Categories: ଫୁରସତ

ନୋ ପାର୍କିଂରେ ଥିଲା ବୋଲି ବାଇକ୍‌ ସହ ବ୍ୟକ୍ତିଙ୍କୁ କ୍ରେନ୍‌ ଯୋଗେ ଉଠାଇନେଲା ପୋଲିସ; ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମନୋରଞ୍ଜନଧର୍ମୀ ହୋଇଥିବା ବେଳେ କିଛି ଦେଖିଲେ ରାଗ ଲାଗିଥାଏ। ଏଭଳି ଏକ କ୍ରମରେ ମହରାଷ୍ଟ୍ରର ପୁଣେର ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପୋଲିସ ଜଣେ ଯୁବକଙ୍କୁ ବାଇକ୍‌ ସହ କ୍ରେନରେ ଉଠାଇ ନେଉଥିବା ଦେଖିବାକୁ ମିଳିଛି।

ପୁଣେର ଟ୍ରାଫିକ୍‌ ଡିସିପିଙ୍କୁ ଏ ବିଷୟରେ ପଚରାଯାଇଥିଲା। ସେ କହିଛନ୍ତି, ବାଇକ୍‌ଟି ‘ନୋ ପାର୍କିଂ’ରେ ରଖାଯାଇଥିଲା। ଯେତେବେଳେ ଅଧିକାରୀମାନେ ବାଇକ୍‌କୁ ସେଠାରୁ ହଟାଇବାକୁ ଚାହିଁଲେ, ଗାଡ଼ି ମାଲିକ ଆସି ତା’ ଉପରେ ବସି ଯାଇଥିଲେ। ତାଙ୍କୁ ତଳକୁ ଓହ୍ଲାଇବାକୁ ଅନୁରୋଧ କରାଯାଇଥିଲା। ହେଲେ ପ୍ରଥମେ ସେ ଶୁଣି ନ ଥିଲେ। ପରେ ସେ ତାଙ୍କ ଭୁଲକୁ ଗ୍ରହଣ କରିବା ସହ ଜରିମାନା ମଧ୍ୟ ଦେଇଥିବା ସେ କହିଛନ୍ତି।

ପରେ ଉକ୍ତ ବ୍ୟକ୍ତିଙ୍କ ସହ ମଧ୍ୟ ଡିସିପି କଥା ହୋଇଥିଲେ। ତାଙ୍କର କାହା ବିରୋଧରେ କୌଣସି ଅଭିଯୋଗ ନ ଥିଲା। ତେବେ ଗାଡ଼ିକୁ କ୍ରେନ ଟେକି ନେଉଥିଲା। ହେଲେ କିଛି ବାଟ ଯାଇଥିବା ବେଳେ ହଠାତ ସେ ଦୌଡ଼ି ଆସି ଡେଇଁପଡ଼ି ତା ଉପରେ ବସିଯାଇଥିଲା। ଶୀଘ୍ର ଏହା ଘଟିଥିଲେ ହେଁ କର୍ମଚାରୀଙ୍କୁ ଧ୍ୟାନ ରଖିବା ଉଚିତ ଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଡ୍ୟୁଟିରୁ କାଢ଼ି ଦିଆଯାଇଛି ବୋଲି ସେ ସଫେଇ ଦେଇଛନ୍ତି। ଭିଡିଓ ଦେଖିବା ପରେ ଯୁବକଙ୍କ କ୍ରେନ୍‌ ସାହାଯ୍ୟରେ ଉଠାଇବା ଠିକ୍‌ ଥିଲା କି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏପରିକି କେହି କେହି ଯୁବକଜଣଙ୍କ ତଳକୁ ଖସି ପଡ଼ିଥିଲେ କିଏ ଦାୟିତ୍ୱ ନେଇଥାନ୍ତେ ବୋଲି କହିଛନ୍ତି।

Share