ଇ-ଗଭର୍ନାନ୍ସରେ ସୃଷ୍ଟି ହେଲା ନୂଆ ଅଧ୍ୟାୟ: ଏଣିକି ପାଇବେ ଏମିତି ସୁବିଧା

ଭୁବନେଶ୍ୱର,୧୫ା୩(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓକାକ୍‌) ଦ୍ବାରା ବିକଶିତ ଅନ୍‌ଲାଇନ ଇନ୍‌ସେଣ୍ଟିଭ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ର ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଉଦ୍ୟୋଗୀ ସହଜରେ ଅନ୍‌ଲାଇନ ଆବେଦନ କରି ଓଡ଼ିଶା ଆଇଟି, ଇଲେକ୍ଟ୍ରୋନିକ୍ସ ଡାଟା ସେଣ୍ଟର, ବିପିଓ ଏବଂ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଓ ଫାବ୍‌ଲେସ୍‌ ନୀତି ଆଧାରରେ ଆନୁଷଙ୍ଗିକ ପ୍ରୋତ୍ସାହନ ପାଇପାରିବେ।
ଏହି ଅନ୍‌ଲାଇନ ଦ୍ୱାରା ଉଦ୍ୟୋଗୀମାନେ ଓଡ଼ିଶା ଆଇଟି, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର, ବିପିଓ, ସେମି କଣ୍ଡକ୍ଟର ମାନୁଫାକ୍ଚରିଂ ଆଣ୍ଡ ଫାବ୍‌ଲେସ ପଲିସି ଅଧୀନରେ ପ୍ରୋତ୍ସାହନ ରାଶି ଅନୁମୋଦନ ପାଇପାରିବେ। ଏଥିରେ ବ୍ୟକ୍ତିଗତ ଆବେଦନପତ୍ର ଦେବା ବଦଳରେ ସହଜରେ ଆବେଦନପତ୍ର ଦାଖଲ କରିବା ସହ ଡକ୍ୟୁମେଣ୍ଟ ଅପ୍‌ଲୋଡ, ସିଙ୍ଗଲଓ୍ବିଣ୍ଡୋ ପୋର୍ଟାଲ ସୁବିଧା, ଆବେଦନପତ୍ରର ଭୁଲ ଯାଞ୍ଚ ଏବଂ ମେସେଜ ଆଲର୍ଟ ଭଳି ସୁବିଧା ରହିବ। ଏହାଛଡ଼ା ଏଥିରେ ଅଣସ୍ବୀକୃତି
ପ୍ରବେଶକୁ ରୋକିବା ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅନ୍‌ଲାଇନ ପୋର୍ଟାଲ ଜରିଆରେ ସପ୍ତାହର ଯେକୌଣସି ସମୟରେ ନିଜର ଆବେଦନପତ୍ର ଦାଖଲ କରିପାରିବେ। ଏଥିରେ ଆବେଦନପତ୍ର ଟ୍ରାକିଂ ସହ ବିଭିନ୍ନ ପ୍ରକାର ପ୍ରୋସେସିଂର ସ୍ତର ବିଷୟରେ ଜଣାପଡ଼ିବ । ପୋର୍ଟାଲ ଜରିଆରେ ଆବେଦନ କରିବା ମାତ୍ରେ ହିଁ ଇ-ମେଲ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଆବେଦନର ବାସ୍ତବ ସ୍ଥିତି ଟ୍ରାକିଂ ସୂଚନା ମିଳିବ। ଏହି ଅନ୍‌ଲାଇନ ବ୍ୟବସ୍ଥାରେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇଟି, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏଭଳି ଏକ ଅନ୍‌ଲାଇନ ବ୍ୟବସ୍ଥା ବିକଶିତ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରୋତ୍ସାହନରୁ ଉଦ୍ୟୋଗଗୁଡ଼ିକ କିଭଳି ଅତି ସହଜରେ ଉପକୃତ ହେବେ ତାହାକୁ ଏହି ଅନ୍‌ଲାଇନ ସିଷ୍ଟମ୍‌ ଅଧିକ ସରଳୀକୃତ କରିଛି। ଏଥିସହ ଏହା ଶାସନ ବ୍ୟବସ୍ଥାକୁ ଆହୁରି ସ୍ବଚ୍ଛ, ଉପଯୋଗ୍ୟ ଏବଂ ଲୋକାଭିମୁଖୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ବହୁମୁଖୀ ତଥା ରୂପାନ୍ତରଣଧର୍ମୀ ୫-ଟି ଉପକ୍ରମରେ ବିକଶିତ ‘ଷ୍ଟାଣ୍ଡାର୍ଡାଇଜଡ୍‌ ୱେବ୍‌ସାଇଟ ଫ୍ରେମ୍‌ୱାର୍କ’(ଏସ୍‌ଡବ୍ଲ୍ୟୁଏଫ୍‌) ଅଧୀନ ଜିଲା ୱେବ୍‌ସାଇଟର ମଧ୍ୟ ଲୋକାର୍ପଣ କରିଛନ୍ତି। ସମସ୍ତ ସରକାରୀ ୱେବ୍‌ସାଇଟରେ ଓଡ଼ିଶାବାସୀଙ୍କୁ ଏକାନ୍ନ ଅନୁଭୂତି ପ୍ରଦାନ ଲକ୍ଷ୍ୟ ରଖି ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲା ପୋର୍ଟାଲ୍‌ର ସଂରଚନା କରାଯାଇଛି।
‘ଷ୍ଟାଣ୍ଡାର୍ଡାଇଜଡ୍‌ ୱେବ୍‌ସାଇଟ୍‌ ଫ୍ରେମ୍‌ୱାର୍କ’ ଆଧାରରେ ପ୍ରସ୍ତୁତ ୩୦ଟି ଜିଲା ପୋର୍ଟାଲ ଲୋକାର୍ପଣ ରାଜ୍ୟ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରୂପାନ୍ତରଣର ଏକ ଅନନ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜନସଂଖ୍ୟା ବିଭାଗୀକରଣ ଆଧାରରେ ଏହି ୱେବ୍‌ସାଇଟଗୁଡ଼ିକ ଖୁବ୍‌ ବ୍ୟବହାର ଉପଯୋଗୀ ଏବଂ ରାଜ୍ୟ ଶାସନତନ୍ତ୍ର ବ୍ୟବସ୍ଥାକୁ ଆହୁରି ସ୍ବଚ୍ଛ ଓ ଦକ୍ଷ ପ୍ରମାଣିତ କରି ସାରା ଦେଶରେ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ୫-ଟି ଉପକ୍ରମର ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକାର୍ପଣ ଉତ୍ସବରେ ଯୋଗଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଏହି ଇ-ଗଭର୍ନାନ୍ସ ପୋର୍ଟାଲ ଜରିଆରେ ରାଜ୍ୟବାସୀଙ୍କୁ ଏକ ସ୍ବଚ୍ଛ ଓ ଲୋକକୈନ୍ଦ୍ରିକ ଶାସନ ବ୍ୟବସ୍ଥା ଉପଲବ୍ଧ କରାଇବା ସରକାରଙ୍କ ଜନସେବା ମନୋଭାବକୁ ପ୍ରମାଣିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri