ଗଞ୍ଜେଇ ବ୍ୟବସାୟ କରି କୋଟିପତି

ଛେଣ୍ଡିପଦା, ୨୮ା୧୧(ସ୍ବ.ପ୍ର.)-ଗଞ୍ଜେଇ ବ୍ୟବସାୟ କରି ଛିଡ଼ା କରିଥିଲେ ବିଶାଳ ସାମ୍ରାଜ୍ୟ। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଚାଲିଥିଲା କୋଟି କୋଟି ଟଙ୍କାର କାରବାର। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ସ୍କାନରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଚିତ୍ତରଞ୍ଜନ ସାହୁ ଓରଫ୍‌ ପିଣ୍ଟୁ (୪୧)ଙ୍କ ଘରେ ଶନିବାର ଭୋର୍‌ ୩ଟାରେ ଅତର୍କିତ ଚଢ଼ାଉ କରାଯାଇଛି। ଘଟଣାସ୍ଥଳରୁ ନଗଦ ୨୦ଲକ୍ଷ ୫୦ହଜାର ଟଙ୍କା ସମେତ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ତେବେ ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ।
ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ୍‌ ଭାବେ ତହସିଲଦାର ଡାନିଏଲ୍‌ ଏକ୍କାଙ୍କ ଉପସ୍ଥିତିରେ ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା, ଆଇଆଇସି ଧୀରେନ୍ଦ୍ର ବେହେରା ସଦଳବଳ ଚଢ଼ାଉ କରିଥିଲେ। ତାଙ୍କ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା, ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୬ ପାସ୍‌ବୁକ୍‌, ୧୫ରୁ ଊର୍ଦ୍ଧ୍ୱ ଜମିପଟ୍ଟା, ଦାମୀ କାର, ମିନି ଟ୍ରକ୍‌, ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ଲଙ୍ଗଳ, ପେପର ପ୍ଲେଟ ମେଶିନ, ଡିଜେ ସାଉଣ୍ଡ୍‌ ସିଷ୍ଟମ, ଜେନେରେଟର, ଟେଣ୍ଟ ହାଉସ୍‌ ସାମଗ୍ରୀ, ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠ ଜବତ ହୋଇଛି ା ଟେଣ୍ଟ ହାଉସ୍‌ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ପିଣ୍ଟୁଙ୍କ ବେଆଇନ ଗଞ୍ଜେଇ କାରବାର ଚେର ରାଜ୍ୟ ସୀମା ଡେଇଁ ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶକୁ ଲମ୍ବିଛି। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ସେ ସ୍ଥାନୀୟ ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଥିଲେ। ବିଭିନ୍ନ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ନେଣଦେଣ କରାଯାଉଥିବା ଜଣାପଡ଼ିବା ପରେ ସେ ପୋଲିସ ସ୍କାନରକୁ ଆସିଥିଲେ। ଗତ ଜୁଲାଇରେ ଏକ ସାଇବର କ୍ରାଇମ୍‌ ମାମଲାରେ ରାଜସ୍ଥାନ ପୋଲିସ ଅନୁଗୋଳରେ ପହଞ୍ଚତ୍ ପିଣ୍ଟୁଙ୍କୁ ଖୋଜିଥିଲା। ହେଲେ ଅଭିଯୁକ୍ତ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ। ଅନୁରୂପ ଭାବେ ଗତ ଅଗଷ୍ଟ ୨୩ରେ ଏକ କାର୍‌ରେ ୭୦ କେ.ଜି. ୩୦୦ ଗ୍ରାମ ଗଞ୍ଜେଇ ଚାଲାଣ କରାଯାଇଥିବାବେଳେ ପୋଲିସ ଗୋବିନ୍ଦ ନାଏକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ହେଲେ ପିଣ୍ଟୁ ପୁନର୍ବାର ଫେରାର ହେବାରେ ସକ୍ଷମ ହୋଇଥିଲେ। ଶନିବାର ପୋଲିସ ଯୋଜନାବଦ୍ଧ ଭାବେ ତାଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ସମ୍ପତ୍ତି ଜବତ କରିଛି।
ଏ ସଂକ୍ରାନ୍ତରେ ଏସ୍‌ଡିପିଓ କହିଛନ୍ତି, ଦିନକରେ ଏହି ମାମଲାର ତଦନ୍ତ ସରିବ ନାହିଁ। ଜବତ ପାସ୍‌ବୁକ୍‌ଗୁଡ଼ିକୁ ଯାଞ୍ଚ କରାଯିବା ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିବ। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri