ବୌଦ୍ଧରେ ଯୋଗ ଦେଲେ ନୂତନ ଆରକ୍ଷୀ ଅଧୀକ୍ଷକ

ବୌଦ୍ଧ,୩ା୨(ସ୍ବ.ପ୍ର.): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ରାଜ୍ୟ ସରକାର ଆରକ୍ଷୀ ଅଧୀକ୍ଷକ ସ୍ତରରେ ଅଦଳ ବଦଳ କରିଥିଲେ। ବୌଦ୍ଧରେ ଥିବା ଆରକ୍ଷୀ ଅଧୀକ୍ଷକ ପ୍ରହଲାଦ ସହାଇ ମିନାଙ୍କୁ ବରଗଡ ଜିଲାକୁ ବଦଳି କରିବା ପରେ ବୌଦ୍ଧର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ରାୟଗଡା ଜିଲାରେ ଥିବା ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କୁ ନିଯୁକ୍ତି ଦେଇଥିଲେ। ଗୁରୁବାର ଯୁବ ଆଇପିଏସ ଅଫିସର ରାଜ ପ୍ରସାଦ ବୌଦ୍ଧର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗ ଦେଇଛନ୍ତି। ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି।