Categories: ଖେଳ

ପିଭି ସିନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭୦ ବର୍ଷୀୟ ବୃଦ୍ଧ, ଦେଇଥିଲେ ଏଭଳି ଧମକ

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁଙ୍କ ଜୁଲାଇ ୫ ଅର୍ଥାତ ଆଜି ଜନ୍ମଦିନ। ସେ ବ୍ୟାଡ୍‌ମିଣ୍ଟନରେ ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଜିତିଥିବା ଏକମାତ୍ର ଭାରତୀୟ ଖୋଳାଳି। ସାଇନା ନେହଓ୍ବାଲଙ୍କ ଭଳି ପିଭିଙ୍କ ମଧ୍ୟ କୋଟି କୋଟି ପ୍ରଶଂସକ ଅଛନ୍ତି। ୨୦୧୯ରେ ସେ ଏହି ସଫଳତା ହାସଲ କରିଥିଲେ। ରବିବାର ଜନ୍ମଦିନ ଅବସରେ ସିନ୍ଧୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଜାଣି ଆଶ୍ଚର୍ଯ୍ୟ ହେବେ ସିନ୍ଧୁଙ୍କ ଜଣେ ଫ୍ୟାନ୍‌(ପ୍ରଶଂସକ) ତାଙ୍କୁ ବିବାହ କରିବା ଲାଗି ଆକାଶପାତାଳ ଏକ କରିଦେଇଥିଲେ। ଯେତେବେଳେ ତାଙ୍କ ବୟସ ବିଷୟରେ ଜଣାପଡ଼ିଥିଲା। ସମସ୍ତେ ଚକିତ ହୋଇଯାଇଥିଲେ। ସେ ଥିଲେ ତାମିଲନାଡ଼ୁର ଜଣେ ୭୦ ବର୍ଷୀୟ ବୃଦ୍ଧ ମଲାୟସାମି। ସେ କେବଳ ଯେ ବିବାହ ତାହା ନୁହେଁ ଯଦି ସେ ଅରାଜି ହୁଅନ୍ତି ଅପହରଣ କରି ନେଇଯିବାକୁ ମଧ୍ୟ ଧମକ ଦେଇଥିଲେ।

ଗତବର୍ଷର ଏହି ଘଟଣା। ମଲାୟସାମି ସିନ୍ଧୁଙ୍କୁ ବିବାହ କରିବା ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିଲେ। ସେଠାରେ ଜନଶୁଣାଣି ବେଳେ ଉପସ୍ଥିତ କଲେକ୍ଟରଙ୍କୁ ସିନ୍ଧୁ ଏବଂ ତାଙ୍କର ଫଟୋ ସହ ଏକ ଚିଠି ଦେଇଥିଲେ। ସିନ୍ଧୁଙ୍କୁ ସେ ବିବାହ କରିବାକୁ ଚାହାନ୍ତି। ଏଣୁ ସମସ୍ତ ବନ୍ଦୋବସ୍ତ କରାଯାଉ। ନଚେତ ସେ ତାଙ୍କୁ ଉଠାଇ ଆଣିବେ ବୋଲି କହିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା।

କଥା ଏତିକିରେ ସରୁ ନାହିଁ। ବୃଦ୍ଧ ବ୍ୟକ୍ତି ଲେଖିଥିବା ଚିଠିରେ ତାଙ୍କର ବୟସ ୭୦ ନୁହେଁ ବରଂ ୧୮ ଲେଖିଥିଲେ। କାରଣ ସେ ୨୦୦୪ ମସିହା ଏପ୍ରିଲ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ଦର୍ଶାଇଥିଲେ। ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ବୃଦ୍ଧଙ୍କ ମାନସିକ ସନ୍ତୁଳନ ଠିକ୍‌ ନ ଥିବା କୁହାଯାଇଥିଲା।

ତେବେ ଅଲମ୍ପିକ୍‌ରେ ନିଜର ପରାକାଷ୍ଠା ଦେଖାଇଥିବା ସିନ୍ଧୁ ୨୦୧୯ରେ ଇତିହାସ ରଚିଥିଲେ। ସେ ବ୍ୟାଡ୍‌ବିଣ୍ଟନରେ ବିଶ୍ୱ ଚାମ୍ପିୟାନ ହୋଇଥିଲେ। ଜାପାନର ନୋଜୋମୀ ଓକୁହାରାଙ୍କୁ ହରାଇ ସେ ଏହି ସଫଳତା ପାଇଥିଲେ।

Share