ଭୂକମ୍ପର ୧୪୯ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି

ଆଙ୍କାରା,୧୨ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି। ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଉଭୟ ଦେଶରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ସମୟରେ ଅନେକ ମୃତଦେହ ବାହାରକୁ ଅଣାଯାଉଛି। କିନ୍ତୁ ରବିବାର ଦେଶରେ ଏକ ଚମତ୍କାର ଘଟଣା ଘଟିଛି। ଆଜି ବିପର୍ଯ୍ୟୟର ଠିକ୍‌ ୧୪୯ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ ଭଙ୍ଗା କୋଠାତଳୁ ଉଦ୍ଧାର କରିଛନ୍ତି।

ତୁର୍କୀର ଦକ୍ଷିଣ ପୂର୍ବ ପ୍ରଦେଶର ହାଟାରେ ରୋମାନିଆର ଏକ ଉଦ୍ଧାରକାରୀ ଦଳ ମୁସ୍ତାଫା ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ବିଲ୍ଡିଂର ଆବର୍ଜନା ଭିତରୁ ବାହାର କରିଛନ୍ତି। ଉଦ୍ଧାରକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ସେ କଥାବାର୍ତ୍ତା କରୁଛନ୍ତି। ସେ କହୁଥିଲେ, ମୋତେ ଶୀଘ୍ର ଏଠାରୁ ବାହାର କର, ମୋର କ୍ଲାଷ୍ଟ୍ରୋଫୋବିୟା ଅଛି। ଏହା ପରେ ଦଳ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।

Share