Posted inଫୁରସତ

ସିଂହକୁ ଏମିତି ଗୋଡ଼ାଇଲା ମାଙ୍କଡ଼, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲ ଦୁନିଆର ସବୁଠାରୁ ଭୟଙ୍କର ଏବଂ ଶକ୍ତିଶାଳୀ ପଶୁ ଭାବରେ ପରିଗଣିତ ହୋଇଥାଏ। ସେ ନିଜ ଶିକାରକୁ ଖସିଯିବାକୁ କେବେ ବି ସୁଯୋଗ ଦିଏନାହିଁ। ଏହାର ଗର୍ଜନ ଶୁଣିଲେ ଜଙ୍ଗଲର ସମସ୍ତ ଜୀବଜନ୍ତୁ ଥରିଉଠନ୍ତି। ଏହା କବଳରେ ଥରେ ପଡ଼ିଲେ ମୁକୁଳିବା ଅସମ୍ଭବ। ସେଥିପାଇଁ ଅଧିକାଂଶ ପଶୁ ସିଂହକୁ ଭୟ କରି ବାଟ ଭାଙ୍ଗି ଚାଲିଯାଆନ୍ତି।

କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ସିଂହକୁ ଗୋଡ଼ାଉଛି। ଭୟରେ ଜଙ୍ଗଲର ରାଜା ନିଜ ଜୀବନ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଛନ୍ତି।

ଭିଡିଓରେ ଦେଖାଯାଉଛି ସିଂହ ଶିକାର ଖୋଜୁଛି। ଠିକ୍‌ ସେତେବେଳେ ଏକ ଗଛରେ ଅନେକ ମାଙ୍କଡ଼ ନଜର ଆସିଛନ୍ତି। ସିଂହ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଚିନ୍ତା କରୁଛି, ସେହି ସମୟରେ ଏକ ବଡ଼ ମାଙ୍କଡ଼ ସିଂହ ଆଡକୁ ଦୌଡ଼ି ଆସି ଆକ୍ରମଣ କରୁଛି। ମାଙ୍କଡ଼ ସିଂହକୁ ଆକ୍ରମଣ କରିବା ପାଇଁ ଏହା ଉପରକୁ ଲମ୍ଫ ପ୍ରଦାନ କରୁଛି। ଏହାପରେ ସେଠାରେ ଥିବା ସମସ୍ତ ମାଙ୍କଡ଼ ବହୁତ ପାଟି କରୁଛନ୍ତି। ହଠାତ୍‌ ଆକ୍ରମଣ ଦେଖି ସିଂହ ଡରି ଦୌଡ଼ି ପଳାଉଛି।

ଭିଡିଓଟି @cctvidiots ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ୩ ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଏହି କ୍ଲିପ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ ଥର ଦେଖାସରିଲାଣି। ୧୩୦୦୦ ଲୋକ୍‌ ଲାଇକ୍‌ ଏବଂ ହଜାରେ ରିଟୁଇଟ୍‌ କରାଯାଇଛି। ଏଥିରୁ ଜଣାପଡିଛି ଯେ, ଏହି ଭିଡିଓଟି ଜଣେ ପର୍ଯ୍ୟଟକଙ୍କ ଦ୍ୱାରା କଏଦ ହୋଇଛି।

ବବୁନ ପ୍ରଜାତିର ମାଙ୍କଡ଼ ହେଉଛନ୍ତି ଦୁନିଆର ସବୁଠୁ ବଡ଼ ମାଙ୍କଡ଼। ଅନ୍ୟ ମାଙ୍କଡ଼ମାନଙ୍କ ତୁଳନାରେ ସେମାନେ ଅତ୍ୟନ୍ତ ଆକ୍ରମଣାତ୍ମକ। ସେମାନଙ୍କର ଦାନ୍ତ ତୀକ୍ଷ୍ଣ ଏବଂ ବହୁତ ଶକ୍ତିଶାଳୀ। ଅନ୍ୟ ମାଙ୍କଡ଼ମାନଙ୍କ ତୁଳନାରେ ସେମାନଙ୍କର ଲାଙ୍ଗୁଡ଼ ଛୋଟ। ଘାସ ଏବଂ ପତ୍ର ବ୍ୟତୀତ ସେମାନେ ପକ୍ଷୀ, ମେଣ୍ଢା ଏବଂ ଆଣ୍ଟିଲୋପ୍‌ ପରି ପଶୁମାନଙ୍କୁ ଶିକାର କରି ଖାଇଥାନ୍ତି। ସିଂହ, ଚିତାବାଘ, କୁମ୍ଭୀରଙ୍କୁ ମଧ୍ୟ ଏହି ପ୍ରଜାତିର ମାଙ୍କଡ଼ମାନେ ଶିକାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri