Posted inଫୁରସତ

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି ସୃଷ୍ଟିକର୍ତ୍ତା କରିଛନ୍ତି? ଏକ ସନ୍ତାନ ପ୍ରସବ କରିବା ପରେ ସେ ଏହାକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖନ୍ତି। ଜଣେ ମହିଳା ଏଥିରେ ନିଜର ସମସ୍ତ ଜୀବନ ବିତାନ୍ତି। ପିଲାଟିକୁ ପ୍ରତିପୋଷଣ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ। ଏପରି ପରିସ୍ଥିତିରେ ୨୨ ଜଣ ସନ୍ତାନ ଥିବା ଜଣେ ମହିଳାଙ୍କ କଥା ଭାବିଲେ, ସେ କେମିତି ଏତେ ପିଲାଙ୍କୁ ସମ୍ଭାଳୁଥିବେ।

sue radford

ବ୍ରିଟେନର ବାସିନ୍ଦା ସୁ ରାଡଫୋର୍ଡ ଡିସେମ୍ବର ୧ରେ ସୋସିଆଲ ମିଡିଆରେ ତାଙ୍କ ଘରେ ରନ୍ଧା ହୋଇଥିବା ଜଳଖିଆର ଫଟୋ ଶେୟାର କରିଥିଲେ। ଏହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କେକ୍‌ ଏବଂ ଚକୋଲେଟ୍‌ର ଗଦା ଦୃଶ୍ୟମାନ ହେଉଥିଲା। ଏହା ବ୍ୟତୀତ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଘରର ସାଜସଜ୍ଜାର ଝଲକ ମଧ୍ୟ ଲୋକଙ୍କୁ ଦେଖାଇଥିଲେ।

୧୯୮୯ରେ ତାଙ୍କ ସ୍ବାମୀ ନୋଏଲଙ୍କ ସହ ସୁ’ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ଏହା ପରେ ତାଙ୍କର ସାନ ଝିଅ ଏପ୍ରିଲ ୨୦୨୦ରେ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦମ୍ପତିଙ୍କର ଆଉ ୨୦ ସନ୍ତାନ ଅଛନ୍ତି। ଜୁଲାଇ ୨୦୧୪ରେ ପରିବାର ସେମାନଙ୍କର ୧୭ତମ ସନ୍ତାନକୁ ହରାଇଲା। ସୁ’ ସୋସିଆଲ ମିଡିଆରେ ତାଙ୍କ ପରିବାରର ଫଟୋ ଶେୟାର କରି ଚାଲିଛନ୍ତି। କିନ୍ତୁ ସେ କିଛିଦିନ ପାଇଁ ଏହା କରୁ ନ ଥିଲେ। ଡିସେମ୍ବର ୧ରୁ ସେ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ଲୋକଙ୍କ ସହ ଶେୟାର କରିଛନ୍ତି।

ସୁ’ ବର୍ତ୍ତମାନ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ସେ ତାଙ୍କ ରାଶନ ବିଷୟରେ ଲୋକଙ୍କୁ ଅନେକ ଥର ସୂଚନା ଦେଇଛନ୍ତି। ଏହି ପରିବାର ଏକ ମାସ ମଧ୍ୟରେ ରାଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି। ଏହା ବ୍ୟତୀତ ସୁ’ ଏତେ ଘର କାମରେ ବ୍ୟସ୍ତ ରୁହନ୍ତି ଯେ, କୌଣସି ଖାଲି ସମୟ ପାଇ ନ ଥାନ୍ତି। ସେ ତାଙ୍କ ଘରର ଫଟୋ ଅନେକ ଥର ଲୋକଙ୍କ ସହ ଶେୟାର କରିଛନ୍ତି। ସୁ’ଙ୍କ ବଡ଼ ଝିଅ ମଧ୍ୟ ତାଙ୍କୁ ଜେଜେମା କରିସାରିଛନ୍ତି। ସୁ’ଙ୍କ ଅନୁଯାୟୀ ଏହା ତାଙ୍କ ପରିବାର ପାଇଁ ଏକ ଖୁସି ସଂଯୋଗ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…

ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର...

ରେଲଓ୍ବେ ମହିଳାଙ୍କୁ ଦେଉଛି ଏସବୁ ସ୍ପେଶାଲ ସୁବିଧା, ନ ଜାଣି ଥିଲେ ଆଜି ହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୨: ମହିଳା ରେଳ ଯାତ୍ରୀ, ଦୟାକରି ଆବଶ୍ୟକ ସୂଚନା ସହିତ ନିଜକୁ ଅପଡେଟ କରନ୍ତୁ ଯାହା ଦ୍ୱାରା ଯଦି ଆପଣଙ୍କୁ ଅସମୟରେ ଏକାକୀ ଯାତ୍ରା କରିବାକୁ...

ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ

ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍‌ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ...

ଆଠ ମହଲାର ବଙ୍ଗଳା, କୋଟି କୋଟି ମୂଲ୍ୟର ଗାଡ଼ି; ସବୁ ସମ୍ପତ୍ତି ବିକି ଚମକାଇବା ଭଳି କାମ କଲେ ମହିଳା

ପ୍ରତିଟି ବ୍ୟକ୍ତି ରୋଜଗାର କରି ଖୁବ୍‌ଶୀଘ୍ର ବଡ଼ ଲୋକ ହେବାକୁ ଚାହାନ୍ତି। ଫଳରେ ବଙ୍ଗଳା କରିପାରିବେ। ଦାମୀ ଗାଡ଼ି କିଣିପାରିବେ। ଏପରିକି ବିଳାସବ୍ୟସନରେ ଜୀବନ ଅତିବାହିତ...

ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

ଭାରତରେ ବିବାହର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର...

ମାଙ୍କଡ଼ଙ୍କ ଅଙ୍ଗୁର ପାର୍ଟି, ଭିଡିଓ ଦେଖିଲେ…

ମାଙ୍କଡମାନେ ମଣିଷଙ୍କର ପୂର୍ବଜ ଭାବରେ ପରିଗଣିତ ହୁଅନ୍ତି। ବୋଧହୁଏ ଏହି କାରଣରୁ ସେମାନେ ମଣିଷ ପସନ୍ଦ କରୁଥିବା ଜିନିଷକୁ ମଧ୍ୟ ପସନ୍ଦ କରନ୍ତି। ପାର୍ଟି କରିବା...

ଛାତ୍ରଙ୍କୁ ଶିକ୍ଷକ ପଚାରିଲେ ‘ଦ’ ଥାଇ ଶବ୍ଦଟିଏ କୁହ, ଜବାବରେ ଯାହା ଶୁଣିଲେ ଘୁରାଇଦେଲା ମୁଣ୍ଡ; ଦେଖନ୍ତୁ Video

ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏକ କ୍ଲାସର, ଯେଉଁଥିରେ ଶିକ୍ଷକ ପିଲାଙ୍କୁ ପଢ଼ାଉଛନ୍ତି। ସେ ବ୍ଲାକ୍‌ବୋର୍ଡରେ ହିନ୍ଦୀ ବର୍ଣ୍ଣମାଳାର ଅକ୍ଷର...

ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ

ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri