Posted inଫୁରସତ

୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର

ବୋଗୋଟା: ନିଜ ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ମାମଲା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ହେଲେ ଏହା ଚର୍ଚ୍ଚାର ପରିସରକୁ ଆସିଥାଏ। ଯଦି ଏକ ପୁରୁଣା ପେଣ୍ଟିଂ ସହିତ ନିଜ ଚେହେରା ମେଳ ଖାଏ, ତେବେ ତାକୁ ଟାଇମ୍‌ ଟ୍ରାଭେଲର ମାନ୍ୟତା ଦିଆଯାଏ। ନିକଟରେ କଲମ୍ବିଆର ଜଣେ ମହିଳାଙ୍କ ସହିତ କିଛି ଏପରି ହୋଇଛି। ୪୩ ବର୍ଷୀୟା ଜେନି ସ୍ମିଥ୍‌ ଏକ ମିଡିଆକୁ କହିଛନ୍ତି, ତାଙ୍କ ଭଉଣୀ ତାଙ୍କୁ ଫେସବୁକ୍‌ ପୋଷ୍ଟର ଏକ ଲିଙ୍କ୍‌ ପଠାଇଥିଲେ। ଜୁନ୍‌ରେ କରାଯାଇଥିବା ଏହି ପୋଷ୍ଟ ବହୁତ ପୁରୁଣା। ହେଲେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେଥିରେ ପ୍ରସ୍ତୁତ ପେଣ୍ଟିଂ ଜେନିଙ୍କ ମୁହଁ ସହ ମିଶୁଥିଲା। ପରେ ସେ ଏହି ପେଣ୍ଟିଂ ବାବଦରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କଲେ। ଅନେକ ପ୍ରଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା। ପରେ ଜାଣିପାରିଲେ କି, ସେହି ପେଣ୍ଟିଂ ଉତ୍ତର କରୋଲିନାର ସ୍ପ୍ରୁର୍ସ ପାଇନ୍‌ରେ ଅଛି। ଟିକ୍‌ଟକ୍‌ରେ କେହି ଜଣେ ସେଠାରେ ରହୁଥିବା ଜାଣିବାକୁ ପାଇଲେ। ହେଲେ ସେଠାରୁ ମଧ୍ୟ କିଛି ସାହାଯ୍ୟ ମିଳିଲାନି। ପରେ ସୋସିଆଲ ମିଡିଆର ଜଣେ ବ୍ୟକ୍ତି ସେହି ପାଖରେ ରହିବା ସହ ସେଠାକାର ପାଖ ଦୋକାନରେ ଏହି ପେଣ୍ଟିଂ ବିକ୍ରି ହୋଇଥିବା କହିଥିଲେ। ସେ ସେହି ପେଣ୍ଟିଂକୁ ୧୦ ଡଲାରରେ କିଣି ଜେନିଙ୍କୁ କୋରିଅର କରିଦେଲେ। ଜେନି ସେହି ପେଣ୍ଟିଂର ସମ୍ପୂର୍ଣ୍ଣ ନିଜ ଭଳି ଚେହେରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେହି ପେଣ୍ଟିଂକୁ ତିଆରି କରିଥିବା କଳାକାର ଷ୍ଟିଫେନ୍‌ ଫରିସ୍‌ଙ୍କ ବାବଦରେ ଜେନି ଅଧିକ ଜାଣିବାକୁ ଚେଷ୍ଟା କଲେ। ଯିଏ ଦିବଂଗତ ଚିତ୍ରକର ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ(୧୯୩୯-୧୯୪୫)ର ଏକ ଲଡ଼ାଖୁ ପାଇଲଟ୍‌ ଥିଲେ। ସେ ଆମେରିକା ବାୟୁସେନାରେ ଥିଲେ। ଏହାର ଅର୍ଥ ଏହି ପେଣ୍ଟିଂ ୭୮ ବର୍ଷ ପୁରୁଣା। ଏହି ପେଣ୍ଟିଂର ରହସ୍ୟ ଜାଣିବାକୁ ଜେନି ଚିତ୍ରକରଙ୍କ ନାତୁଣୀଙ୍କ ପାଖରେ ପହଞ୍ଚିଥିଲେ। ସେ ତାଙ୍କ ଜେଜେଙ୍କ ବାବଦରେ କହିଥିଲେ, ସେ କୌଣସି ବ୍ୟକ୍ତିଙ୍କୁ ଦେଖି ତାଙ୍କ ଚିତ୍ର ପ୍ରସ୍ତୁତ କରିଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri