ଆୟୁଷ୍ମାନଙ୍କ ଘରକୁ ଆସିଲା ନୂଆ ଅତିଥି

ମୁମ୍ବାଇ,୧୪।୧୨-ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଘରକୁ ସୋମବାର ନୂଆ ଅତିଥି ଆସିଛି। ଏ ନେଇ ଆୟୁଷ୍ମାନଙ୍କ ସ୍ତ୍ରୀ ତାହିରା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ତାହିରା ନିଜ ଇନଷ୍ଟାଗ୍ରାମରେ ଏକ ଫୋଟେ ଶେୟାର କରି ଲେଖିଛନ୍ତି, ଆମ ଘରକୁ ଜଣେ ନୂଆ ଅତିଥି ଆସିଛି।

ଇଏ ଜଣେ ଶିଶୁ କନ୍ୟା ଏବଂ ତା’ ନାଁ ପିନଟ। ପ୍ରକୃତରେ ପିନଟ ହେଉଛି ତାହିରା ଏବଂ ଆୟୁଷ୍ମାନଙ୍କ ନୂଆ ପୋଷା କୁକୁର। ପିନଟ ସହ ତାହିରା ନିଜର ଫଟୋକୁ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

 

Share