ବିରୋଧୀଙ୍କୁ ଚେକ୍‌ ଦେବାକୁ ବିଜେଡିର ମାଷ୍ଟରଷ୍ଟ୍ରୋକ୍‌

ଭୁବନେଶ୍ୱର,୨୨ା୯(ଅନିଲ ଦାସ): ଦୁର୍ନୀତି ଓ ଜନ ବିରୋଧୀ କାର୍ଯ୍ୟ ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ବିଜେଡିରୁ ଗୁରୁବାର ବହିଷ୍କାର କରାଯାଇଛି। ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ବ୍ୟାଙ୍କ ଋଣ ଜାଲିଆତି ଏବଂ ସରକାରୀ ଅର୍ଥ ହଡ଼ପ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିବା ପୂର୍ବରୁ ବିଜେଡି ନିଜର ଦୁଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିରୋଧୀଙ୍କୁ ଏକପ୍ରକାର ଚେକ୍‌ ଦେଇଛି। ବିରୋଧୀ ଏହାର ମୌକା ଉଠାଇବାକୁ ଯୋଜନା କରୁଥିବା ବେଳେ ପାଦେ ଆଗକୁ ଯାଇ ଶାସକ ଦଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅନ୍ୟ ପକ୍ଷରେ ଦଳରୁ ବହିସ୍କାର ହୋଇଥିଲେ ମଧ୍ୟ ଉଭୟ ବିଧାୟକଙ୍କ ବିରୋଧରେ ଦଳବଦଳ ଆଇନ ଲାଗୁ ହେବ ନାହିଁ। ଉଭୟଙ୍କ ବିଧାୟକ ସଦସ୍ୟତା ବଳବତ୍ତର ରହିବ। ବିଜେଡି ପକ୍ଷରୁ ନିଜ ଦଳର ବିଧାୟକଙ୍କୁ ବହିଷ୍କାର ନେଇ ବାଚସ୍ପତିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଜରିଆରେ ଅବଗତ କରାଯିବ। ଏହା ପରେ ସେହି ବିଧାୟକମାନେ ଆଉ ବିଜେଡି ସହ ବସିପାରିବେ ନାହିଁ। ବାଚସ୍ପତି ସେମାନଙ୍କୁ ସ୍ବତନ୍ତ୍ର ସିଟ୍‌ ବ୍ୟବସ୍ଥା କରିବେ।
ବରିଷ୍ଠ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ବିଜେଡିରୁ ବହିଷ୍କୃତ ବିଧାୟକଙ୍କ କ୍ଷେତ୍ରରେ ଦଳ ବିରୋଧୀ ଆଇନ(ଆଣ୍ଟି ଡିଫେକ୍ସନ ଲ’) ଲାଗୁ ହେବ ନାହିଁ। ବହିଷ୍କୃତ ବିଧାୟକ ଦଳରୁ ଇସ୍ତଫା କିମ୍ବା ଅନ୍ୟ ଦଳରେ ଯୋଗ ନ ଦେବା ଯାଏ ସେମାନଙ୍କ ସଦସ୍ୟ ପଦ ଯଥାପୂର୍ବ ରହିବ। ବାଚସ୍ପତି ସେମାନଙ୍କୁ ସ୍ବତନ୍ତ୍ର ସିଟ୍‌ ଅନୁମୋଦନ କରିବେ। ଏହି କାରଣରୁ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ଏବଂ ଚିଲିକା ବିଧାୟକଙ୍କ ସଦସ୍ୟତା ଏବେ ବି କାଏମ ରହିଛି। ପୂର୍ବତନ ଆଇନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦଳରୁ ବହିଷ୍କୃତ ହେଲେ ମଧ୍ୟ ବିଧାୟକଙ୍କ ସଦସ୍ୟତା ରହିପାରିବ। ଦଳର ହୁଇପ୍‌ ଅମାନ୍ୟ, ଇସ୍ତଫା କିମ୍ବା ଦଳ ବଦଳ ନ କରିବା ଯାଏ ବିଧାୟକମାନଙ୍କର ସଦସ୍ୟତା ପୂର୍ବପରି କାଏମ ରହିବ। ତେବେ ସେମାନଙ୍କ ପାଇଁ ବାଚସ୍ପତି ସ୍ବତନ୍ତ୍ର ସିଟ୍‌ ବ୍ୟବସ୍ଥା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri