ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା ପରିସରକୁ ଆସୁଛି। ଭୋଟର ଯେତେବେଳେ କୌଣସି ପ୍ରାର୍ଥୀଙ୍କୁ ଯୋଗ୍ୟ ଭାବୁନାହାନ୍ତି ସେତେବେଳେ ନୋଟା ବଟନ୍‌ ଚିପୁଛନ୍ତି। ନୋଟା ସଂକ୍ରାନ୍ତରେ ନିକଟରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରାଯାଇଥିଲା। ସେଥିରେ ଆବେଦନକାରୀ ଦର୍ଶାଇଥିଲେ ଯେ, ଯଦି କୌଣସି ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଉଛନ୍ତି, ତାହା ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଦିଆ ନ ଯାଉ। ଏ ସମ୍ବନ୍ଧରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଦେଖିଲେ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲାରେ ଇଭିଏମ୍‌ରେ ନୋଟା ବଟନ ବହୁଳ ବ୍ୟବହାର ହୋଇଥିବା ଖବର ଆସିଥିଲା। ଏହି ଲୋକ ସଭା ନିର୍ବାଚନରେ ଏସ୍‌ପି ପ୍ରାର୍ଥୀ ରବୀନ୍ଦ୍ର ନାଥ ବେହେରା (୫,୧୩୮), କୃପା ପାର୍ଟିର ପ୍ରାର୍ଥୀ ଶ୍ରୀକାନ୍ତ ସାମଲ (୧,୮୬୮), ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ଦାସ (୧,୪୫୬) ଓ ସନ୍ତୋଷ କୁମାର ପାତ୍ର (୨,୨୮୧) ନୋଟା (୬,୫୮୮)ଠାରୁ କମ୍‌ ଭୋଟ ପାଇଥିଲେ। କେନ୍ଦ୍ରାପଡ଼ା ଜିଲାବାସୀ ଅନେକ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜନେତା ଓ ପ୍ରଶାସକଙ୍କ ଦୃଷ୍ଟିକୁ ଏହି ସମସ୍ୟାଗୁଡ଼ିକ ବାରମ୍ବାର ଅଞ୍ଚଳବାସୀ ଆଣୁଥିଲେ ମଧ୍ୟ ସମାଧାନ ହେଉନାହିଁ। ଏହାର ପ୍ରତିଫଳନ ନୋଟାରେ ଦେଖିବାକୁ ମିଳିଥିଲା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଏହି ଆସନରେ ମୋଟ ୧୨,୩୮,୪୮୮ ଜଣ ମତଦାନ କରିଥିଲେ। ଏଥିରେ ବିଜେଡି, ଭାଜପା ଓ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ପାର୍ଟି ଅଥବା ସ୍ବାଧୀନ ପ୍ରାର୍ଥୀ ନୋଟାରୁ ଅଧିକ ଭୋଟ ପାଇ ନ ଥିଲେ। ନୋଟାକୁ ୬,୫୮୮ ଖଣ୍ଡ ଭୋଟ ଯାଇଥିବା ବେଳେ ୨ଟି ପାର୍ଟିର ପ୍ରାର୍ଥୀ ଓ ୨ ସ୍ବାଧୀନ ପ୍ରାର୍ଥୀଙ୍କୁ ଏହାଠାରୁ କମ୍‌ ଭୋଟ ମିଳିଥିଲା। ସେହିପରି ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଏପରି ସ୍ଥିତି ଦେଖାଯାଇଥିଲା।

ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଅଧିକ ସଂଖ୍ୟକ ନୋଟା ଭୋଟ ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ଏକ ରାଜନୈତିକ ଆହ୍ବାନ। ଉପଯୁକ୍ତ ପ୍ରାର୍ଥୀ ନ ମିଳିଲେ ମତଦାତା ନୋଟାକୁ ଭୋଟ ଦେଇପାରିବେ। ସାମାଜିକ କର୍ମୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଗତ ନିର୍ବାଚନରେ ଆଞ୍ଚଳିକ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲାରେ ଏପରି ସ୍ଥିତି ଦେଖାଦେଇଥିଲା। ଆଳି, ରାଜନଗର, ରାଜକନିକା ଧୋୟା ଅଞ୍ଚଳରେ ରାସ୍ତା ନ ଥିବା ଦର୍ଶାଇ କେତେଗୋଟି ବୁଥ୍‌ରେ ସର୍ବାଧିକ ଭୋଟ ନୋଟାକୁ ଯାଇଥିଲା। ଏପରିକି ପ୍ରଚାର ସମୟରେ ରାଜନେତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିପରି ଜିଲାରେ ଦାଦନ ସମସ୍ୟା, କ୍ଷେତକୁ ଜଳ ପରିଚାଳନା, ସରକାରୀ ଯୋଜନା ଆବଣ୍ଟନ ଆଦି କ୍ଷେତ୍ରରେ ଜନ ବିରୋଧ ଅଛି। ସ୍ଥାନୀୟ ସମସ୍ୟା ସମାଧାନ ନ ହେଲେ ଭୋଟର ନୋଟାକୁ ପସନ୍ଦ କରୁଥିବା ସେ ମତ ରଖିଛନ୍ତି।

ସାମାଜିକ କର୍ମୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଲୋକଙ୍କ ପସନ୍ଦ ଆସୁ ନ ଥିବା ପ୍ରାର୍ଥୀ ଗତଥର ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ଆଞ୍ଚଳିକ ବା ବୁଥ୍‌ସ୍ତରର ନୋଟା ଭୋଟକୁ ଅନୁଧ୍ୟାନ କରାଯାଇ ସ୍ଥାନୀୟ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ୨୦୧୯ ନିର୍ବାଚନରେ ଜିଲାର ୨୫ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ନିଜର ଅସ୍ତିତ୍ୱ ସମ୍ପର୍କରେ ନ ଜାଣି ପ୍ରାର୍ଥୀ ହେବା ଫଳରେ ନିର୍ବାଚନ ଖର୍ଚ୍ଚବହୁଳ ହେଉଛି। ରାଜନୈତିକ ବିଶ୍ଳେଷକ ଅମରବର ବିଶ୍ୱାଳ କହିଛନ୍ତି, ଇଭିଏମ୍‌ରେ ନୋଟା ବଟନର ଆବଶ୍ୟକତାକୁ ନେଇ ବିତର୍କର ଆବଶ୍ୟକତା ଅଛି। ନୋଟାଠାରୁ କମ୍‌ ଭୋଟ ପାଇଥିବା ପାର୍ଟି ଓ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ନିର୍ବାଚନରେ ଅଂଶଗ୍ରହଣକୁ ରଦ୍ଦ କରିବା, ନୋଟା ଭୋଟ ୩୩%ରୁ ଅଧିକ ହେଲେ ସେଠାରେ ପୁନର୍ବାର ନିର୍ବାଚନ କରାଯିବା ଆଦି ପ୍ରସଙ୍ଗ ରହିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri