ଅସିତ୍‌ଙ୍କ ବାସଭବନରେ ବିଧାୟକ ବିରୋଧୀଙ୍କ ମେଳି

ଭଦ୍ରକ, ୨୬।୨ (ସନାତନ ରାଉତ):୫-ଟି ଅଧ୍ୟକ୍ଷ ଶନିବାର ଭଦ୍ରକ ଜିଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ଗସ୍ତ ସାରି ଫେରିବା ପରେ ସନ୍ଧ୍ୟାରେ ବିଜେଡିର ଯୁବନେତା ଅସିତ୍‌ ପଟ୍ଟନାୟକଙ୍କ ବାସଭବନରେ ଭଦ୍ରକ ବିଧାୟକ ବିରୋଧୀଙ୍କ ମେଳି ହୋଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ଭଦ୍ରକ ବିଧାନସଭା ଟିକେଟ୍‌ ପାଇଁ ଅସିତ୍‌ଙ୍କୁ ତାଙ୍କର ସମର୍ଥକମାନେ ନୀରବ ନ ରହି ନିଜର ନେତୃତ୍ୱ ଜାହିର କରିବାକୁ ଚାପ ପକାଉଥିବାର ଭିଡିଓ ଭାଇରାଲ ହେଉଛି। ଭଦ୍ରକ ପୌରାଧ୍ୟକ୍ଷାଙ୍କ ସ୍ବାମୀ ଜାହିଦ୍‌ ହବିବ ନୀରବ ନ ରହି ଏବେଠାରୁ ସ୍ବର ଉତ୍ତୋଳନ କରିବାକୁ ଅସିତ୍‌ଙ୍କୁ କହିବା ସହ ବିଜେଡିରୁ ଟିକେଟ୍‌ ନ ମିଳିଲେ ଆଗକୁ ଦଳୀୟ ବିଶୃଙ୍ଖଳା ହେବ ବୋଲି ଚେତାବନୀ ଦେଉଥିବା ଭିଡିଓରୁ ଜଣାପଡ଼ିଛି। ଭଦ୍ରକର ବିକାଶ କେବଳ ଚା’ ଖଟିରେ ସୀମିତ ରହିଛି ବୋଲି କହିଥିଲେ।
ସରପଞ୍ଚ ଭରତ ତ୍ରିପାଠୀ, ପଞ୍ଚାନନ ଲେଙ୍କା, ଯୁବନେତା ତପନ ରାଉତ, ନାରାୟଣ ଜେନା, ନାସିରୁଦ୍ଦିନ ଖାଁ, ଶରତ ସ୍ବାଇଁ, ବିପ୍ଳବ ରାଉତଙ୍କ ସମେତ ବହୁ ପୂର୍ବତନ ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ସଭ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ଏନେଇ ଅସିତ୍‌ କହିଛନ୍ତି, ୫-ଟି ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ସାରି ମୁଁ ଘରକୁ ଆସିଥିଲି। ସନ୍ଧ୍ୟାରେ ସମର୍ଥକମାନେ ପହଞ୍ଚତ୍ ଏକାଠି ହୋଇଥିଲେ। ବିଧାୟକଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ ଅଭିଯୋଗ ଉଠାଇଥିଲେ। ୨୦୧୯ରେ ଟିକେଟ୍‌ ନ ପାଇ ମୁଁ ନୀରବ ରହିଥିଲି। ଏଥର ତା’ର ପୁନରାବୃତ୍ତି ନ ହେବାକୁ ସେମାନେ ମୋତେ ଚାପ ପକାଇଥିଲେ। ମୋର ଆଶା ଅଛି, ଦଳ ମୋତେ ନ୍ୟାୟ ପ୍ରଦାନ କରିବ। ଲୋକଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଇବି। ନିର୍ବାଚନମଣ୍ଡଳୀକୁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହାର ସଦୁପଯୋଗ ହୋଇପାରୁ ନାହିଁ। ଏହି କାରଣରୁ ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri