ଭିସୁଟ ପାଇଁ ନୂଆ କୂଳପତି ନିଯୁକ୍ତ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର କୁଳପତି ଭାବେ ପ୍ରଫେସର ବଂଶୀଧର ମାଝିଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି।
ପ୍ରଫେସର ମାଝି ୩ ବର୍ଷ ପାଇଁ ଏହି ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ତାମିଲନାଡୁର କାଞ୍ଚିପୁରମସ୍ଥିତ ଆଇଆଇଆଇଟିଡିଏମ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।