ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଏବଂ ମେରାମଣ୍ଡଳୀ କାରଖାନା ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ସହ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ୨୦୨୨ରେ ଟାଟାର ଜାମଶେଦପୁର କାରଖାନା ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଭାବେ ଏହି ଐତିହାସିକ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଟାଟା ଷ୍ଟିଲ୍‌ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ହାସଲ କରିଥିବା କାରଖାନାରୁ ପ୍ରାୟ ୯୦% ଇସ୍ପାତ ଉପତ୍ାଦନ କରୁଛି। ସେହିଭଳି ୨୦୨୨ ଅକ୍ଟୋବରରେ ଟାଟାର ଜାମଶେଦପୁର କାରଖାନାର ୩ଟି ଡିଭିଜନ ଯଥା ଷ୍ଟିଲ୍‌ ୱାର୍କସ୍‌, ଟ୍ୟୁବ୍‌ସ ଡିଭିଜନ ଓ କୋଲ୍ଡ ରୋଲିଂ ମିଲ୍‌କୁ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ମିଳିଥିଲାବେଳେ କଳିଙ୍ଗନଗର ଓ ମେରାମଣ୍ଡଳୀ କାରଖାନାକୁ ସେଥିରେ ସାମିଲ କରାଯିବା ଦାୟିତ୍ୱବାନ ବ୍ୟବସାୟ ଅଭ୍ୟାସ ଓ ପରିବେଶ ଦାୟିତ୍ୱ ପ୍ରତି କମ୍ପାନୀର ରହିଥିବା ସମର୍ପଣ ଭାବକୁ ଏହା ଦର୍ଶାଉଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ତାଶ ସିଇଓ ଟିଭି ନରେନ୍ଦ୍ରନ୍‌ କହିଛନ୍ତି, କମ୍ପାନୀର କାରଖାନାଗୁଡ଼ିକ ପାଇଁ ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ଦୀର୍ଘସ୍ଥାୟିତ୍ୱ ପ୍ରତି ଟାଟା ଷ୍ଟିଲ୍‌ ପ୍ରତିବଦ୍ଧତାର ଏକ ପ୍ରମାଣ। ଏହା ଇସ୍ପାତ ଶିଳ୍ପର ବିଭିନ୍ନ ଆହ୍ବାନର ମୁକାବିଲା ଏବଂ ଏକ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ଆମର ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ଏହି ମାଇଲଖୁଣ୍ଟ ହାସଲ କରିବାରେ ଟାଟା ଷ୍ଟିଲ୍‌ର ଦାୟିତ୍ୱସମ୍ପନ୍ନ ଟିମ୍‌, ଅଡିଟର, ଆସ୍ୟୁରାନ୍ସ ପ୍ୟାନେଲର ପ୍ରୟାସକୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି। ୨୦୨୫ ସୁଦ୍ଧା ଭାରତରେ ଥିବା ଆମର ସମସ୍ତ ଇସ୍ପାତ ଉପତ୍ାଦନ କାରଖାନାକୁ ସାର୍ଟିଫିକେଶନ କରିବା ଲକ୍ଷ୍ୟ ଆଡ଼କୁ ଆମେ ଅଗ୍ରସର ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri