ଦୀର୍ଘବର୍ଷ ପରେ ପୂରଣ ହେଲା ଦାବି, ନିଯୁକ୍ତ ହେଲେ ସ୍ଥାୟୀ ଡାକ୍ତର

ଗଞ୍ଜାମ,୩ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ହୁମା ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତର ଡାକ୍ତର ଶାଶ୍ୱତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏନେଇ ହୁମା ସମିତି ମେମ୍ବର ଧ୍ରୁବ ଚରଣ ପଲାଇ, ପ୍ରଶାନ୍ତ କୁମାର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ସାହୁ, ତପୁ ଶିବ ଏବଂ ବୀରେନ ସିଂ ପ୍ରମୁଖ ଡାକ୍ତର ପଣ୍ଡାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି l ଯେ କୌଣସି ବର୍ଗର ରୋଗୀ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ରୋଗୀ ସେବାକୁ ପ୍ରାଥମିକତା ଦେବେ ବୋଲି ନୂତନ ଡାକ୍ତର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତ। ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତ ହୋଇଥିବା ଯୋଗୁ ଖୁସି ବ୍ୟକ୍ତ କରିଛନ୍ତି ହୁମା ଅଞ୍ଚଳବାସୀ।

ହୁମା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ହୁମା, ଗଡ଼ ହୁମା ଗ୍ରାମ ସମେତ କଳାଜମୁନା, ବୋରିଗାଁ, ଲୁଂଘୁରି, ଖଟୁଆ କୁଦା, ନୀଳାଦ୍ରିପୁର, କଣ୍ଟିଆ ଗଡ଼, ମୟୂରପଦା, ପୋଡ଼ମ ପେଟା ଆଦି ଗ୍ରାମର ଲୋକେ ଚିକିତ୍ସା ସୁବିଧା ପାଇପାରିବେ।