ଟ୍ବିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ : ଫିଲ୍ମରେ ଅଭିନୟକୁ ବାଏ ବାଏ କହିଦେବା ପରେ ନିର୍ମାତା ତଥା ଲେଖିକା ଟ୍ବିଙ୍କିଲ ଖାନ୍ନା ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ ନିକଟତର ହୋଇଥାନ୍ତି। ସେ ଏବେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ, ତାଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ସେ କହିଛନ୍ତି ବାସ୍ତବରେ ସୋସିଆଲ ମିଡିଆ ଯେକୌଣସି ଭଲ ଖବର ଦେବା ପାଇଁ ବ୍ୟବହାର କରାଯାଇପାରିବ।
ଅସଲ କଥା ହେଲା ଟ୍ବିଙ୍କଲ ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ଅନେକଗୁଡ଼ିଏ କୁକୁରଛୁଆ ଦେଖିବାକୁ ମିଳିଛି। ସେମାନେ ଘରର ଏକ କୋଣରେ ଖେଳୁଛନ୍ତି। ଭିଡିଓ ଶେୟାର କରି ସେ ଲେଖିଛନ୍ତି, ଅତିଥିମାନଙ୍କର ଆଉ ଏକ ଦଳ ଆସିଛନ୍ତି। ଆମ ଘର ଏକ ଭାଗ୍ୟଶାଳୀ ସ୍ଥାନ ପରି ମନେହୁଏ। କାରଣ ସମସ୍ତ ପ୍ରକାର ଜୀବ ଏଠାକୁ ଆସନ୍ତି ଆଉ ଖାଇପିଇ ପୁଣି ନିଜ ରାସ୍ତାରେ ଚାଲିଯାନ୍ତି।

Share