Posted inଫୁରସତ

ଏକ ମୂଷା ପାଇଁ ବଞ୍ଚିଗଲା ପୂରା ପରିବାରର ଜୀବନ, ଜାଣନ୍ତୁ ଏହା ପଛର କାରଣ…

ଯେତେବେଳେ ଆପଣ ଛୋଟ ଥିବେ, ସେତେବେଳେ ନିଶ୍ଚିତ ଏକ କାହାଣୀ ପଢ଼ିଥିବେ। ତାହା ଥିଲା ସିଂହ ଏବଂ ମୂଷାର କାହାଣୀ। ଯେଉଁଥିରେ ମୂଷାଟି ଜାଲକୁ ଦାନ୍ତରେ କାଟି ଫସି ରହିଥିବା ସିଂହର ଜୀବନ ରକ୍ଷା କରିଥିଲା। ଠିକ୍‌ ସେମିତି ଧୋଲପୁର ଜିଲାରେ ଏପରି ଏକ ସତ ଘଟଣା ଦେଖିବାକୁ ମିଳିଛି। ସିକରୋଦା ଗ୍ରାମରେ ଏକ ମୂଷା ଆସି ରାତିରେ ଶୋଇଥିବା ପରିବାର ଉପରେ ଡେଇଁଥିଲା। ସେହି ସମୟରେ ଉକ୍ତ ପରିବାର ଲୋକେ ଉଠିପଡ଼ି ବାହାରକୁ ଦୌଡ଼ିଥିଲେ। ଜାଣନ୍ତୁ ପୂରା କାରଣ…

ପରିବାର ଲୋକେ ବାହାରକୁ ଆସିବା ପରେ ଦୁଇ ମହଲା ଘରର ଏକ ଅଂଶ ହଠାତ୍‌ ଭୁଶୁଡ଼ି ପଡ଼ିଲା। ଦୁର୍ଘଟଣାର କିଛି ମିନିଟ୍‌ ପୂର୍ବରୁ ପରିବାରର ୫ ଜଣ ସଦସ୍ୟ ଘରେ ଶୋଇଥିଲେ। ଏହି ସମୟରେ ଏକ ମୂଷା ଆସି ସେମାନଙ୍କ ଉପରେ ଡେଇଁବାକୁ ଆରମ୍ଭ କରିଥିଲା। ଫଳରେ ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା। ସମସ୍ତେ ବାହାରକୁ ଚାଲି ଆସିଥିଲେ।

ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ପରିବାର ଏବଂ ଘରକୁ ଆସିଥିବା ସମ୍ପର୍କୀୟମାନେ ବିଭିନ୍ନ କୋଠରିରେ ଶୋଇଥିଲେ। ତା’ପରେ ହଠାତ୍‌ ଏକ ମୂଷା ଡେଇଁ ସେମାନଙ୍କ ଉପରେ ପଡ଼ିଲା। ଯେଉଁଥିପାଇଁ ସେ ଉଠିପଡ଼ିଥିଲେ। ସେହି ସମୟରେ, ସେ ଅନୁଭବ କଲେ ଯେ; ସେଠାରେ କିଛି ଭାଙ୍ଗିବା ଶବ୍ଦ ହେଉଛି। ତେଣୁ ସେ ଭାବିଲେ ଚୋର ବୋଧେ ଚୋରି କରିବାକୁ ଆସିଛି।

ପରିବାରର ସମସ୍ତ ସଦସ୍ୟ ଉଠି ବାହାରକୁ ଦୌଡ଼ିଲେ। ଏହା ସହିତ ଘର ପଛପଟରେ ବନ୍ଧା ହୋଇଥିବା ପଶୁମାନଙ୍କୁ ମଧ୍ୟ ଖୋଲି ଦିଆଯାଇଥିଲା। ସେତେବେଳେ ଘରର ପଛ ଭାଗ ଭୁଶୁଡ଼ି ପଡ଼ିଥିଲା। ଯେଉଁଥିପାଇଁ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ମୂଲ୍ୟବାନ ପଶୁମାନଙ୍କ ଜୀବନ ରକ୍ଷା ହୋଇଗଲା। ସେ କହିଥିଲେ, ମୂଷା ଦେବଦୂତ ଭାବରେ ଆସିଥିଲା, ଯେଉଁଥିପାଇଁ ସମସ୍ତଙ୍କ ଜୀବନ ରକ୍ଷା ହୋଇଗଲା।

ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପାଟଓ୍ବାରୀ ବିଦାରାମ କହିଛନ୍ତି, ଘର ଭୁଶୁଡ଼ିବା ଯୋଗୁ ୬ କ୍ୱିଣ୍ଟାଲ ଗହମ, ୫ କ୍ୱିଣ୍ଟାଲ ସୋରିଷ, ୯ କ୍ୱିଣ୍ଟାଲ ବାଜରା, ଫ୍ରିଜ, ଗ୍ରାଇଣ୍ଡର, ଏକ ଖଟ, ବାଇକ୍‌, ଷ୍ଟାର୍ଟର ଆଦି ନଷ୍ଟ ହୋଇଛି। ଏଥିସହ ୧.୫ ଲକ୍ଷ ମୂଲ୍ୟର ମେଶିନ ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ନଷ୍ଟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri