ବିନା ଟିକେଟ୍‌ରେ ଏରୋବ୍ରିଜ୍‌ରେ ପହଞ୍ଚି ବିମାନ ଯାତ୍ରା କରିବାକୁ ଯାଉଥିଲେ ବ୍ୟକ୍ତି, ଏମିତି ପଡ଼ିଲେ ଧରା

ମୁମ୍ବାଇ,୨୫ା୨: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜଣେ ବ୍ୟକ୍ତି ଖାଲି ଯେ, ବିନା ଟିକେଟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବେଶ କରିନାହାନ୍ତି ବରଂ ଇଣ୍ଡିଗୋ ବିମାନର ଏରୋବ୍ରିଜ ନିକଟକୁ ମଧ୍ୟ ଚାଲିଯାଇଥିଲେ। ତାଙ୍କ ପାଖରେ ବୈଧ କାଗଜପତ୍ର ମଧ୍ୟ ନ ଥିଲା। ତେବେ ଶେଷ ମୁହୂର୍ତ୍ତରେ ସୁରକ୍ଷା ଏଜେନ୍ସି ଉକ୍ତ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ତୁରନ୍ତ ଗିରଫ କରିଥିଲେ। ତାଙ୍କୁ ପଚରାଉଚରା କରି ତାଙ୍କର ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରାଯାଉଛି।

ସୂଚନାନୁସାରେ, ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ଅଭାବ ରହିଛି। କାରଣ ଜଣେ ବ୍ୟକ୍ତି ବିନା ଟିକେଟ ଏବଂ ଡକ୍ୟୁମେଣ୍ଟରେ ଇଣ୍ଡିଗୋ ଏରୋବ୍ରିଜରେ ନିକଟକୁ କିପରି ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତେବେଳେ ହଠାତ୍‌ ସୁରକ୍ଷା ଏଜେନ୍ସିର କର୍ମଚାରୀମାନେ ତାଙ୍କୁ ଦେଖିଲେ, ସେ ସଙ୍ଗେ ସଙ୍ଗେ ଧରା ପଡ଼ିଗଲେ। କୁହାଯାଉଛି, ଏହି ଘଟଣା ଶୁକ୍ରବାର ଘଟିଛି। ଯିଏ କି ଅନ୍ତର୍ଜାତୀୟ ବିମାନବନ୍ଦରର ସମସ୍ତ ସୁରକ୍ଷା କର୍ଡନକୁ ଅବମାନନା କରି ଭିତରକୁ ପ୍ରବେଶ କରିଛନ୍ତି। ତାଙ୍କ ନାମ ମହମ୍ମଦ ଇଶା ବୋଲି ଜଣାପଡ଼ିଛି। ମହମ୍ମଦ ବିମାନବନ୍ଦରରେ ପ୍ରବେଶ କରି ଇଣ୍ଡିଗୋ ବିମାନର ଏରୋବ୍ରିଜ ନିକଟରେ ପହଞ୍ଚିଥିଲେ।

ବିମାନବନ୍ଦରରେ ପ୍ରବେଶ କରିଥିବା ବ୍ୟକ୍ତି ମହମ୍ମଦ ଇଶାଙ୍କ ବିଷୟରେ ସୂଚନା ପାଇବା ମାତ୍ରେ ସମସ୍ତ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଥିଲେ। ଏଟିଏସ୍‌ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମହମ୍ମଦ ଇଶାଙ୍କୁ ପଚରାଉଚରା କରିଛନ୍ତି। ପଚରାଉଚରା ପରେ ମହମ୍ମଦ ଇଶାଙ୍କୁ ସ୍ଥାନୀୟ ପୋଲିସ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପୋଲିସ ଅଧିକ ଅନୁସନ୍ଧାନ କରିବ ଏବଂ ଏସମ୍ପର୍କରେ ଜାଣିବ। ପୋଲିସ କହିଛି ଯେ, ଅଭିଯୁକ୍ତ ମାନସିକ ସ୍ତରରେ ଦୁର୍ବଳ, କିନ୍ତୁ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି।

କିଛି ସପ୍ତାହ ପୂର୍ବରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦର (ଦିଲ୍ଲୀ)ର ସୁରକ୍ଷା ଉଲ୍ଲଂଘନ ହେବାର ଖବର ଆସିଥିଲା। ଜଣେ ବ୍ୟକ୍ତି ରନ୍‌ଓ୍ବେରେ ଆସିଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍‌ଏଫ) ଏହି ମାମଲାରେ ଡ୍ୟୁଟି ଅବହେଳା ପାଇଁ ଜଣେ ହେଡ କନଷ୍ଟେବଳଙ୍କୁ ନିଲମ୍ବିତ କରିଛି। ସୀମା ଅତିକ୍ରମ କରି ରନ୍‌ଓ୍ବେକୁ ଆସିଥିବା ବ୍ୟକ୍ତି ମଦ୍ୟପାନ କରିଥିଲେ। ଏୟାର ଇଣ୍ଡିଆର ବିମାନର ଜଣେ ପାଇଲଟ ତାଙ୍କୁ ଶନିବାର ରାତିରେ ତାଙ୍କୁ ରନ୍‌ଓ୍ବେରେ ଦେଖିଥିଲେ। ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)୍‌କୁ ସୂଚନା ଦେଇଥିଲେ, ଜଣେ ବ୍ୟକ୍ତି ବିମାନ ଆଗକୁ ଯାଇଥିଲେ। ତୁରନ୍ତ ସିଏସ୍‌ଏଫକୁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?