Categories: ଫୁରସତ

ଲାଇନ୍‌ରେ ଛିଡ଼ା ହୋଇ ଦିନକୁ ୧୬ ହଜାର ରୋଜଗାର କରୁଛନ୍ତି ଏହି ଯୁବକ, କିପରି ଜାଣିଲେ…

ଟଙ୍କା ରୋଜଗାର ପାଇଁ ଲୋକମାନେ କିଛି ବି କରିପାରନ୍ତି। ସେଭଳି ଜଣେ ବ୍ୟକ୍ତି ଏବେ ଧାଡ଼ିରେ ଛିଡ଼ା ହୋଇ ମାସକୁ ୧୬ହଜାର ରୋଜଗାର କରୁଛନ୍ତି। ଦିନକରୁ କିଛି ସମୟ କାଢ଼ି ସେ ଏପରି କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଲଣ୍ଡନରେ ରହୁଥିବା ଫ୍ରେଣ୍ଡି ନାମକ ଯୁବକ ଟଙ୍କା ରୋଜଗାର ପାଇଁ ଏଭଳି ପଦ୍ଧତି ଆପଣାଇଛନ୍ତି।

ସାଧାରଣତଃ ଲୋକମାନେ ଲାଇନ୍‌ରେ ଛିଡ଼ା ହେବାକୁ ବିରକ୍ତ ହୋଇଥାନ୍ତି। ଏହାକୁ ନେଇ ଅନେକ ଭାବିବା ପରେ ଫ୍ରେଣ୍ଡି ସେମାନଙ୍କ ସ୍ଥାନରେ ଛିଡ଼ା ହେବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ କିଛି ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ତାଙ୍କର ଏଭଳି ପ୍ରସ୍ତାବକୁ ଅନେକ ଲୋକ ପସନ୍ଦ କରିଥିଲେ। ସେ ଏବେ ଧାଡ଼ିରେ ଛିଡ଼ା ହୋଇ ଦିନକୁ ୧୬ ହଜାର ଟଙ୍କା ରୋଜଗାର କରୁଛନ୍ତି।

ଘଣ୍ଟାଏ ପିଛା ୨୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୧୬ ହଜାର ଟଙ୍କା ଚାର୍ଜ କରିଥାନ୍ତି ସେ। ଏଭଳି ସେ ଦିନକୁ ୧୬୦ ପାଉଣ୍ଡ ରୋଜଗାର କରନ୍ତି। ତିନିବର୍ଷ ହେଲାଣି ସେ ଏହି କାମ କରୁଛନ୍ତି। ବୃତ୍ତି ଅନୁଯାୟୀ ସେ ଜଣେ ଫ୍ରିକ୍ସନ ଲେଖକ।

Share