ବିରି ଖାଇଦେଲା ବୋଲି ଶୁଆକୁ ଫାଶୀ

ଭୁବନେଶ୍ୱର, ୨୪।୩ (ବନ୍ଦନା ସେଠୀ): ବନ୍ୟପ୍ରାଣୀଙ୍କୁ ଶିକାର କରି ରାନ୍ଧି ଖାଇବା, ପୋଷା ମନାଇ ରଖିବା ଓ ଅତ୍ୟାଚାର କରିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଛଡ଼ାଯାଉଛି। ଏହାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହେଉଥିବାବେଳେ ଏବେ ଆଉଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବିରି ଖାଇଦେଇଥିବାରୁ ଜଣେ ଯୁବକ ଗୋଟିଏ ଶୁଆକୁ ଫାଶୀ ଦେବା ସହିତ ଏହାର ମଜା ନେଉଥିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ଶୁଆଟିର ଦୁଇ ଡେଣାକୁ ଦଉଡିରେ ବାନ୍ଧିବା ସହିତ ତା’ ବେକରେ ଦଉଡି ଲଗାଇ ତାକୁ ଫାଶୀ ଦେବା ଭଳି ଦୁଇ ଖୁଣ୍ଟ ମଝିରେ ଓହଳା ଯାଇଛି। ଭଗ୍ନ ପନ୍ଥେଇ ନାମକ ଜଣେ ଯୁବକ ଏହି ଭିଡିଓକୁ ପୋଷ୍ଟ କରିଥିବାବେଳେ ବିରି ଖାଇ ପଳେଇଥିବାରୁ ଆଜି ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛି ବୋଲି ବେଶ୍‌ ଆରାମର ସହ କହୁଥିବା ଦେଖାଯାଇଛି। ଏପରିକି ଉକ୍ତ ପୋଷ୍ଟରେ ମଧ୍ୟ ସେ ନିଜ ନାମ ପାଖରେ ଏକ ମୋବାଇଲ୍‌ ନଂ. ୯୫୦୨୮୨୧୭୧୮ ଉଲ୍ଲେଖ କରିଛନ୍ତି। ତେବେ ଏହି ଭିଡିଓକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପରେ ତାହାକୁ ଡିଲିଟ୍‌ କରାଯାଇଛି। ଶୁଆ ଭଳି ଏକ ନିରୀହ ବନ୍ୟପ୍ରାଣୀକୁ ଏଭଳି କ୍ରୂରତାର ସହ ହତ୍ୟା କରିବାକୁ ନେଇ ପ୍ରାଣୀପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଶୁଆ ଏକ ବନ୍ୟପ୍ରାଣୀ ହୋଇଥିବାରୁ ଏହାକୁ ପଞ୍ଜୁରିରେ ରଖିବା ଓ ବିକ୍ରି କରିବା ବନ୍ୟପ୍ରାଣୀ ଆଇନ ଅନୁସାରେ ବେଆଇନ। ଏପରି କଲେ ଆଇନ ଉଲ୍ଲଂଘନ ଅଭିଯୋଗରେ ଗିରଫ ଭଳି କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। ମାତ୍ର ଏଠାରେ ଅଭିଯୁକ୍ତ ଜଣକ ସବୁ ସୀମା ଟପି ଯାଇଛନ୍ତି। ତେଣୁ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି। ଏନେଇ ସ୍ନେକ ହେଲ୍ପ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରବିବାର ପିସିସିଏଫ୍‌ (ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝାଙ୍କ ସମେତ ଡିସିଏଫ୍‌ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ବନ୍ୟପ୍ରାଣୀଙ୍କ ଉପରେ ଅତ୍ୟାଚାର କରିବା, ସେମାନଙ୍କୁ ଶିକାର କରିବା ଭଳି ଫଟୋ ଓ ଭିଡିଓ ପୋଷ୍ଟ ହେଉଥିଲେ ହେଁ ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଉନାହିଁ। ଫଳରେ ବାରମ୍ବାର ଏଭଳି ଘଟଣା ଘଟିବା ସହିତ ଅନ୍ୟମାନଙ୍କୁ ଏପରି କରିବାକୁ ସାହସ ଯୋଗାଉଛି। ଏହି ଘଟଣା ପୂର୍ବରୁ ଯାଜପୁରରେ ଏକ ଦମ୍ପତି ମାଙ୍କଡ଼ ଧରି ସୋସିଆଲ ମିଡିଆରେ ଡ୍ରାମା କରି ଟଙ୍କା ରୋଜଗାର କରୁଥିଲେ। ବିରୋଧ ପରେ ସେମାନେ ଗିରଫ ହୋଇଥିଲେ ହେଁ ଜାମିନରେ ଆସିବା ପରେ ପୂର୍ବପରି କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଭଦ୍ରକ ଜିଲାରେ ସାପଧରି ସୋସିଆଲ ମିଡିଆରେ ପୋଷ୍ଟ କରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଗିରଫ ହୋଇଥିଲେ ହେଁ ଜାମିନରେ ଆସି ପୁନର୍ବାର ସାପ ଖେଳାଉଛନ୍ତି। ଏହି ଘଟଣାକୁ ଦୃଢ ଭାବରେ ଦମନ କରାଯାଇଥିଲେ ପୁନର୍ବାର ଏଭଳି ଅଘଟଣ ଘଟି ନ ଥାନ୍ତା ବୋଲି ପ୍ରାଣୀ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?