Posted inଫୁରସତ

ଏକ ମୂଷା ପାଇଁ ବଞ୍ଚିଗଲା ପୂରା ପରିବାରର ଜୀବନ, ଜାଣନ୍ତୁ ଏହା ପଛର କାରଣ…

ଯେତେବେଳେ ଆପଣ ଛୋଟ ଥିବେ, ସେତେବେଳେ ନିଶ୍ଚିତ ଏକ କାହାଣୀ ପଢ଼ିଥିବେ। ତାହା ଥିଲା ସିଂହ ଏବଂ ମୂଷାର କାହାଣୀ। ଯେଉଁଥିରେ ମୂଷାଟି ଜାଲକୁ ଦାନ୍ତରେ କାଟି ଫସି ରହିଥିବା ସିଂହର ଜୀବନ ରକ୍ଷା କରିଥିଲା। ଠିକ୍‌ ସେମିତି ଧୋଲପୁର ଜିଲାରେ ଏପରି ଏକ ସତ ଘଟଣା ଦେଖିବାକୁ ମିଳିଛି। ସିକରୋଦା ଗ୍ରାମରେ ଏକ ମୂଷା ଆସି ରାତିରେ ଶୋଇଥିବା ପରିବାର ଉପରେ ଡେଇଁଥିଲା। ସେହି ସମୟରେ ଉକ୍ତ ପରିବାର ଲୋକେ ଉଠିପଡ଼ି ବାହାରକୁ ଦୌଡ଼ିଥିଲେ। ଜାଣନ୍ତୁ ପୂରା କାରଣ…

ପରିବାର ଲୋକେ ବାହାରକୁ ଆସିବା ପରେ ଦୁଇ ମହଲା ଘରର ଏକ ଅଂଶ ହଠାତ୍‌ ଭୁଶୁଡ଼ି ପଡ଼ିଲା। ଦୁର୍ଘଟଣାର କିଛି ମିନିଟ୍‌ ପୂର୍ବରୁ ପରିବାରର ୫ ଜଣ ସଦସ୍ୟ ଘରେ ଶୋଇଥିଲେ। ଏହି ସମୟରେ ଏକ ମୂଷା ଆସି ସେମାନଙ୍କ ଉପରେ ଡେଇଁବାକୁ ଆରମ୍ଭ କରିଥିଲା। ଫଳରେ ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା। ସମସ୍ତେ ବାହାରକୁ ଚାଲି ଆସିଥିଲେ।

ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ପରିବାର ଏବଂ ଘରକୁ ଆସିଥିବା ସମ୍ପର୍କୀୟମାନେ ବିଭିନ୍ନ କୋଠରିରେ ଶୋଇଥିଲେ। ତା’ପରେ ହଠାତ୍‌ ଏକ ମୂଷା ଡେଇଁ ସେମାନଙ୍କ ଉପରେ ପଡ଼ିଲା। ଯେଉଁଥିପାଇଁ ସେ ଉଠିପଡ଼ିଥିଲେ। ସେହି ସମୟରେ, ସେ ଅନୁଭବ କଲେ ଯେ; ସେଠାରେ କିଛି ଭାଙ୍ଗିବା ଶବ୍ଦ ହେଉଛି। ତେଣୁ ସେ ଭାବିଲେ ଚୋର ବୋଧେ ଚୋରି କରିବାକୁ ଆସିଛି।

ପରିବାରର ସମସ୍ତ ସଦସ୍ୟ ଉଠି ବାହାରକୁ ଦୌଡ଼ିଲେ। ଏହା ସହିତ ଘର ପଛପଟରେ ବନ୍ଧା ହୋଇଥିବା ପଶୁମାନଙ୍କୁ ମଧ୍ୟ ଖୋଲି ଦିଆଯାଇଥିଲା। ସେତେବେଳେ ଘରର ପଛ ଭାଗ ଭୁଶୁଡ଼ି ପଡ଼ିଥିଲା। ଯେଉଁଥିପାଇଁ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ମୂଲ୍ୟବାନ ପଶୁମାନଙ୍କ ଜୀବନ ରକ୍ଷା ହୋଇଗଲା। ସେ କହିଥିଲେ, ମୂଷା ଦେବଦୂତ ଭାବରେ ଆସିଥିଲା, ଯେଉଁଥିପାଇଁ ସମସ୍ତଙ୍କ ଜୀବନ ରକ୍ଷା ହୋଇଗଲା।

ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପାଟଓ୍ବାରୀ ବିଦାରାମ କହିଛନ୍ତି, ଘର ଭୁଶୁଡ଼ିବା ଯୋଗୁ ୬ କ୍ୱିଣ୍ଟାଲ ଗହମ, ୫ କ୍ୱିଣ୍ଟାଲ ସୋରିଷ, ୯ କ୍ୱିଣ୍ଟାଲ ବାଜରା, ଫ୍ରିଜ, ଗ୍ରାଇଣ୍ଡର, ଏକ ଖଟ, ବାଇକ୍‌, ଷ୍ଟାର୍ଟର ଆଦି ନଷ୍ଟ ହୋଇଛି। ଏଥିସହ ୧.୫ ଲକ୍ଷ ମୂଲ୍ୟର ମେଶିନ ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ନଷ୍ଟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri