ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ଏକ ନୂତନ ଜୀବନର ଆଶା। ଅନ୍ଧାର ପଛରେ ଗୋଡ଼ାଇବା ମୋର ଶେଷ ବିକଳ୍ପ ଥିଲା। ସେ ଗତ କିଛି ମାସ ଧରି ଏକ ହାର୍ଟ-ଲଙ୍ଗସ୍‌ ବାଇପାସ ମେସିନ ସାହାରାରେ ଶଯ୍ୟାରେ ପଡ଼ି ରହୁଥିଲେ। ସେ ଆଶା କରୁଛନ୍ତି ଯେ ବର୍ତ୍ତମାନ ପୁଣି ଠିଆ ହୋଇ ପାରିବେ।

ଘୁଷୁରି ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା କ୍ଷେତ୍ରରେ ଡାକ୍ତରୀ ଦଳର ନେତୃତ୍ୱ ନେଇଥିବା ସର୍ଜନ ବାର୍ଟଲି ଗ୍ରିଫିଥ କହିଛନ୍ତି ଯେ ଏହା ଅସ୍ତ୍ରୋପଚାର ଇତିହାସରେ ଏକ ବଡ଼ ସଫଳତା। ଏହା ଅଙ୍ଗ ଦାନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri