ବହୁ ମହଲା କୋଠାରେ ଲାଗିଲା ନିଆଁ

ସିଡ୍‌ନୀ,୨୫ା୫: କେନ୍ଦ୍ରୀୟ ସିଡ୍‌ନୀରେ ଥିବା  ବହୁ ମହଲା କୋଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଚେଷ୍ଟା ଜାରି ରଖିଛନ୍ତି।

ଜରୁରୀକାଳିନ ସେବା ପକ୍ଷରୁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ଘଟଣାସ୍ଥଳରୁ ଭିଡିଓରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସିଡ୍‌ନୀର ସେଣ୍ଟ୍ରାଲ ରେଳ ଷ୍ଟେଶନ ନିକଟରେ ଥିବା ଏକ କୋଠାରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।

ବିଲ୍ଡିଂର ଚାରିପାଖରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ଏବଂ ପାଖରେ ପାର୍କିଂ ହୋଇଥିବା ଏକ କାର୍‌ ମଧ୍ୟ ଜଳିଯାଇଥିଲା। ସାଂସଦ ତାନ୍ୟା ପ୍ଲିବରସେକ୍‌ ଟୁଇଟ୍‌ କରି କହିଛନ୍ତି, ‘ମୋର ସୁରି ହିଲ୍ସ ନିର୍ବାଚନମଣ୍ଡଳୀରେ ଭୟଙ୍କର ଅଗ୍ନିକାଣ୍ଡ। ଦୟାକରି ସୁରକ୍ଷିତ ରୁହ ଏବଂ ଜରୁରୀକାଳିନ ସେବାଗୁଡିକର ନିର୍ଦ୍ଦେଶ ଶୁଣ।’

Share