ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଏବଂ ମେରାମଣ୍ଡଳୀ କାରଖାନା ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ସହ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ୨୦୨୨ରେ ଟାଟାର ଜାମଶେଦପୁର କାରଖାନା ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଭାବେ ଏହି ଐତିହାସିକ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଟାଟା ଷ୍ଟିଲ୍‌ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ହାସଲ କରିଥିବା କାରଖାନାରୁ ପ୍ରାୟ ୯୦% ଇସ୍ପାତ ଉପତ୍ାଦନ କରୁଛି। ସେହିଭଳି ୨୦୨୨ ଅକ୍ଟୋବରରେ ଟାଟାର ଜାମଶେଦପୁର କାରଖାନାର ୩ଟି ଡିଭିଜନ ଯଥା ଷ୍ଟିଲ୍‌ ୱାର୍କସ୍‌, ଟ୍ୟୁବ୍‌ସ ଡିଭିଜନ ଓ କୋଲ୍ଡ ରୋଲିଂ ମିଲ୍‌କୁ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ମିଳିଥିଲାବେଳେ କଳିଙ୍ଗନଗର ଓ ମେରାମଣ୍ଡଳୀ କାରଖାନାକୁ ସେଥିରେ ସାମିଲ କରାଯିବା ଦାୟିତ୍ୱବାନ ବ୍ୟବସାୟ ଅଭ୍ୟାସ ଓ ପରିବେଶ ଦାୟିତ୍ୱ ପ୍ରତି କମ୍ପାନୀର ରହିଥିବା ସମର୍ପଣ ଭାବକୁ ଏହା ଦର୍ଶାଉଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ତାଶ ସିଇଓ ଟିଭି ନରେନ୍ଦ୍ରନ୍‌ କହିଛନ୍ତି, କମ୍ପାନୀର କାରଖାନାଗୁଡ଼ିକ ପାଇଁ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ଦୀର୍ଘସ୍ଥାୟିତ୍ୱ ପ୍ରତି ଟାଟା ଷ୍ଟିଲ୍‌ ପ୍ରତିବଦ୍ଧତାର ଏକ ପ୍ରମାଣ। ଏହା ଇସ୍ପାତ ଶିଳ୍ପର ବିଭିନ୍ନ ଆହ୍ବାନର ମୁକାବିଲା ଏବଂ ଏକ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ଆମର ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ଏହି ମାଇଲଖୁଣ୍ଟ ହାସଲ କରିବାରେ ଟାଟା ଷ୍ଟିଲ୍‌ର ଦାୟିତ୍ୱସମ୍ପନ୍ନ ଟିମ୍‌, ଅଡିଟର, ଆସ୍ୟୁରାନ୍ସ ପ୍ୟାନେଲର ପ୍ରୟାସକୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି। ୨୦୨୫ ସୁଦ୍ଧା ଭାରତରେ ଥିବା ଆମର ସମସ୍ତ ଇସ୍ପାତ ଉପତ୍ାଦନ କାରଖାନାକୁ ସାର୍ଟିଫିକେଶନ କରିବା ଲକ୍ଷ୍ୟ ଆଡ଼କୁ ଆମେ ଅଗ୍ରସର ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି: ହେବ ନିବେଶର ବନ୍ୟା, ବଢିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ଵାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି। ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।…

୧୬,୦୦୦ କର୍ମଚାରୀ ଛଟେଇ କରିବ ଆମାଜନ: ପ୍ରଭାବିତ ହେବେ ଭାରତୀୟ ଟିମ୍

ନୂଆଦିଲ୍ଲୀ,୨୬।୧: ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ…

ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼…

ଐତିହାସିକ ବାଣିଜ୍ୟ ଚୁକ୍ତି ପୂର୍ବରୁ ଇୟୁ ମୁଖ୍ୟଙ୍କ ବଡ଼ ବୟାନ, “ସଫଳ ଭାରତ ବିଶ୍ୱକୁ ରଖିବ ସ୍ଥିର”

ନୂଆଦିଲ୍ଲୀ ,୨୬ା୧: ୟୁରୋପୀୟ ସଂଘ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର ଲେୟେନ୍ ଭାରତର ଆର୍ଥିକ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ,…

YouTube କଣ୍ଟେଣ୍ଟ କ୍ରିଏଟର୍ସ ହେବେ ମାଲାମାଲ: ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧: YouTube କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସିଖବର। ଚଳିତବର୍ଷ କଣ୍ଟେଣ୍ଟ କ୍ରିଏଟର୍‌ଙ୍କ ଉପରେ ହେବ ଟଙ୍କା ବର୍ଷା। ସେମାନଙ୍କୁ ଅଧିକ ରୋଜଗାର କରିବାରେ ସାହାଯ୍ୟ କରିବା ପାଇଁ…

ଏଣିକି ଶସ୍ତା ହୋଇଯିବ କାର୍‌: EU-ଭାରତ ମଧ୍ୟରେ ବଡ଼ ଡିଲ୍‌

ନୂଆଦିଲ୍ଲୀ,୨୬।୧: EU ଏବଂ ଭାରତ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଲୋଚନା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ସୂତ୍ର ଅନୁଯାୟୀ, ଭାରତ ୟୁରୋପୀୟ ସଂଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri