ଚାକିରି ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ କଲେ ବିକ୍ରି , ବଳାତ୍କାର ବି କରି… ଘଟଣା ଜାଣିଲେ ଛାତି ଥରିଉଠିବ

ଫୁଲବାଣୀ/କୋଟଗଡ, ୮ା୧୧(ରାକେଶ କୁମାର ରାଉତ/ସରୋଜ ବଳିୟାରସିଂ): କନ୍ଧମାଳ ଜିଲା କୋଟଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଚାଲାଣକାରୀ ସମ୍ପୃକ୍ତା ନାବାଳିକାଙ୍କୁ ବଳାତ୍କାର ମଧ୍ୟ କରିଛନ୍ତି। ଘଟଣାର ଦୁଇ ମାସ ପରେ କୋଟଗଡ ପୋଲିସ ନାବାଳିକାଙ୍କୁ ମଧ୍ୟପ୍ରଦେଶରୁ ଉଦ୍ଧାର କରିଛି। ଏଥିରେ ସାମିଲ ଜଣେ ଦଲାଲଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ରାୟଗଡା ଜିଲା ଚନ୍ଦ୍ରପୁର ଅଞ୍ଚଳର ଚାଲାଣକାରୀ ଶଶୀଭୂଷଣ ପାଣି, ମଧ୍ୟପ୍ରଦେଶର ଦୁଇଭାଇ ସନ୍ଦୀପ ଓ ମହେଶ ପଟେଲ। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ମଧ୍ୟସ୍ଥ ଫେରାର ଅଛନ୍ତି। ନଂ. ୧୪୫/୨୫ରେ ଏକ ମାମଲା ରୁଜୁ ହୋଇଥିବା କୋଟଗଡ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ମିଳିଥିବା ଖବରରୁ ଜଣାପଡିଛି, ଶଶୀଭୂଷଣ କିଛି ମାସ ତଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡାରେ ରହୁଥିଲେ। ଏହି ସମୟରେ କୋଟଗଡ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଶଶୀଭୂଷଣ ତାଙ୍କ ୧୪ ବର୍ଷର ନାବାଳିକା ଝିଅକୁ ମାସକୁ ୧୮ ହଜାର ଟଙ୍କା ଦରମାରେ ଚାକିରି କରାଇ ଦେବାକୁ କହି ବିଶ୍ୱାସ ଜମାଇଥିଲେ। ରୋଜଗାର କଲେ ଘର ଭଲରେ ଚଳିବ ଭାବି ବାପା ତାଙ୍କ ନାବାଳିକା ଝିଅକୁ ଶଶୀଭୂଷଣଙ୍କ ସହ ପଠାଇଥିଲେ।  ଶଶୀ ଭୂଷଣ ଅନ୍ୟ ଜଣେ ମଧ୍ୟସ୍ଥଙ୍କ ଜରିଆରେ ମଧ୍ୟପ୍ରଦେଶରେ ପହଞ୍ଚତ୍ଥିଲେ। ସେଠାରେ ସେ ନାବାଳିକାଙ୍କୁ ବିକ୍ରି କରିବା ନେଇ ପୂର୍ବରୁ କଥାବାର୍ତ୍ତା ସାରିଥିଲେ। ମଧ୍ୟପ୍ରଦେଶର ଦୁଇ ଭାଇ ସନ୍ଦୀପ ଏବଂ ମହେଶ ଶଶୀଭୂଷଣଙ୍କୁ ୭୦ ହଜାର ଟଙ୍କା ଦେଇ ନାବାଳିକାଙ୍କୁ ଘରକୁ ନେଇ ଯାଇଥିଲେ ା ଶଶୀଭୂଷଣ ଟଙ୍କା ପାଇ ସେଠାରୁ ପଳାଇ ଆସିଥିଲେ। ଇତି ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ହେଁ ଝିଅ ବିଷୟରେ କୌଣସି ଖବର ପରିବାର ଲୋକେ ପାଇ ନ ଥିଲେ ା କିଛି ଦିନ ପରେ ନାବାଳିକା ଜଣକ କୌଣସି ପ୍ରକାରେ ଘଟଣା ବିଷୟରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ା ପରିବାର ଲୋକେ ଏନେଇ ଗତ ଅକ୍ଟୋବର ୨୧ ତାରିଖରେ କୋଟଗଡ଼ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।  ତଦନ୍ତ ବେଳେ ପ୍ରଥମେ ପୋଲିସ ତୁମୁଡିବନ୍ଧ ବ୍ଲକ ମାଲିପଡା ଗ୍ରାମରୁ ଦଲାଲ ଶଶୀଭୂଷଣଙ୍କୁ ନେଇ ପଚରାଉଚରା କରିବା ପରେ ସେ ସବୁ କହିଥିଲେ। ପରେ ପୋଲିସ ଏକ ଟିମ ଗଠନ କରି ମଧ୍ୟପ୍ରଦେଶରେ ପହଞ୍ଚତ୍ ସେଠାକାର ପୋଲିସ ସହାୟତାରେ ସାଗର ଗାଁରୁ ନାବାଳିକାଙ୍କୁ ଗତ ୩ ତାରିଖରେ ଉଦ୍ଧାର କରିଥିଲା। ଏଥିସହ ତାଙ୍କୁ କିଣିଥିବା ଦୁଇ ଭାଇ ସନ୍ଦୀପ ଏବଂ ମହେଶଙ୍କୁ ଗିରଫ କରିଥିଲା।
ଆମ ପାଖରେ ଏତଲା ହେବା ପରେ ଆମେ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲୁ। ଆମ ସ୍ବତନ୍ତ୍ର ଟିମ ସେଠାରେ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କଲା ବେଳେ ତାଙ୍କୁ ଘରୋଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜାଣିବାକୁ ପାଇଥିଲୁ। ବାଟରେ ଚାଲାଣକାରୀ ଶଶୀଭୂଷଣ ସମ୍ପୃକ୍ତା ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ।
ଅନ୍ୟ ଜଣେ ମଧ୍ୟସ୍ଥ ଫେରାର ଅଛନ୍ତି। ଡାକ୍ତରୀମାଇନା ପରେ ନାବାଳିକାଙ୍କୁ ତାଙ୍କ ଘରକୁ ପଠା ଯାଇଛି। ଏ ନେଇ ଥାନାରେ ୧୪୫/୨୫ରେ ମାମଲା ରୁଜୁ ହୋଇଛି ବୋଲି କୋଟଗଡ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?