ଇ-ଗଭର୍ନାନ୍ସରେ ସୃଷ୍ଟି ହେଲା ନୂଆ ଅଧ୍ୟାୟ: ଏଣିକି ପାଇବେ ଏମିତି ସୁବିଧା

ଭୁବନେଶ୍ୱର,୧୫ା୩(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓକାକ୍‌) ଦ୍ବାରା ବିକଶିତ ଅନ୍‌ଲାଇନ ଇନ୍‌ସେଣ୍ଟିଭ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ର ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଉଦ୍ୟୋଗୀ ସହଜରେ ଅନ୍‌ଲାଇନ ଆବେଦନ କରି ଓଡ଼ିଶା ଆଇଟି, ଇଲେକ୍ଟ୍ରୋନିକ୍ସ ଡାଟା ସେଣ୍ଟର, ବିପିଓ ଏବଂ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଓ ଫାବ୍‌ଲେସ୍‌ ନୀତି ଆଧାରରେ ଆନୁଷଙ୍ଗିକ ପ୍ରୋତ୍ସାହନ ପାଇପାରିବେ।
ଏହି ଅନ୍‌ଲାଇନ ଦ୍ୱାରା ଉଦ୍ୟୋଗୀମାନେ ଓଡ଼ିଶା ଆଇଟି, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର, ବିପିଓ, ସେମି କଣ୍ଡକ୍ଟର ମାନୁଫାକ୍ଚରିଂ ଆଣ୍ଡ ଫାବ୍‌ଲେସ ପଲିସି ଅଧୀନରେ ପ୍ରୋତ୍ସାହନ ରାଶି ଅନୁମୋଦନ ପାଇପାରିବେ। ଏଥିରେ ବ୍ୟକ୍ତିଗତ ଆବେଦନପତ୍ର ଦେବା ବଦଳରେ ସହଜରେ ଆବେଦନପତ୍ର ଦାଖଲ କରିବା ସହ ଡକ୍ୟୁମେଣ୍ଟ ଅପ୍‌ଲୋଡ, ସିଙ୍ଗଲଓ୍ବିଣ୍ଡୋ ପୋର୍ଟାଲ ସୁବିଧା, ଆବେଦନପତ୍ରର ଭୁଲ ଯାଞ୍ଚ ଏବଂ ମେସେଜ ଆଲର୍ଟ ଭଳି ସୁବିଧା ରହିବ। ଏହାଛଡ଼ା ଏଥିରେ ଅଣସ୍ବୀକୃତି
ପ୍ରବେଶକୁ ରୋକିବା ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅନ୍‌ଲାଇନ ପୋର୍ଟାଲ ଜରିଆରେ ସପ୍ତାହର ଯେକୌଣସି ସମୟରେ ନିଜର ଆବେଦନପତ୍ର ଦାଖଲ କରିପାରିବେ। ଏଥିରେ ଆବେଦନପତ୍ର ଟ୍ରାକିଂ ସହ ବିଭିନ୍ନ ପ୍ରକାର ପ୍ରୋସେସିଂର ସ୍ତର ବିଷୟରେ ଜଣାପଡ଼ିବ । ପୋର୍ଟାଲ ଜରିଆରେ ଆବେଦନ କରିବା ମାତ୍ରେ ହିଁ ଇ-ମେଲ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଆବେଦନର ବାସ୍ତବ ସ୍ଥିତି ଟ୍ରାକିଂ ସୂଚନା ମିଳିବ। ଏହି ଅନ୍‌ଲାଇନ ବ୍ୟବସ୍ଥାରେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇଟି, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏଭଳି ଏକ ଅନ୍‌ଲାଇନ ବ୍ୟବସ୍ଥା ବିକଶିତ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରୋତ୍ସାହନରୁ ଉଦ୍ୟୋଗଗୁଡ଼ିକ କିଭଳି ଅତି ସହଜରେ ଉପକୃତ ହେବେ ତାହାକୁ ଏହି ଅନ୍‌ଲାଇନ ସିଷ୍ଟମ୍‌ ଅଧିକ ସରଳୀକୃତ କରିଛି। ଏଥିସହ ଏହା ଶାସନ ବ୍ୟବସ୍ଥାକୁ ଆହୁରି ସ୍ବଚ୍ଛ, ଉପଯୋଗ୍ୟ ଏବଂ ଲୋକାଭିମୁଖୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ବହୁମୁଖୀ ତଥା ରୂପାନ୍ତରଣଧର୍ମୀ ୫-ଟି ଉପକ୍ରମରେ ବିକଶିତ ‘ଷ୍ଟାଣ୍ଡାର୍ଡାଇଜଡ୍‌ ୱେବ୍‌ସାଇଟ ଫ୍ରେମ୍‌ୱାର୍କ’(ଏସ୍‌ଡବ୍ଲ୍ୟୁଏଫ୍‌) ଅଧୀନ ଜିଲା ୱେବ୍‌ସାଇଟର ମଧ୍ୟ ଲୋକାର୍ପଣ କରିଛନ୍ତି। ସମସ୍ତ ସରକାରୀ ୱେବ୍‌ସାଇଟରେ ଓଡ଼ିଶାବାସୀଙ୍କୁ ଏକାନ୍ନ ଅନୁଭୂତି ପ୍ରଦାନ ଲକ୍ଷ୍ୟ ରଖି ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲା ପୋର୍ଟାଲ୍‌ର ସଂରଚନା କରାଯାଇଛି।
‘ଷ୍ଟାଣ୍ଡାର୍ଡାଇଜଡ୍‌ ୱେବ୍‌ସାଇଟ୍‌ ଫ୍ରେମ୍‌ୱାର୍କ’ ଆଧାରରେ ପ୍ରସ୍ତୁତ ୩୦ଟି ଜିଲା ପୋର୍ଟାଲ ଲୋକାର୍ପଣ ରାଜ୍ୟ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରୂପାନ୍ତରଣର ଏକ ଅନନ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜନସଂଖ୍ୟା ବିଭାଗୀକରଣ ଆଧାରରେ ଏହି ୱେବ୍‌ସାଇଟଗୁଡ଼ିକ ଖୁବ୍‌ ବ୍ୟବହାର ଉପଯୋଗୀ ଏବଂ ରାଜ୍ୟ ଶାସନତନ୍ତ୍ର ବ୍ୟବସ୍ଥାକୁ ଆହୁରି ସ୍ବଚ୍ଛ ଓ ଦକ୍ଷ ପ୍ରମାଣିତ କରି ସାରା ଦେଶରେ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ୫-ଟି ଉପକ୍ରମର ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକାର୍ପଣ ଉତ୍ସବରେ ଯୋଗଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଏହି ଇ-ଗଭର୍ନାନ୍ସ ପୋର୍ଟାଲ ଜରିଆରେ ରାଜ୍ୟବାସୀଙ୍କୁ ଏକ ସ୍ବଚ୍ଛ ଓ ଲୋକକୈନ୍ଦ୍ରିକ ଶାସନ ବ୍ୟବସ୍ଥା ଉପଲବ୍ଧ କରାଇବା ସରକାରଙ୍କ ଜନସେବା ମନୋଭାବକୁ ପ୍ରମାଣିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?