ଭୁବନେଶ୍ୱର,୨୬।୮: ବଜାଜ୍ ଫାଇନାନ୍ସ ଲିମିଟେଡ୍ (ବିଏଫ୍ଏଲ୍)କୁ ନିକଟରେ ଏକ ବିରଳ ସଫଳତା ମିଳିଥିବାବେଳେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଭାବେ ଏକ ଐତିହାସିକ ରେକର୍ଡ ହାସଲ କରିଛି। ବିଶେଷକରି ବିଏଫ୍ଏଲ୍ର ଫିକ୍ସଡ ଡିପୋଜିଟ (ଏଫ୍ଡି) ଖାତା ପରିମାଣ ୫୦,୦୦୦ କୋଟି ଟଙ୍କା ପାରକରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଥିବାବେଳେ କମ୍ପାନୀରେ ବର୍ତ୍ତମାନ ଅଧ ନିୟୁତ ଜମାକାରୀ ରହିଛନ୍ତି ଏବଂ ପ୍ରତ୍ୟେକ ଜମାକାରୀ ୨.୮୭ ଲକ୍ଷ ଜମା ରଖିବା ସହିତ ମୋଟ ଜମା ସଂଖ୍ୟା ୧.୪ ନିୟୁତରେ ପହଞ୍ଚତ୍ଛି। ଏ ସମ୍ପର୍କରେ ବିଏଫ୍ଏଲ୍ର ଏକ୍ଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ (ଫିକ୍ସଡ ଡିପୋଜିଟସ ଆଣ୍ଡ ଇନ୍ଭେଷ୍ଟମେଣ୍ଟସ) ସଚିନ ସିକ୍କା କହିଛନ୍ତି, କମ୍ପାନୀ ଗ୍ରାହକମାନଙ୍କୁ ଆକର୍ଷଣୀୟ ସୁଧ ହାରରେ ଦୀର୍ଘାବଧି ସଞ୍ଚୟ ସମାଧାନ ଯୋଗାଇଦେବା ଉପରେ ବ୍ୟାପକ କାର୍ଯ୍ୟ କରିଛୁ। ଏପରିକି ଆମର ଏଫ୍ଡି ପୋର୍ଟଫୋଲିଓରେ ଦ୍ରୁତ ଅଭିବୃଦ୍ଧି ଘଟିଛି ଏବଂ ଏହା ଗତ ୨ବର୍ଷ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି; ଯାହା ବଜାଜ ଫିନ୍ସର୍ଭ ବ୍ରାଣ୍ଡ୍ ଉପରେ ଗ୍ରାହକଙ୍କ ବିଶ୍ୱାସବୋଧ, ଫିକ୍ସଡ ଜମା ଡିଜିଟାଲ ପଦ୍ଧତିରେ ସହଜରେ ବୁକ୍ କରିବା ତଥା ଆମର ରାଷ୍ଟ୍ରବ୍ୟାପୀ ଉପସ୍ଥିତିକୁ ପ୍ରତିଫଳିତ କରୁଛି। ସେହିଭଳି ବିଗତ ୧୦ ବର୍ଷ ମଧ୍ୟରେ କମ୍ପାନୀ ତା’ର ଜମାଖାତା ପରିମାଣ ସିଏଜିଆର୍ ୬୦% ହାରରେ ଅଭିବୃଦ୍ଧି ହାସଲ କରିଛି ଏବଂ ଜମାକାରୀଙ୍କ ସଂଖ୍ୟା ସିଏଜିଆର୍ ୪୯% ଆକାରରେ ବୃଦ୍ଧି ପାଇଛି। ଏପରିକି କମ୍ପାନୀ ୧୨ମାସ ଅବଧି ନିମନ୍ତେ ୭.୪୦% ଏବଂ ୨୪ ମାସ ନିମନ୍ତେ ୭.୫୫% ସୁଧ ହାର ପ୍ରଦାନ କରୁଛି। ବିଶେଷକରି ୩୬ମାସରୁ ୬୦ ମାସ ପର୍ଯ୍ୟନ୍ତ ଅବଧି ନିମନ୍ତେ ସୁଧହାର ୮.୦୫% ରହିଥିଲାବେଳେ ବରିଷ୍ଠ ନାଗରିକଙ୍କୁ ଏହି ହାର ଉପରେ ଅତିରିକ୍ତ ୦.୨୫% ସୁଧ ପ୍ରଦାନ କରାଯାଉଛି। ଅପରପକ୍ଷରେ ବଜାଜ ଫାଇନାନ୍ସ ୪୪ମାସ ଅବଧି ନିମନ୍ତେ ବରିଷ୍ଠ ନାଗରିକଙ୍କ ନିମନ୍ତେ ୮.୬୦% ଏବଂ ଅନ୍ୟମାନଙ୍କ ପାଇଁ ୮.୩୫%ର ସର୍ବାଧିକ ସୁଧହାର ପ୍ରଦାନ କରୁଛି।
ଦେଶରେ ଲାଗିବ କି ଲକ୍ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…
ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…
ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM
ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…
ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…
ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…
ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…
ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଅସନ୍ତୋଷ
ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…
୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା
ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…
Archives

