Categories: ଫୁରସତ

ଶପିଂ କରୁ କରୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍‌, ଦେବଦୂତ ସାଜି ଜୀବନ ରକ୍ଷା କଲେ…

ବେଙ୍ଗାଲୁରୁରେ ଇକିଆ (IKEA) ଷ୍ଟୋର୍‌ରେ ଶପିଂ କରିବା ସମୟରେ ଜଣେ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଯାଇ ବେହୋସ ହୋଇଗଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ହୋସ୍‌ ଫେରି ପାଇ ନ ଥିଲେ। ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ଏହା ପରେ ପ୍ରବଳ ଲୋକଙ୍କ ଗହଳି ହୋଇଥିଲା। ଏହି ସମୟରେ ନିକଟ ଦୋକାନରେ ଶପିଂ କରୁଥିବା ଜଣେ ବ୍ୟକ୍ତି ଦୌଡ଼ି ଆସିଲେ। ସେ ତୁରନ୍ତ ଚେତାଶୂନ୍ୟ ବ୍ୟକ୍ତିଙ୍କୁ ସିପିଆର ଦେବା ଆରମ୍ଭ କଲେ ଏବଂ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ସିପିଆର ଦେଇଥିଲେ। ବହୁ ପରିଶ୍ରମ ପରେ ହାର୍ଟ ଆଟାକ ଆକ୍ରାନ୍ତ ବ୍ୟକ୍ତି ଜଣକ ଆଖି ଖୋଲିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ଜଣାପଡ଼ିଥିଲା ଦେବଦୂତ ସାଜି ହାର୍ଟ ଆଟାକ୍‌ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିବା ବ୍ୟକ୍ତି ଜଣଙ୍କ ପେସାରେ  ଡାକ୍ତର। ତାଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

@Rhitdak ନାମକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ହଠାତ୍‌ ଶପିଂ ସେଣ୍ଟରରେ ବେହୋସ ହୋଇଗଲେ। ଏହି ବ୍ୟକ୍ତିଙ୍କ ନିକଟରେ ଦୁଇ ଜଣ ମହିଳା ବି ଥିଲେ। ବହୁ ଲୋକ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖରେ ଶପିଂ କରୁଥିଲେ। ଯିଏ ତୁରନ୍ତ ସିଆରପି ଦେଇ ତାଙ୍କ ଜୀବନ ରକ୍ଷା କରିଥିଲେ ପେସାରେ ସେ ଜଣେ ଡାକ୍ତର। ଦେବଦୂତ ସାଜି ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଲୋକେ ଭୂରି ଭୂରି ପ୍ରଶଂସା କରୁଛନ୍ତି। ଭିଡିଓଟି ୩.୫୮ ଲକ୍ଷରୁ ଅଧିକ ଭ୍ୟୁ ପାଇଛି।

Share