Categories: ଫୁରସତ

କୁକୁରକୁ ପାନେ ଦେଲା ମାଙ୍କଡ଼, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୁକୁର ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ। ସେହିପରି ମାଙ୍କଡ଼ର ଚାଲାକ ବୁଦ୍ଧି ଏବଂ ଚାଲିଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କୁକୁର ମଣିଷର ବିଶ୍ୱସ୍ତ ହେଲେ ମଧ୍ୟ ମାଙ୍କଡ଼ ସହ ପଡ଼େ ନାହିଁ। ଏବେ କୁକୁର ମାଙ୍କଡ଼ର ଝଗଡ଼ାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ହସି ହସି ଗଡ଼ିବେ।

ଭାଇରାଲ ଭିଡିଓରେ ଏକ ଗଛ ମୂଳରେ ମାଙ୍କଡ଼ ଏବଂ କୁକୁର ପାଖାପାଖି ଠିଆ ହୋଇଛନ୍ତି। କିଛି ସମୟ ଧରି ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିଲେ। ଏହି ସମୟରେ କୁକୁରଟି ମାଙ୍କଡ଼କୁ ଦେଖି ଭୁକିଦେଲା। ଏଥିରେ ମାଙ୍କଡ଼ର ରାଗ ମୁଣ୍ଡକୁ ଚଢ଼ିଗଲା। ପାଖରେ ପଡ଼ିଥିବାଏକ ବାଡ଼ିରେ କୁକୁରକୁ ଖୁବ୍‌ ଜୋର୍‌ରେ ପିଟିଦେଲା। ଏହା ପରେ କୁକୁରଟି ସେହି ସ୍ଥାନ ଛାଡ଼ି ଦୌଡ଼ି ପଳାଇଲା।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ବେଶ୍‌ ମଜାଳିଆ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପାନେ ପାଇଲା। ଆଉ ଜଣେ ୟୁଜର ଲେଖିଛନ୍ତି, ରାମଭକ୍ତଙ୍କୁ ଆଖି ଦେଖାଇବା ପଡ଼ିଲା ମହଙ୍ଗା।

Share